ପ୍ରଶାନ୍ତ ଜଗଦେବଙ୍କ ଗିରଫକୁ ନେଇ ବର୍ଷିଛନ୍ତି ସମୀର ମହାନ୍ତି
by Argus News
Mon, May 27 | 1:10 p.m.

ଅର୍ଗସ ବ୍ୟୁରୋ : ପ୍ରଶାନ୍ତ ଜଗଦେବଙ୍କ ଗିରଫକୁ ନେଇ ବର୍ଷିଛନ୍ତି ପୂର୍ବତନ ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି,  ସିଇଓ ନିରପେକ୍ଷ ହୁଅନ୍ତୁ । ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ଦାୟିତ୍ୱ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର । ସେ ଏଭଳି କହିବା ଆଶ୍ଚର୍ଯ୍ୟ । ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ ସେହି ନ୍ୟାୟ ହେଉଛି । ପ୍ରଶାନ୍ତ ଜଗଦେବଙ୍କୁ ଗିରଫ ଏବଂ  ଯେଉଁ ଦଫା ଲାଗିଛି ଆମେ ଆଶ୍ଚର୍ଯ୍ୟ । ସେ ଭୋଟ ଦେବାକୁ ଯାଇଛନ୍ତି ତାଙ୍କ ଭୋଟ ଦାନ କେନ୍ଦ୍ରରେ ଏମିତି ସ୍ଥିତି ଦେଖିଲେ, ହେଲେ ତାଙ୍କୁ ସାଙ୍ଗେ ସାଙ୍ଗେ ଜେଲ ।

ଅଧିକ ପଢନ୍ତୁ : ନିମାପଡା ଚିନ୍ତାରେ ନବୀନ

ହେଲେ ବିଜେଡି ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ଭିଡିଓ ଭାଇରଲ ହେଉଛି । ହେଲେ କେବଳ ନୋଟିସ କରି ଚୁପ ମୁଖ୍ୟ ନିର୍ବାଚନ ଅଧିକାରୀ । ଏ କି ପ୍ରକାର ନ୍ୟାୟ ।ବିଜେଡି କର୍ମୀ ଓ ମୁଷ୍ଟିମେୟ ନେତାଙ୍କ ବିରୋଧରେ ଆମେ ପ୍ରମାଣ ଦେଇଛୁ ତା ସତ୍ତ୍ୱେ କିଛି ନାହିଁ । ହିଞ୍ଜିଳିର ଜଣେ ଏଏସଆଇ ବିରୋଧରେ ଏତେ ଅଭିଯୋଗ ଆସିଲା ତାଙ୍କୁ ତ ବଦଳି କରି ପାରିଲେନି। ରାଜନୈତକ ଦଳ ଚାପ ପକେଇଛନ୍ତି, ଏଭଳି କହିବା ଦୁଭାଗ୍ୟଜନକ । ବାକି ନିର୍ବାଚନରେ ସେ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କ ନିରପେକ୍ଷତାର ପ୍ରମାଣ କରନ୍ତୁ ।

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର