ସ୍ୱାମୀଙ୍କ କେକ୍‌ କାଟିବା ପରେ ପାଦ ଛୁଇଁଲେ ସାକ୍ଷୀ, ଭାଇରାଲ ହେଉଛି ଭିଡିଓ...
by Argus News
Sun, Jul 07 | 11:43 a.m.

ଅର୍ଗସ ବ୍ୟୁରୋ:  ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଆଜି ତାଙ୍କର ଜନ୍ମଦିନ। ୪୩ ବର୍ଷ ବୟସରେ ପାଦ ଥାପିଛନ୍ତି ମାହି। ସେ ତାଙ୍କ ଜନ୍ମଦିନକୁ ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ ତାଙ୍କ ପତ୍ନୀ ସାକ୍ଷୀଙ୍କ ସହ ପାଳନ କରିଛନ୍ତି। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାକ୍ଷୀ ଧୋନିଙ୍କ ମଧ୍ୟ ତାଙ୍କ ପାଦ ଛୁଇଁଥିଲେ। ଏହି ଅଦ୍ଭୁତ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ମଧ୍ୟ ଏହାକୁ ପସନ୍ଦ କରୁଛନ୍ତି। କହିବାକୁ ଗଲେ ଧୋନି ଏବଂ ତାଙ୍କ ପତ୍ନୀ ସାକ୍ଷୀ ଶନିବାର ଅନନ୍ତ ଅମ୍ୱାନୀ ଏବଂ ରାଧିକାଙ୍କ ସଙ୍ଗୀତ ସମାରୋହରେ ପହଞ୍ଚିଥିଲେ। ଏହି ସମାରୋହ ପରେ ହିଁ ସେ ସଲମାନ ଖାନଙ୍କ ସହ ଜନ୍ମଦିନ ହୋଟେଲରେ ପାଳନ କରିଥିଲେ। ଯେତେବେଳେ ଧୋନି କେକ୍‌ କାଟି ତାଙ୍କ ଜନ୍ମଦିନ ପାଳନ କଲେ, ତାଙ୍କ ପତ୍ନୀ ସାକ୍ଷୀ ତାଙ୍କ ପାଦ ଛୁଇଁଥିଲେ।

 

 

ଜୁଲାଇ୭, ୧୯୮୩ରେ ଜନ୍ମ ହୋଇଥିବା ଧୋନି ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। କିନ୍ତୁ ସେ ଏବେ ମଧ୍ୟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଛନ୍ତି। ଧୋନି ତାଙ୍କ ଅଧିନାୟକତ୍ୱରେ ,ପର୍ଯ୍ୟନ୍ତ ସିଏସକେ ପାଞ୍ଚଟି ଆଇପିଏଲ ଟାଇଟଲ୍‌ ଜିତିଛି। ଧୋନିଙ୍କ ତାଙ୍କ ବ୍ୟକ୍ତିଗତ ଜୀବନରେ ବହୁତ ଚୁପ୍‌ ଚାପ ରୁହନ୍ତି। କିନ୍ତୁ ସେ ସବୁବେଳେ ନିଜ ସାଙ୍ଗ ଏବଂ ପରିବାର ସହିତ କୁଲ୍‌ ନଜର ଆସିଥାନ୍ତି। ଆଜିର ଦିନରେ ପୂର୍ବତନ କ୍ୟାପଟେନ୍‌ କୁଲଙ୍କୁ ବିିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟୁଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

 

ଗ୍ୟାସ୍‌ ଲିକ୍
53m ago
କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍ , ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ
ଅର୍ଗସ ବ୍ୟୁରୋ : କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଘଟଣା। ସଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଜିଲ୍ଲାପାଳ। ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବାଛନ୍ତି। ଅଗ୍ନିଶମ
ମଟନ୍ ବିରିୟାନୀ
ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍
ହରିୟାଣା ନିର୍ବାଚନ
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ