ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ବିଗ୍ରହରେ ମାଲ୍ୟାର୍ପଣ କରି ତାଳଚେରରେ ପ୍ରଚାର ଆରମ୍ଭ କଲେ ରୁଦ୍ର ପାଣି
by Argus News
Thu, Apr 11 | 8:02 p.m.

ଅର୍ଗସ ବ୍ୟୁରୋ : ପ୍ରାକ୍ତନ ସାଂସଦ ତଥା ବିଜେପିର ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆଜି ଗୁରୁବାର ଅପରାହ୍ଣରେ ତାଳଚେର ଗସ୍ତ କରିଛନ୍ତି । ଗୋଡିବନ୍ଧ ଛକରେ ବିଜେପିର ତାଳଚେର ବିଧାନସଭା ପ୍ରାର୍ଥୀ କାଳନ୍ଦି ସାମଲ ଉପସ୍ଥିତ ରହି ଶ୍ରୀ ପାଣିଙ୍କୁ ସ୍ୱାଗତ କରିଥିଲେ । ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନ ସରସ୍ୱତୀଙ୍କର ପୌତୃକ ଗ୍ରାମ ଗୁରୁଜାଙ୍ଗରେ ପହଞ୍ଚି ସେଠାରେ ସ୍ୱାମୀଜୀଙ୍କର ବିଗ୍ରହରେ ଉଭୟ ନେତା ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରି ପ୍ରଚାର ଆରମ୍ଭ କରିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗୁରୁଜାଙ୍ଗ ଗ୍ରାମରେ ହନୁମାନ ମନ୍ଦିର, ମା ତାରିଣୀ ମନ୍ଦିରରେ ଉଭୟ ନେତା ଦର୍ଶନ କରିଥିଲେ । ଗୁରୁଜାଙ୍ଗ, ଗୋଡବନ୍ଧ ଚକ,କଣ୍ଢାଳ ଛକ, ବାଲୁଙ୍ଗା ଗ୍ରାମରେ ଦେଉଳବେଡା ଠାରେ ଉଭୟଙ୍କୁ ଶତାଧିକ ଜନସାଧାରଣ ଉପସ୍ଥିତ ରହି ସମ୍ବର୍ଦ୍ଧନା ଦେଇଥିଲେ । ଦେଉଳବେଡା ବିଏମଏସ କାର୍ଯ୍ୟାଳୟରେ ଶ୍ରମିକ ନେତା ମାନେ ଉପସ୍ଥିତ ରହି ଉଭୟ ନେତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ରତ୍ନଭଣ୍ଡାର
5m ago
ପାଣ୍ଡିଆନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେପି
ଭୁବନେଶ୍ୱର: ରତ୍ନଭଣ୍ଡାରକୁ ନେଇ ଜାତୀୟ ଗଣମାଧ୍ୟମରେ ପାଣ୍ଡିଆନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେପି । ଚାବି ଯିଏ ହଜେଇଛି, ସିଏ ରତ୍ନ ଚୋରି କରିଛି । ପାଣ୍ଡିଆନ ସ୍ପଷ୍ଟ କରିବେ କି ରତ୍
ଭାରସାମ୍ୟ ହରାଇ
19m ago
ଭାରସାମ୍ୟ ହରାଇ ଓଲଟିଲା ଅଟୋ: ଜଣେ ମୃତ
ଅର୍ଗସ ବ୍ୟୁରୋ: ଅଟୋ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜାତୀୟ ରାଜପଥ 20ର ରାମଚନ୍ଦ୍ରପୁର ଓଭରବ୍ରିଜ ନିକଟରେ ରାସ୍ତା ତଳକୁ ଖସି ପଡିବାର
ସାଉଦିଆରବରେ
37m ago
ସାଉଦିଆରବରେ `ଉତ୍କଳିକା'ର ୧୫ତମ ବାର୍ଷିକୋତ୍ସବ
ଅର୍ଗସ ବ୍ୟୁରୋ: ସାଉଦି ଆରବରେ ଜୁବେଲ ସିଟି ଠାରେ ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ "ଉତ୍କଳିକା ତରଫରୁ, ୮୯ତମ ଉତ୍କଳ ଦିବସ ଏବଂ ନିଜର ୧୫ ତମ ବାର୍ଷିକ ଉତ୍ସବ ଧୁମଧାମରେ ପାଳ