କାଲି କନ୍ଧମାଳ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ
by Argus News
Thu, Oct 24 | 7:17 p.m.

ଅର୍ଗସ ବ୍ୟୁରୋ: ବାତ୍ୟା ଦାନାକୁ ଦୃଷ୍ଟିରେ ରଖି  ଆସନ୍ତାକାଲି କନ୍ଧମାଳ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ । ସ୍କୁଲ ବନ୍ଦ ନେଇ ଘୋଷଣା କଲେ ଜିଲ୍ଲା ଶିକ୍ଷାଧିକାରୀ । 

ପୂର୍ବରୁ 14 ଟି ଜିଲ୍ଲାରେ ସ୍କୁଲ ଘୋଷଣା କରାଯାଇଥିଲା । ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପ୍ରଭାବିତ ୧୪ ଜିଲାରେ ସ୍କୁଲ ଛୁଟି ଘୋଷଣା ହୋଇଥିଲା । ସେହି ଜିଲାଗୁଡିକ ହେଉଛି ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା,ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ। 

ଏହାପରେ ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ କଲେଜ ଓ ବିଶ୍ୱ ବିଦ୍ୟାଳୟ ବନ୍ଦ ପାଇଁ ଚିଠି ଲେଖିଥିଲେ ସ୍ୱତନ୍ତ୍ର ରିଲିଫ କମିଶନର ।

ସୂଚନାଯୋଗ୍ୟ, ଘଣ୍ଟାପ୍ରତି 10 କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା । କେନ୍ଦ୍ରପଡ଼ା, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ପଡୁଛି ସବୁଠାରୁ ଅଧିକ ପ୍ରଭାବ। ଏହି ସବୁ ଜିଲ୍ଲାରେ ଆଜି ପବନର ବେଗ ଓ ବର୍ଷା ପରିମାଣ ବଢ଼ିଥିବାବେଳେ କେତେକ ସ୍ଥାନରେ ଦେଖିବାକୁ ମିଳିଛି ପବନର ପ୍ରଭାବ ।
 

CYCLONE DANA
23m ago
ଘଣ୍ଟାପ୍ରତି ୧୦୦ ରୁ ୧୨୦ କିମି ବେଗରେ ପବନ ବହୁଛି
ଅର୍ଗସ ବ୍ୟୁରୋ: ବାତ୍ୟା ପ୍ରଭାବରେ ଭିତରକନିକା ଅଞ୍ଚଳରେ ପ୍ରବଳ ପବନ ବୋହୁଛି । ଘଣ୍ଟାପ୍ରତି ୧୦୦ ରୁ ୧୨୦ କିମି ବେଗରେ ପବନ ବହୁଛି । ପବନ ପ୍ରଭାବରେ ଭିତରକନିକାରେ ଉଠିଲା ଜୁଆର । ଆଉ କିଛ
CYCLONE UPDATE
ଭୋର୍‌ ଯାଏଁ ଚାଲୁ ରହିବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଭୀଷଣ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଭିତରକନିକା- ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା ଦାନା । ରାତି 12 ଟା 5 ର
CYCLONE DANA
ବାତ୍ୟା ଦାନାକୁ ନେଇ ଆସିଲା ବଡ ଖବର
ଅର୍ଗସ ବ୍ୟୁରୋ: ବାତ୍ୟା ଦାନାକୁ ନେଇ ଆସିଲା ବଡ ଖବର । ଭିତରକନିକା ହବାଳିଖଟି ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା । ତେବେ ବାତ୍ୟା ସ୍ଥଳ ଭାଗ ଛୁଇଁବା ପରେ ବି ସମୁଦ୍ର ଅଶାନ୍ତ ଥିବ