ସେବେ ବିଜେପୁର ଏବେ କଣ୍ଟାବାଞ୍ଝିରୁ ନବୀନଙ୍କ ପାର୍ଥିତ୍ବକୁ ନେଇ ଚର୍ଚ୍ଚା
by Argus News
Wed, Apr 17 | 8:07 p.m.

ଭୁବନେଶ୍ୱର:  24ରେ 19ର ପୁନରାବୃତ୍ତି । ପଶ୍ଚିମରେ ପଦ୍ମକୁ ଚେକ୍ ପାଇଁ, ଦୁଇଟି ଆସନରେ ଲଢିବେ ବିଜେଡି ସୁପ୍ରିମୋ । ସେବେ ବିଜେପୁର ଏବେ କଣ୍ଟାବାଞ୍ଝିରୁ ପ୍ରାର୍ଥୀ ହେବେ ନବୀନ । 19ରେ ପଶ୍ଚିମରୁ ଲଢିବା ସତ୍ତ୍ବେ ଲୋକସଭାରେ ମୋଦି ଲହରକୁ ରୋକିପାରିନଥିଲା ବିଜେଡି । ପଦ୍ମ ପୋଛି ନେଇଥିଲା 5ରୁ 5 ଆସନ । କୁଆଡେ ଗଲା ନବୀନଙ୍କ ବିଜେପୁର ବିକାଶର ଦାୟିତ୍ବ, କେତେ ଦୂର ପୂରଣ ହେଲା ପ୍ରତିଶ୍ରୁତି  । ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥି ତାଲିକାରେ ମାଷ୍ଟ୍ର ଷ୍ଟ୍ରୋକ୍ ଖେଳିଛନ୍ତି ନବୀନ । ଦଳର ଭୋଟ୍ ବ୍ୟାଙ୍କ ବଞ୍ଚାଇବାକୁ ପୁଣି ଥରେ ପଶ୍ଚିମ ଓଡିଶାରୁ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ । ଏଥର ବିଜେପୁର ବଦଳରେ କଣ୍ଟାବାଞ୍ଝିରୁ ନିର୍ବାଚନ ଲଢିବେ ନବୀନ ପଟ୍ଟନାୟକ । 2019ରେ ସମାନ ଢଙ୍ଗରେ ହିଞ୍ଜିଳି ଓ ବିଜେପୁର ଲଢିବା ସହ ବିଜେପୁର ବିକାଶର ବଡ ପ୍ରତିଶ୍ରୁତି ଦେଇଥିଲେ ବିଜେଡି ମୁଖିଆ । ଭୋଟ ବ୍ୟାଙ୍କ ବଞ୍ଚାଇବାକୁ ସବୁ ଚେଷ୍ଟା ସ୍ବତେ ମଧ୍ୟ ପଶ୍ଚିମ ଓଡିଶାର 5 କୁ 5 ଲୋକସଭା ଆସନ ସେମେତ 8 ବିଧାନସଭା ଆସନ ଚାଲିଯାଇଥିଲା ବିଜେପି ଖାତାକୁ ।

ଯେଉଁଥିପାଇଁ 24 ନିର୍ବାଚନ ରେ ବିଜେଡିକୁ ଅଧିକ ଘାରିଛି ପଶ୍ଚିମ ଓଡିଶା ଚିନ୍ତା । ମୁଖିଆଙ୍କୁ ପୁଣି ଥରେ ମଇଦାନକୁ ଓହ୍ଲାଇ ମୋଦି ଲହର କାଟିବା ସହ ସମ୍ମାନ ବଞ୍ଚାଇବାକୁ ପ୍ରାଣମୂଛା ଉଦ୍ୟମ ଚଳାଇଛି ବିଜେଡି । ତେବେ ବିରୋଧୀ ପ୍ରଶ୍ନ କରିଛନ୍ତି ସବୁ ଗାଁ କୁ ସ୍ବଛ ପାନୀୟ ଜଳ, ସବୁ ସିଏଚସିରେ ଉନ୍ନତ ମାନର ଚିକିତ୍ସା,ବରପାଲିରେ ଫ୍ଲାଏ ଓଭର ବ୍ରିଜ୍, ବିଜେପୁରରୁ ଭଲ ବସ ଷ୍ଟାଣ୍ଡ, ବିଜେପୁରର ସବୁ ଗାଁକୁ ରାସ୍ତା ଓ ବିଜୁଳି, ବିଜେପୁରର ସିଭିଲ କୋର୍ଟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ, ଗାଇସିଲଟରେ ଚାହିଦା ମୂତାବକ ଜଳ ସେଚନ, ଚାଷୀଙ୍କୁ ଇନପୁଟ ସବସିଡି କୂଆଡେ ଗଲା ।  ଏହା ସହ ପଶ୍ଚିମ ଓଡଶାର ଦାଦନ  ମୁଖ୍ୟ ପ୍ରସଙ୍ଗ ହୋଇ ଉଭାହୋଇଥିବା ବେଳେ  5 ବର୍ଷ ଭିତରେ ଲୋକଙ୍କୁ କାମ ଦେବାରେ ମୁଖ୍ୟମନ୍ତ୍ରୀ କଣ କରିଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ... ଶିକ୍ଷା, ସ୍ବାସ୍ଥ୍ୟ , ଗମନାଗମନ କ୍ଷେତ୍ରରେ ପଛରେ ପଡିଛି ପଶ୍ଚିମ ଓଡିଶା।

ସେପଟେ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁର ବିଜେଡିର ସମୀକରଣକୁ ନେଇ ଚର୍ଚ୍ଚା ବି ଜୋର । ପ୍ରତିଷ୍ଠାତା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅସନ୍ତୋଷ ଓ ଜିଦ୍ ଆଗରେ ଶେଷରେ ମୁଣ୍ଡ ନୁଆଁଇଛି ବିଜେଡି । ପୂର୍ବ ଘୋଷଣାକୁ କରାଯାଇଛି ପରିବର୍ତ୍ତନ । ସମ୍ବଲପୁର ପରିବର୍ତ୍ତେ ରେଢାଖୋଲରୁ ନିର୍ବାଚନ ଲଢିବେ ପ୍ରସନ୍ନ ଆଚାର୍ଯ୍ୟ ଏବଂ ରେଢାଖୋଲ ପରିବର୍ତ୍ତେ ସମ୍ବଲପୁରରୁ ନିର୍ବାଚନ ଲଢିବେ ରୋହିତ ପୂଜାରି । ତେବେ ସମ୍ବଲପୁର ପାଇଁ ଆଶାୟୀ ଥିବା ରାଶେସ୍ବରୀ ପାଣିଗ୍ରାହୀ ରୋହିତଙ୍କୁ ଜୋରଦାର ବିରୋଧ କରୁଥିବା ବେଳେ ପ୍ରସନ୍ନଙ୍କୁ ରୋହିତ ଯଦି ରେଢାଖୋଲରେ ଭିତିରି ବିରୋଧ କରନ୍ତି ସମ୍ବଲପୁର ବିଜେଡି ସମୀକରଣ କଣ ହେବ ତାକୁ ନେଇ ସୃଷ୍ଟି ହୋଇଛି ଶଙ୍କା । 

ଦେଶ ଓ୍ବାନ ନେସନ ଓ୍ବାନ ଇଲେକସନ୍ ପାଇଁ କାର୍ଯ୍ୟ କରୁଥିବା ବେଳେ ନବୀନ ଦୁଇଟି ସ୍ଥାନରୁ ଛିଡା ହୋଇ ଗୋଟିଏ ଆସନ ଛାଡିବା ଆଉଁ ପୁଣିଥରେ ଉପନିର୍ବାଚନ କରାଇବା କେତେ ଦୂର ଯୁକ୍ତି ଯୁକ୍ତ । ଉପ ନିର୍ବାଚନ କରି ରାଜ୍ୟ ରାଜକୋଷରୁ ପୁଳା ପୁଳା ଟଙ୍କା ଖର୍ଚ୍ଚ କରିବା ଆଉ ଆଚରଣ ବିଧି ଲାଗୁ ହେବା ଦ୍ବାରା ମାସାଧିକ କାଳ ବିକାଶ କାମ ଠପ୍ କରାଇବା କଣ ଜଣେ ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ କାମ କି ? 
ଅଧିକ ପଢନ୍ତୁ ଓଡ଼ିଶା ଖବର 

୭୭ତମ
୭୭ତମ କ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ବର୍ଯ୍ୟାଙ୍କ ଜଲଓ୍ବା
ଅର୍ଗସ ବ୍ୟୁରୋ: ୭୭ ତମ କାନସ୍ ଫିଲ୍ମ ଫେଷ୍ଟିଭାଲରେ ଚମକିଲେ ଐଶ୍ୱର୍ଯ୍ୟା । ଝିଅ ଆରାଧ୍ୟା ସହ ରେଡ କାରପେଟ ଚାଲିଲେ ବଲିଉଡର ନୀଳ ନୟନା। ଫ୍ରାନ୍ସରେ ଆୟୋଜିତ ହେଉଥିବା ଲୋକପ୍ରିୟ ଫିଲ୍
VK PANDIAN
ନବୀନଙ୍କ ସାମ୍ନାରେ ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ କଲେ ପାଣ୍ଡିଆନ !
ଅର୍ଗସ ବ୍ୟୁରୋ: ସଭା ମଂଚରେ ପୁଣି ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ କଲେ ବିଜେଡିର ନମ୍ବର-୨ ନେତା ଭି.କେ ପାଣ୍ଡିଆନ । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ କହିଲେ 'ସନ୍ଥ କବି'
BJD
ଭୋଟ୍‌ ପାଇଁ ବିଡାବିଡା ନୋଟ୍ ବାଣ୍ଟୁଛି ବିଜେଡି !
ଅର୍ଗସ ବ୍ୟୁରୋ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ଲୋକଙ୍କ ଘରେ ପହଞ୍ଚି ବିଡାବିଡା ନୋଟ୍ ବାଣ୍ଟୁଛନ୍ତି । ସମ୍ବଲପୁର ସଭାରେ ଯୋଗ ଦେବା ସହ ଶଙ୍ଖ ଚିହ୍ନରେ ଭୋ