ନାଁ ପରିବର୍ତ୍ତନ କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
by Argus News
Thu, Mar 14 | 4:05 p.m.

ଅର୍ଗସ ବ୍ୟୁରୋ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ର ବିଗୁଲ ବାଜିସାରିଲାଣି। ମାର୍ଚ୍ଚ ୨୨ରୁ ଦର୍ଶକଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ। ସବୁ ଟିମର ପ୍ଲେୟର ମାନେ ଅଭ୍ୟାସ ଆରମ୍ଭ କରିସାରିଲେଣି। ବହୁ ଖେଳାଳି ଭାରତରେ ପହଞ୍ଚିସାରିଲେଣି। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପଟେନ ଫାଫ ଡୁପ୍ଲେସିସ ଏବଂ ଗ୍ଲେନ ମାକ୍ସଓ୍ବେଲ ବି ଟିମରେ ଯୋଡି ହୋଇସାରିଲେଣି। କିନ୍ତୁ ବିରାଟ କୋହଲି ଏପର୍ଯ୍ୟନ୍ତ ଟିମରେ ଯୋଡ଼ି ହୋଇ ନାହାନ୍ତି। ଆରସିବିର ପୂର୍ବତନ କ୍ୟାପଟେନ ବିରାଟ କୋହଲି ନିକଟରେ ଦ୍ବିତୀୟଥର ପିତା ହୋଇଛନ୍ତି। କୋହଲି ଏହି କାରଣରୁ ଇଂଲଣ୍ଡ ବିପକ୍ଷରେ ହୋଇଥିବା ୫ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଅନୁପସ୍ଥିତ ଥିଲେ। 

 

ଆଇପିଏଲରେ ଆଉ ଦେଖିବାକୁ ମିଳିବନି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର। ଚିନ୍ତାରେ ଆରସିବିର ଡାଏ ହାର୍ଟ ଫ୍ୟାନ ଓ ବିରାଟଙ୍କ ସପୋର୍ଟର। ଆପଣ ବି ଚିନ୍ତା କରୁଥିବେ ଯେ ଆମେ ଏମିତି କହିବାର କାରଣ କଣ। ତେବେ ଚାଲନ୍ତୁ ଏହି ସସପେନ୍ସ ଏବେ ଦୂର କରିବା

ଚେନ୍ନାଇର ଚେପାକ ଷ୍ଟାଡିୟମରେ ମାର୍ଚ୍ଚ ୨୨ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ ୨୦୨୪ର ଉଦଘାଟନୀ ମ୍ୟାଚ ପୂର୍ବରୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଫ୍ରାଞ୍ଚାଇଜ ନାମ ପରିବର୍ତ୍ତନ କରିବାକୁ ଯାଉଛି। ବେଙ୍ଗାଲୁରୁ ଏବଂ ସମଗ୍ର ଭାରତରେ ଏକ ବିରାଟ ତଥା ଉତ୍ସାହୀ ଫ୍ୟାନ ବେସ ସହିତ ଆଇପିଏଲ ଇତିହାସରେ ଆରସିବି ହେଉଛି ଅନ୍ୟତମ ଲୋକପ୍ରିୟ ଦଳ। ଆଇପିଏଲ ୨୦୨୪ ଆରମ୍ଭ ପାଇଁ ଉତ୍ସାହ ସହିତ ନୂତନ ଆରସିବିର ଫ୍ରାଞ୍ଚାଇଜ ନାମ ଉନ୍ମୋଚନ ହେବାକୁ ଯାଉଛି। ନାଁ ପରିବର୍ତ୍ତନ ହେଲେ ବୋଧେ ଏଥର ଦଳ ପାଇଁ ପ୍ଲସ ପଏଣ୍ଟ ରହିବ। ଆଉ ଟ୍ରଫି ଜିତିବ। କାରଣ ଯେତେ ଭଲ ଖେଳିଲେ ବି ରୟାଲ ଚାଲେଞ୍ଜର୍ସ କେବେ ଆଇପିଏଲ ଟ୍ରଫି ଜିତିନି। ଫ୍ୟାନମାନେ ଚାହୁଁଛନ୍ତି ଯେ, ଚଳିତବର୍ଷ ବିରାଟଙ୍କ ଟିମ ଟ୍ରଫି ଜିତୁ। 

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏହାର ଏକ୍ସ ହ୍ୟାଣ୍ଡେଲରେ ରିଲିଜ ହୋଇଥିବା ଏକ ଟିଜର କନ୍ନଡ ଅଭିନେତା ରିଷଭ ଶେଟ୍ଟୀ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରରେ ନାମ ପରିବର୍ତ୍ତନ ବିଷୟରେ ସୂଚନା ଦେଉଥିବା ଦେଖିବାକୁ ମିଳିଛି। ତେବେ ଟିଜରଟି ଫ୍ୟାନମାନଙ୍କୁ ଭଲ ଲାଗୁଛି। କିନ୍ତୁ ଫ୍ୟାନମାନେ ଏକଦମ ଡରିଯାଇଥିଲେ ଯେ, ନାଁ କଣ ରହିବ। ବିରାଟ ଅଛନ୍ତି ନା ନାହିଁ। ଆପଣମାନେ ଜମା ବି ଡରନ୍ତୁନି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଫ୍ରାଞ୍ଚାଇଜ ଆଇପିଏଲ ୨୦୨୪ରୁ ନୂତନ ନାମ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ସହ ଯୋଡ଼ିବ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

METEOROLOGICAL
9m ago
ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପାଗ ବିଭାଗ
ଅର୍ଗସ ବ୍ୟୁରୋ : ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପା
ELECTION
14m ago
କଟକ ବାରବାଟୀରେ ଏଥରେ ମହା ଲଢେଇ
ଅର୍ଗସ ବ୍ୟୁରୋ : ବର୍ତ୍ତମାନ କଟକ ବାରବାଟୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ । କଟକ ସହରରେ ଆରମ୍ଭ ହୋଇଥିବା ଯାଇକ
BJP
20m ago
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି
ଅର୍ଗସ ବ୍ୟୁରୋ : ନିର୍ବାଚନୀ ହିଂସା ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି । ଓଡ଼ିଶା ପୋଲିସ ବିଜେଡିର ହାତ ବାରିଶି ସାଜିଛି । ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପର