SBI ଦେଉଛି ଶସ୍ତା ହୋମ ଲୋନ୍‌, ଆଉ ରହିଲା ୨ ଦିନ ବାକି
by Argus News
Mon, Jan 29 | 2:50 p.m.

ଅର୍ଗସ ବ୍ୟୁରୋ: ନିଜର ଗୋଟିଏ ସୁନ୍ଦର ଘର ଥିବ। ଏହା କାହାର ବା ସ୍ୱପ୍ନ ନଥାଏ। ହେଲେ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ବର୍ଷ ବର୍ଷ ସମୟ ଲାଗେ। ବର୍ତ୍ତମାନ ଆଉ ଏତେ କଷ୍ଟ କରିବାକୁ ପଡିବ ନାହିଁ। କାହିଁକି ନା ଏବେ ଆପଣଙ୍କ  ପାଇଁ  ଏସବିଆଇ ନେଇ ଆସୁଛି ଲୋନ। ଭାରତୀୟ ଷ୍ଟେଟ ବ୍ୟାଙ୍କଠାରୁ ଶସ୍ତା ହୋମ ଲୋନ ଏହି ଶେଷ ସୁଯୋଗର ଲାଭ ଉଠାଇପାରିବେ। ଖୁବଶୀଘ୍ର ଏସବିଆଇର ହୋମ ଲୋନ ସରିବାକୁ ଆସୁଛି । ଏହା ଅଧିନରେ ସିବିଲ ସ୍କୋର ଆଧାରରେ ଘରୋଇ ଲୋନର ସାଧାରଣ ସୁଧ ହାରରେ ୦.୬୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି  ଦିଆଯାଉଛି। ଏହି ସ୍ୱତନ୍ତ୍ର ହୋମ ଲୋନ କେବଳ ଜାନୁଆରୀ ୩୧, ୨୦୨୪ ପର୍ଯ୍ୟନ୍ତ ବୈଧ ଅଟେ।

୦.୬୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଫ୍ଲେକ୍ସିପେ, ଏନଆରଆଇ, ଦରମା ଶ୍ରେଣୀ ସହିତ ସମସ୍ତ ହୋମ ଲୋନ ପାଇଁ ବୈଧ। ହୋମ ଲୋନ ଉପରେ ସୁଧ ହାର ସିଭିଲ ସ୍କୋର ଉପରେ ନିର୍ଭର କରେ। ବର୍ତ୍ତମାନ ଏହି ଲାଭ ଉଠାଇବାକୁ ଗ୍ରାହକଙ୍କୁ ଆଉ ମାତ୍ର ୨ ଦିନ ଅଛି।

ସିଭିଲ ସ୍କୋର କଣ?

ସିବିଲ ସ୍କୋର ହେଉଛି ଏକ ତିନି ଅଙ୍କ ବିଶିଷ୍ଟ ସଂଖ୍ୟା, ଯାହା କୌଣସି ବ୍ୟକ୍ତିର ଆର୍ଥିକ ବିଶ୍ୱସନୀୟତା ଏବଂ ଇତିହାସ ବିଷୟରେ କହିଥାଏ। ଏହା ୩୦୦ରୁ ୯୦୦ ମଧ୍ୟରେ ମାପ କରାଯାଏ। ହୋମ ଲୋନ, ବ୍ୟକ୍ତିଗତ ଲୋନ, କ୍ରେଡିଟ୍‌ କାର୍ଡ ଏବଂ କାର୍‌ ଲୋନ ଇତ୍ୟାଦି ନେବାବେଳେ ସିବିଲ ସ୍କୋର ବ୍ୟବହୃତ ହୁଏ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:


 

ରାସ୍ତାରୋକ
now
ପାଣି ପାଇଁ ଦୁଇଟି ଜାଗାରେ ରାସ୍ତାରୋକ
ବାଲେଶ୍ୱର: ପାଣି ପାଇଁ ରାସ୍ତାରୋକ । ନୀଳଗିରି ବ୍ଲକ ଭଉଁରୀଆବାଡ଼ ପଞ୍ଚାୟତର ତେନ୍ତୁଳାପଡା ଗାଁରେ ପାନୀୟ ଜଳ ସଙ୍କଟ । ସ୍ବଚ୍ଛ ପାଣି ନମିଳିବାରୁ ବାଧ୍ୟ ହୋଇ ଗାଁ ଲୋକ ଗରା, ବାଲ୍ଟ
ତାତି
ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢ
କିସମିସ୍ ପାଣି
ଜାଣନ୍ତୁ କିସମିସ୍ ପାଣିର ଫାଇଦା
ଅର୍ଗସ ବ୍ୟୁରୋ: ଆମେ ସମସ୍ତେ ଜାଣିଛେ ଡ୍ରାଏ ଫ୍ରୁଟସ ଆମ ଶରୀର ପାଇଁ କେତେ ଲାଭଦାୟୀ। କିନ୍ତୁ ଏହି ଡ୍ରାଏ ଫ୍ରୁଟସ ଗୁଡ଼ିକ ବହୁତ୍ ମହଙ୍ଗା ହୋଇଥାଏ। ଅଧିକାଂଶ ଲୋକଙ୍କ ପାଇଁ ନିୟମିତ ଭାବର