ପାଣି ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମବାସୀ
by Argus News
Thu, Jun 20 | 6:30 p.m.

ଅର୍ଗସ ବ୍ୟୁରୋ: ଦୁର୍ଗମରେ ବିକାଶ ବାଟବଣା। ପାଣି ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମବାସୀ। ୨୫ ବର୍ଷର ସ୍ଥିର ସରକାରଙ୍କ ବିକାଶ ନାରା ଏଠି ପ୍ରହସନ। ଏ ହେଉଛି ମୟୁରଭଞ୍ଜ କରଞ୍ଜିଆ ବ୍ଲକ ମହାଦେବଦେଉଳି। ଗାଁରେ ରହିଚି ତିନୋଟି ସାହି। ଜଳ ଯୋଗାଣ ପାଇଁ ଏଠି ୪ ଟି ନଳକୂପ ରହିଥିବା ବେଳେ ସ ବୁ ଅକାମି। ଟ୍ବିୱେଲରୁ ବାହାରୁଛି ଗୋଳିଆ ପାଣି। ଫଳରେ ପାଣି ପାଇଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଯେଉଁ ନଳକୂପରୁ ପାଣି ବାହାରୁଛି ସେଠି ଲୋକଙ୍କ ଲମ୍ବାଲାଇନ୍ ଦେଖିବାକୁ ମିଳୁଛି।

ବାରମ୍ବାର ଅଭିଯୋଗ ପରେ ଗାଁରେ ବସୁଧା ଯୋଜନାରେ ଏକ ଉଚ୍ଚ ପାଣିଟାଙ୍କି ନିର୍ମାଣ କରାଯାଇ ଘରକୁ ଘର ପାଇପ ଲାଇନ ବିଛା ଯାଇଥିଲା। ଘର ଆଗରେ ଷ୍ଟାଣ୍ଡପୋଷ୍ଟ ମଧ୍ୟ୍ୟ ଦିଆଯାଇଛି ହେଲେ  ନିର୍ମାଣ ଦିନ ଠାରୁ ଆସୁନାହିଁ ପାଣି। ଏନେଇ ପୂର୍ବତନ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ଅଭିଯୋଗ କଲାପରେ ମଧ୍ୟ ସମସ୍ୟାର ସମାଧାନ ହୋଇ ନଥିବା ଅଭିଯୋଗ ହୋଇଛି। ଖାଲି ପାଣି କାହିଁକି ରାସ୍ତା ସମସ୍ୟା ଏହି ଗାଁର ଅନ୍ୟ ଏକ ପ୍ରମୁଖ ସମସ୍ୟା। ଆଜି ଯାଏଁ ଗାଁକୁ ପକ୍କା ରାସ୍ତା ଟିଏ ହୋଇ ପାରିଲାନି। ଖାଲଖମା ଭରା ଏଇ କଚ୍ଚା ରାସ୍ତାରେ ଆତଯାତ କରୁଛନ୍ତି ଅଞ୍ଚଳବାସୀ। ୨୫ ବର୍ଷର ସ୍ଥିର ଙ୍କ ବିକାଶ ମହାଦେବଦେଉଳି ପାଇଁ ସାତସପନ। ଏଠି ଯୋଜନା ପ୍ରଣୟନ ହୋଇଛି ହଲେ ଏହାର ଲାଭ ପାଉ ନାହାନ୍ତି ଅଞ୍ଚଳବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ପ୍ଲାଣ୍ଟରେ ବିସ୍ଫୋରଣ
22m ago
ନିଆଁ ପିଣ୍ଡୁଳା ସଫେଇ ସମୟରେ ଅଘଟଣ; 5 ଗୁରୁତର
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ । Sms 1 ରେ ଘଟିଛି ବିସ୍ପୋରଣ । ସକାଳ ୯ ସମୟରେ sms 1 ରେ ସେଡ଼ରେ ନିଆଁ ପିଣ୍ଡୁଳା ସଫେଇ ସମୟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣର
ଭରତପୁର ଥାନା ଘଟଣା
37m ago
ଭରତପୁର ଥାନା ଘଟଣା:ଗୁଜୁରାଟରେ  ୫ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ
ଅର୍ଗସ ବ୍ୟୁରୋ:ଭରତପୁର ଥାନା ଘଟଣାକୁ ନେଇ ଏବେବି ଜାରି ରହିଛି ସସ୍ସପେନ୍ସ,ସତ ପାଇଁ ଚାଲିଛି ମହାନାଟକ,କେବେ ଧରାପଡିବ ସତ,ସାଧାରଣରେ ଉଠିଛି ପ୍ରଶ୍ନ। ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର
ବିଦ୍ୟାଳୟରେ ତାଲା
ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର, ବିଦ୍ୟାଳୟରେ ପଡିଲା ତାଲା
ମାଲକାନଗିରି: ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର । ବିଦ୍ୟାଳୟରେ ପଡିଲା ତାଲା । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପଢିଲେ ପାଠ । ନାମକୁ ମାତ୍ର ପ୍ରଧାନଶିକ୍ଷକ । ଦିନେ ହେଲେ ମଧ୍