ରାଗିଲେ ରୋହିତ: ସୋସିଆଲ ମିଡ଼ିଆରେ ଜାହିର କଲେ ଅସନ୍ତୋଷ
by Argus News
Mon, May 20 | 7:07 p.m.

ଅର୍ଗସ ବ୍ୟୁରୋ: ଏବେ କିଛି ଦିନ ହେଲା ଇଣ୍ଡିଆ ଟିମର କ୍ୟାପଟେନ ରୋହିତ ଶର୍ମା ଆଇପିଏଲରୁ ଫ୍ରି ହୋଇଛନ୍ତି। ସୋସିଆଲ ମିଡ଼ିଆ ହେଉ କିମ୍ବା ଟିଭି ହେଡଲାଇନ୍ସ ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ରୋହିତ୍ ଶର୍ମା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଷ୍ଟାର ସ୍ପୋର୍ଟ୍ସକୁ ନେଇ ରୋହିତ ମୁହଁ ଖୋଲିବା ପରେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଷ୍ଟାର ସ୍ପୋର୍ଟ୍ସକୁ ବିରୋଧ ତେଜିବାରେ ଲାଗିଛି । ରୋହିତଙ୍କ କହିବା ମୁତାବକ, ଷ୍ଟାର ସ୍ପୋର୍ଟ୍ସକୁ ସେ ମନା କରିବା ସତ୍ତ୍ବେ ତାଙ୍କ କଥାବାର୍ତ୍ତାକୁ ରେକର୍ଡ କରାଯାଇଥିଲା ଏପରିକି ତାହାକୁ ପ୍ରସାରିତ ମଧ୍ୟ କରାଗଲା । ଯାହା ରୋହିତଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ଆଘାତ ଦେଇଛି ।

 

ସୂଚନା ମୁତାବକ, ୨୦୨୪ ଆଇପିଏଲ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବ ଖେଳାଳି ଧବଲ କୁଲକର୍ଣ୍ଣି ଏବଂ ଅନ୍ୟ ଖେଳାଳିଙ୍କ ସହ ବାର୍ତ୍ତାଳାପ କରିଥିଲେ ରୋହିତ ଶର୍ମା । ଯାହା ଷ୍ଟାର ସ୍ପୋର୍ଟ୍ସ ବ୍ରଡକାଷ୍ଟ ଟିମ୍ ରେକର୍ଡ କରିଥିଲା, ସେଥିରୁ ଅଡ଼ିଓ କ୍ଲିପ କାଟିଦେବାକୁ କ୍ୟାମେରା ପର୍ସନଙ୍କୁ ଅନୁରୋଧ କରିଥିଲେ ହିଟମ୍ୟାନ୍ ରୋହିତ ଶର୍ମା । କିନ୍ତୁ ଏହାକୁ ଷ୍ଟାର ସ୍ପୋର୍ଟ୍ସ ଟିମ୍ ଏକ୍ସକ୍ଲୁସିଭ୍ କଣ୍ଟେଣ୍ଟ୍ କରି ପ୍ରସାରିତ କରିଥିଲା । ଏପରିକି କେକେଆର ଟିମର ସହକାରୀ କୋଚ୍ ଅଭିଷେକ ନାୟର ଏବଂ ରୋହିତଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ମଧ୍ୟ ଟେଲିକାଷ୍ଟ କରିଥିଲା ଷ୍ଟାର ସ୍ପୋର୍ଟ୍ସ, ଯାହାକୁ ନେଇ ନିଜର ଅସନ୍ତୋଷ ଜାହିର କରିଛନ୍ତି ରୋହିତ ଶର୍ମା ।
ଟ୍ୱିଟ୍ କରି ରୋହିତ୍ ଲେଖିଛନ୍ତି ଯେ, କ୍ରିକେଟରଙ୍କ ଦୈନନ୍ଦିନ ଜୀବନରେ ଏବେ କ୍ୟାମେରା ଅଧିକ ହସ୍ତକ୍ଷେପ କରୁଛି । ସାଙ୍ଗ-ସାଥୀଙ୍କ ସହ ଟ୍ରେନିଂ ହେଉ କିମ୍ବା ପରିବାର ସହ ଏକାନ୍ତ ସମୟ ବିତାଇବା, ସବୁକିଛି ରେକର୍ଡ ହେଉଛି । ଷ୍ଟାର ସ୍ପୋର୍ଟ୍ସକୁ ମୁଁ ବାରଣ କରିବା ପରେ ବି ସେମାନେ ଏକ ଭିଡ଼ିଓକୁ ଟେଲିକାଷ୍ଟ କରିଲେ, ଯାହା ଗୋପନୀୟତାର ଉଲ୍ଲଂଘନ ଅଟେ । ଯଦି ଏଥିରେ ପ୍ରତିବନ୍ଧକ ନଲଗାଯାଏ ତେବ ଏକ୍ସକ୍ଲୁସିଭ୍ ଭିଡ଼ିଓ, ଏନଗେଜମେଣ୍ଟ ଚକ୍କରରେ ଦିନେ ଫ୍ୟାନ୍ସ, କ୍ରିକେଟର ଏବଂ କ୍ରିକେଟ୍ ମଧ୍ୟରେ ଥିବା ବିଶ୍ୱାସକୁ ଭାଙ୍ଗିଦେବ।

ତେବେ ଏହି ଘଟଣା ପରେ ବ୍ରଡକାଷ୍ଟରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଏହି ସବୁ ଆରୋପକୁ ଖଣ୍ଡନ କରିଛନ୍ତି। ଷ୍ଟାର ସ୍ପୋର୍ଟ୍ସ ପକ୍ଷରୁ କୁହାଯାଇଛି ଏହି ଭିଡିଓ ମେ' ୧୬ରେ ନିଆଯାଇଥିଲା। ଯେତେବେଳେ ଓ୍ବାଙ୍ଖଡେରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ଅଭ୍ୟାସ କରୁଥିଲା। ଯାହାର ଅଥରାଇଜଡ ଆକସେସ ଉକ୍ତ ଚାନେଲ ନିକଟରେ ଥିଲା। ଏଥିରେ ଜଣେ ସିନିୟର ଖେଳାଳି ତାଙ୍କ ଜୁନିୟର ଫେଳାଳିଙ୍କ ସହ କଥା ହେଉଥିଲେ। ଏହି ଭିଡିଓକୁ ଷ୍ଟାର ସ୍ପୋର୍ଟ୍ସ ପ୍ରି-ମ୍ୟାଚ ଅଭ୍ୟାସ ବେଳେ ଲାଇଭ କଭରେଜ ବେଳେ ଦେଖାଯାଇଥିଲା। ଏହା ରେକର୍ଡେଡ ନ ଥିଲା। ଆଉ ଏହି ଭିଡିଓ ଦେଖାଇବା ବି ଚ୍ୟାନେଲ କର୍ତ୍ତୃପକ୍ଷଙ୍କ ମତ ନିଆଯାଇଥିଲା। ଷ୍ଟାର ଚ୍ୟାନେଲ ଖେଳାଳିଙ୍କ ବ୍ୟକ୍ତିଗତ ଜୀବନକୁ ସବୁବେଳେ ଗୋପନୀୟତା ରଖେ ଏବଂ ଖେଳାଳିଙ୍କୁ ସମ୍ମାନ କରେ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ