ଅନନ୍ତ ଅମ୍ବାନୀଙ୍କ ପ୍ରାକ୍‌‍ ବିବାହ ଉତ୍ସବ ଅନ୍ନସେବାରୁ ଆରମ୍ଭ, ୫୧ ହଜାର ଲୋକଙ୍କୁ ଭୋଜନ ପରଷା
by Argus News
Thu, Feb 29 | 8:15 p.m.

ଅର୍ଗସ ବ୍ୟୁରୋ : ଅମ୍ବାନୀ ପରିବାରର କନିଷ୍ଠ ସନ୍ତାନ ତଥା ଉଦ୍ୟୋଗପତି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କର ବିବାହ ପୂର୍ବ କାର୍ଯ୍ୟକ୍ରମ ଅନ୍ନସେବାରୁ ଆରମ୍ଭ ହୋଇଛି । ଜାମନଗରରେ ରିଲାଏନ୍ସ ଟାଉନସିପ ନିକଟବର୍ତ୍ତୀ ଯୋଗବଡ଼ ଗ୍ରାମରେ ମୁକେଶ ଅମ୍ବାନୀ, ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ସହିତ ଅମ୍ବାନୀ ପରିବାରର ଅନ୍ୟ ସଦସ୍ୟଗଣ ଗ୍ରାମବାସୀଙ୍କୁ ପାରମ୍ପରିକ ଗୁଜରାଟୀ ଭୋଜନ ପରଷିଥିଲେ । ରାଧିକାଙ୍କ ଜେଜେ ମା’ ଏବଂ ମାତା-ପିତା, ବିରେନ ଓ ଶୈଲା ମର୍ଚ୍ଚାଣ୍ଟ ମଧ୍ୟ ଅନ୍ନସେବାରେ ଅଂଶଗ୍ରହଣ କରିଥିଲେ । ପ୍ରାୟ ୫୧ ହଜାର ସ୍ଥାନୀୟ ଅଧିବାସୀଙ୍କୁ ଭୋଜନ ପରଷାଯିବ ଯାହା ଆଗାମୀ କିଛିଦିନ ପର୍ଯ୍ୟନ୍ତ ଜାରି ରହିବ ।

ଅମ୍ବାନୀ ପରିବାର ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ପୂର୍ବ ସମାରୋହ ନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କ ଆଶୀର୍ବାଦ ଲୋଡିବା ସକାଶେ ଅନ୍ନସେବା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଭୋଜନ ପରେ ଉପସ୍ଥିତ ଲୋକମାନେ ପାରମ୍ପରିକ ଲୋକ ସଂଗୀତର ଆନନ୍ଦ ଉଠାଇଥିଲେ । ପ୍ରସିଦ୍ଧ ଗୁଜରାଟୀ ଗାୟକ କୀର୍ତ୍ତିଦାନ ଗଢବୀ ନିଜର ସଂଗୀତରେ ସମସ୍ତଙ୍କ ମନ ମୋହିଥିଲେ ।

ଅଧିକ ପଢନ୍ତୁ ଭାରତ ଖବର

ଅମ୍ବାନୀ ପରିବାରରେ ଅନ୍ନସେବାର ପରମ୍ପରା ପୁରାତନ । ପାରିବାରିକ ଶୁଭ ଅବସରରେ ଅମ୍ବାନୀ ପରିବାର ଅନ୍ନସେବା ଆୟୋଜନ କରିଆସୁଛନ୍ତି । କରୋନା ମହାମାରୀ ସମୟରେ ଦେଶ ଯେତେବେଳେ ସଙ୍କଟଜନକ ସ୍ଥିତିରେ ରହିଥିଲା ସେତେବେଳେ ମଧ୍ୟ ଅନନ୍ତ ଅମ୍ବାନୀଙ୍କ ମା’ ନୀତା ଅମ୍ବାନୀଙ୍କ ମାର୍ଗଦର୍ଶନରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଦୁନିଆର ସବୁଠାରୁ ବୃହତ ଅନ୍ନ ବିତରଣ କାର୍ଯ୍ୟକ୍ରମ ଜାରି ରହିଥିଲା । ପାରିବାରିକ ପରମ୍ପରାକୁ ଆଗକୁ ବଢାଇ ଅନନ୍ତ ଅମ୍ବାନୀ ନିଜ ବିବାହ ପୂର୍ବ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ ଅନ୍ନସେବାରୁ କରିଛନ୍ତି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ