ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ନିର୍ମାଣ ଆଗେଇବାର ହେଲା ସମୀକ୍ଷା
by Argus News
Mon, Jul 01 | 8:50 p.m.

ଅର୍ଗସ ବ୍ୟୁରୋ: ରାଜ୍ୟରେ ଦ୍ରୁତଗତିରେ ଆଗେଇ ଚାଲିବ ରେଳ ପ୍ରକଳ୍ପ । ରେଳ ସଦନରେ ରେଳ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚଳିତ ବର୍ଷ 500 କିଲୋମିଟର ରେଳ ଲାଇନ ନିର୍ମାଣ କରାଯାଇ ନୂଆ ରେକର୍ଡ କରାଯିବ । ଖୋର୍ଧା-ବଲାଙ୍ଗିର ରେଳପଥ କାମ କିପରି ଆଗେଇଛି ସେନେଇ ବୈଠକରେ ଗୁରୁତ୍ବର ସହିତ ଆଲୋଚନା ହୋଇଛି । ଶୀଘ୍ର ବଲାଙ୍ଗୀର ପଟୁ ଆଉ ଦୁଇଟି ସେକ୍ସନ କାମ ଆରମ୍ଭ ହେବ ବୋଲି ରେଳ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ତାଳଚେର ବିମଳାଗଡ଼ ରେଳପଥ ରେ ବିମଳାଗଡ଼ ପଟୁ ମଧ୍ୟ ଖୁବ ଶୀଘ୍ର କାମ ଆରମ୍ଭ ହେବ । ବଡ କଥା ହେଲା ଜମି ଅଧିଗ୍ରହଣ ସମସ୍ୟା ନେଇ ଅଟକିଥିବା କାମ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ । 

 2019 ମସିହା ଜୁନ 15 ତାରିଖରେ ତତ୍କାଳିନ ରେଳ ମନ୍ତ୍ରୀ ପିୟୁସ  ଗୋୟଲ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିଲେ ଚିଠି । ଚିଠି ରେ ଉଲ୍ଲେଖ ଥିଲା ଯେ ରାଜ୍ୟରେ ରେଲ ପ୍ରକଳ୍ପ ଆଗେଇ ନ ପାରିବା ପଛର ମୁଖ୍ୟ କାରଣ ହେଉଛି ଜମି ଅଧିଗ୍ରହଣ ଜନିତ ସମସ୍ୟା । ଜମି ଅଧିଗ୍ରହଣ ଜନିତ ସମସ୍ୟାର ସମାଧାନ ପାଇଁ ତତ୍ତାକଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପିୟୁସ ଗୋୟଲ ଚିଠିତେ ଲେଖିଥିଲେ । ସେହି ଚିଠି ଅନୁସାରେ ରାଜ୍ୟ ସରକାର 2947 ଏକର ଜମି ଖୋର୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ପାଇଁ ଦେବା କଥା । 1547 ଏକର ଜମିରେ ଜଙ୍ଗଲ ସ୍ବିକୃତୀ ଦେବାର ବାକି ଥିଲା ରାଜ୍ୟ ସରକାରଙ୍କ ପକ୍ଷରେ । ଖାସ ସେଥିପାଇଁ କାମ ଆଗେଇ ପାରିନାହିଁ । ଏହି ଜମି ଅଧିଗ୍ରହଣ ସମସ୍ୟାର ତ୍ବରିତ ସମାଧାନ ପାଇଁ ନୂଆ ସରକାରର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ କେଳ ରେଳ ମନ୍ତ୍ରୀ । 

2019ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ ମଧ୍ୟ ଜମି ଅଧିଗ୍ରହଣ ସମସ୍ୟାର ତ୍ବରିତ ସମାଧାନ ହୋଇପାରିନାହିଁ । ଏବେ ମୋହନ ସରକାରରେ ଏନେଇ ବାଟ ଫିଟିବ ଏବଂ ରେଳ ପ୍ରକଳ୍ପ କାମ ଆଗେଇବା ସହିତ 500 କିଲୋମିଟର ନୂଆ ରେଳ ଲାଇନ ତିଆରି ହେବ ବୋଲି କହିଛନ୍ତି ରେଳ ମନ୍ତ୍ରୀ । 


 

ଶ୍ରୀଜିଉ
17m ago
11 ଦିନର ନିରବଚ୍ଛିନ୍ନ ସେବା ପରେ ସୁସ୍ଥ ହେଲେ ଶ୍ରୀଜିଉ
ପୁରୀ: 11 ଦିନର ନିରବଚ୍ଛିନ୍ନ ସେବା ପରେ ସୁସ୍ଥ ହେଲେ ଶ୍ରୀଜିଉ । ଗଜପତିଙ୍କୁ ଦିଆଗଲା ମହାପ୍ରଭୁଙ୍କ ସୁସ୍ଥତା ସନ୍ଦେଶ । ଅନବସର ଦ୍ବାଦଶୀରେ ଆଜି ଶ୍ରୀମନ୍ଦିରରେ ରାଜପ୍ରସାଦ ବିଜେ ନୀତ
ହଡ଼ପ
26m ago
ମିଳିମିଶି ହଡ଼ପ କଲେ ଗରିବ ଶ୍ରମିକଙ୍କର 40 କୋଟିରୁ ଅଧିକ ଟଙ୍କା
ରାୟଗଡ଼ା : ରାୟଗଡ଼ା ଶ୍ରମ ବିଭାଗ କେଳେଙ୍କାରୀରେ ସମ୍ପୃକ୍ତ ତଳୁ ଉପର ବହୁ ଅଧିକାରୀ । ମିଳିମିଶି ହଡ଼ପ କଲେ ଗରିବ ଶ୍ରମିକଙ୍କର 40 କୋଟିରୁ ଅଧିକ ଟଙ୍କା । କେବଳ ଜଣଙ୍କୁ ନିଲମ୍ବନ କରି ଚୁପ
ବିଜେଡି ସରକାର
38m ago
7 ବ୍ୟାରେଜ ନିର୍ମାଣ ଘୋଷଣା କରି ଧୋକା ଦେଇଥିଲେ ବିଜେଡି ସରକାର
କଟକ: ବଦଳିଲା ସରକାର ବଦଳିବ ମହାନଦୀ ଅବବାହିକାର ଭାଗ୍ୟ । ହୀରାକୁଦ ତଳମୁଣ୍ଡରେ 2ଟି ବ୍ୟାରେଜ୍ ନିର୍ମାଣ କରିବେ ରାଜ୍ୟ ସରକାର । ବିକଶିତ ହେବ ସମ୍ବଲପୁରର ଅଯୋଧ୍ୟା ସରୋବର । ମହାନଦୀର 52