ଧନୀ ଗାଁ ; ପ୍ରତି ପରିବାରର ଆୟ ୧ କୋଟିରୁ ଅଧିକ
by Argus News
Fri, Jun 28 | 3:15 p.m.

ଅର୍ଗସ ବ୍ୟୁରୋ : ଧନୀ ଗାଁ । ଏହି ଗାଁରେ ପ୍ରତ୍ୟେକ ପରିବାରର ବାର୍ଷିକ ଆୟ ପ୍ରାୟ ୧ କୋଟିରୁ ଅଧିକ । ଏକଥା ଶୁଣିବା ପରେ ଆପଣଙ୍କୁ କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ଏହା ସମୂର୍ଣ୍ଣ ସତ । କାରଣ ଆଶ୍ଚର୍ଯ୍ୟର କଥା, ଏହି ଗାଁର ଲୋକେ କୌଣସି ବିରାଟ ବଡ କମ୍ପାନୀର ମାଲିକ ନୁହନ୍ତି, କି କୌଣସି ଭଲ ଚାକିରି କରି ନାହାନ୍ତି । କେବଳ କ୍ଷେତରେ ଚାଷ କରି ନିଜ ପରିଶ୍ରମ ବଳରେ ସେମାନେ କୋଟିପତି ହୋଇଛନ୍ତି । ଏହି ଗାଁରେ ଅତ୍ୟନ୍ତ ଉନ୍ନତମାନର ସେଓ ଉତ୍ପାଦନ କରାଯାଏ । ପ୍ରତିବର୍ଷ ୧୭୫ କୋଟିର ସେଓ ବିଶ୍ବର ଅନେକ ଦେଶକୁ ବିକା ଯାଇଥାଏ । ଯାହାଦ୍ବାରା ସେଠାରେ ପ୍ରତ୍ୟେକ ଚାଷୀ କୋଟି କୋଟି ଟଙ୍କା ଆୟ କରିଥାନ୍ତି । 

ହିମାଚଳ ପ୍ରଦେଶ ରାଜଧାନୀ ସିମଲାଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ ।  ଗାଁରେ ରୁହନ୍ତି ପ୍ରାୟ ୨୩୦ ପରିବାର । ୧୯୫୩ ମସିହାରୁ ଏହି ଗାଁରେ ସେଓ ଚାଷ ଆରମ୍ଭ କରାଯାଇଥିଲା । ଏହି ସେଓର ଏତେ ଭଲ ଥିଲା ଯେ  ନେବା ଲାଗି ଗ୍ରାହକଙ୍କ ଲାଗୁଥିବା ପ୍ରବଳ ଭିଡ଼ । ଯାହା ଏଠାକାର ଚାଷୀ ପରିବାରଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ଏହାପରେ ସେମାନେ ପ୍ରତିବର୍ଷ ପରିଶ୍ରମ କରି ସେଓ ଉତ୍ପାଦନ କରିଥିଲେ ଏବଂ ଏହାକୁ ବିକ୍ରି କରି ଲାଭବାନ ହୋଇଥିଲେ । 

ଏହି ଗାଁ ତଥା ଏଠାକାର କ୍ଷେତବାଡିକୁ ଦେଖିବା ପାଇଁ ବାହାରର ଅନେକ ପର୍ଯ୍ୟଟକ ଆସିଥାନ୍ତି । ହେଲେ ଏଠାରେ ଚାଷ କରି ଏତେ ବଡ ଆଲିଶାନ ଘର ସହ, ଦାମୀ ଗାଡି ସୌଖୀନ ଜୀବନ ବିତାଉଥିବା ଜାଣିବା ପରେ ଖୁବ ଆଶ୍ଚର୍ଯ୍ୟ ହୁଅନ୍ତି ।

 

ଭାବବିହ୍ବଳ ହେଲେ
ଭାବବିହ୍ବଳ ହେଲେ ଦ୍ରାବିଡ...କହିଲେ ‘ମନେ ରହିବ ଏ ଟିମ୍‌'
ଅର୍ଗସ ବ୍ୟୁରୋ: ଭାରତୀୟ ଦଳ ବିଶ୍ବ ବିଜେତା ହୋଇ ସାରିଛି। ଭାରତ ଆଜି ଭାରତୀୟ ଦଳକୁ ନେଇ ଗର୍ବିତ। ଦୀର୍ଘ ଦିନର ସ୍ୱପ୍ନ ବି ସାକାର ହୋଇଛି । ଫ୍ୟାନ୍ସ ଖୁସି ଅଛନ୍ତି, ଟିମ୍ ଇଣ୍ଡିଆର ଖେଳାଳ
ଟି-୨୦ ବିଶ୍ୱକପ୍
ଟି-୨୦ ବିଶ୍ୱକପ୍ ଜିତିବା ପରେ ଭାରତୀୟ ଟିମ୍ ଉପରେ ଟଙ୍କା ବର୍ଷା
ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମ୍ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇ ଦ୍ୱିତୀୟଥର ପାଇଁ ଇତିହାସ ରଚିଛି । ଫାଇନାଲରେ ଦକ୍ଷିଣ ଅଫ୍ରିକାକୁ ୭ ରନରେ ପରାଜିତ କରିବା ପରେ ଭାରତୀୟ ଦଳକ
ସପ୍ତଶଯ୍ୟା ପାହାଡ଼ରେ
ସପ୍ତଶଯ୍ୟା ପାହାଡ଼ରେ ୫ ଛାତ୍ର ନିଖୋଜ
ଢେଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ପାହାଡ଼ ବୁଲିବାକୁ ଯାଇ ୫ ଛାତ୍ର ନିଖୋଜ ହୋଇଥିବା ସୂଚନା ମିଳିଛି। ପାହାଡ଼ ଉପରକୁ ଯାଇ ଆଉ ଫେରିପାରୁନାହାନ୍ତି ଛାତ୍ର ମାନେ। ବାଟ ନ ପାଇବାର