ଶାନ୍ତି ଶୃଙ୍ଖଳାର ସହ ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ 
by Argus News
Fri, Apr 26 | 8:03 p.m.

ଅର୍ଗସ ବ୍ୟୁରୋ: ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । 13 ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର 88ଟି ଆସନରେ ଭୋଟିଂ ଶେଷ ହୋଇଛି । 1200 ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍ ଭିତରେ କଏଦ ହୋଇଛି । ଛୋଟ ମୋଟ ହିଂସାକାଣ୍ଡ ଓ ପଶ୍ଚିମବଙ୍ଗର ବାଲୁରଘାଟରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ହଙ୍ଗାମା ସହ ଭୋଟିଂ ହୋଇଛି । ତ୍ରିପୁରାରେ ସର୍ବାଧିକ ଭୋଟିଂ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ସବୁଠାରୁ କମ୍ ଭୋଟିଂ ରେକର୍ଡ ହୋଇଛି । 

ସଂଧ୍ୟା 5ଟା ସୁଦ୍ଧା ଛତିଶଗଡରେ 72.13, ତ୍ରିପୁରାରେ 76.23 ଓ ପଶ୍ଚିମବଙ୍ଗରେ 71.84 ପ୍ରତିଶତରୁ ଅଧିକ ଭୋଟିଂ ହୋଇଛି। ତେବେ ମହାରାଷ୍ଟ୍ରରେ 59.19 , ବିହାରରେ 53.13 ଓ ଉତ୍ତରପ୍ରଦେଶରେ 52.64 ପ୍ରତିଶତ ଭୋଟିଂ ହୋଇଛି। ସେହିପରି ଆସାମରେ 70 ପ୍ରତିଶତରୁ ଅଧିକ,  କର୍ଣ୍ଣାଟକରେ 63.90, କେରଳରେ 63.97, ଜମ୍ମୁ ଓ କାଶ୍ମୀରରେ 67.22, ମଧ୍ୟପ୍ରଦେଶରେ 54.58, ରାଜସ୍ଥାନରେ 59.19 ପ୍ରତିଶତ ଭୋଟିଂ ହୋଇଛି ।  ଦ୍ବିତୀୟ ପର୍ଯ୍ୟାୟରେ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା, 5 କେନ୍ଦ୍ରମନ୍ତ୍ରୀ, 2ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, 3 ଅଭିନେତା ମୈଦାନରେ ଅଛନ୍ତି । ଏହାସହ ରାହୁଲ ଗାନ୍ଧୀ, ଶଶି ଥରୁର, ହେମାମାଳିନୀ ଏବଂ ଅରୁଣ ଗୋଭିଲଙ୍କ ଆସନରେ ମଧ୍ୟ ଭୋଟିଂ ହୋଇଛି ।
 

ଆହୁରି ପଢନ୍ତୁ ରାଜନୀତି ଖବର...

ଗୁଡ ନ୍ୟୁଜ୍
22m ago
ସାଢେ ୬ କୋଟି ଲୋକଙ୍କ ପାଇଁ ଖୁସି ଖବର ...
ନୂଆଦିଲ୍ଲୀ : ସାଢେ ୬କୋଟି ଲୋକଙ୍କ ପାଇଁ ଗୁଡ ନ୍ୟୁଜ୍। ଟଙ୍କା ଉଠାଇବା ପ୍ରକ୍ରିୟା ଆହୁରି ସହଜ କରିଛି EPFO । EPFO ଅଟୋ ମୋଡ ସେଟେଲମେଣ୍ଟ
ଭୁବନେଶ୍ବରରେ
30m ago
ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଭୁବନେଶ୍ବରରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଲେ ମୋଦି। ବିମାନବନ୍ଦରରେ ମୋଦିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି
ଭଣ୍ଡାରିପୋଖରୀରେ
43m ago
ଭଣ୍ଡାରିପୋଖରୀରେ ତ୍ରିମୁଖୀ ଲଢ଼େଇ: କିଏ ମାରିବ ବାଜି..... କାହାକୁ ବାଛିବେ ଭୋଟର
ଅର୍ଗସ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ସରଗରମ ହେଉଛି । ହାତରେ ଆଉ ଦିନ କେଇଟା ବାକି ଥିବା ବେଳେ, ପ୍ରଚାରକୁ ଜୋରଦାର କରୁଛନ୍ତି ୩ ପ୍ରମୁଖ ଦଳ