ଆଜି ଜାମ୍ମୁ ଓ କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ
by Argus News
Wed, Sep 25 | 7:21 a.m.

ଅର୍ଗସ ବ୍ୟୁରୋ:  ଆଜି ଜାମ୍ମୁ ଓ କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ। ସମସ୍ତ ଭୋଟଗ୍ରହଣ କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି । ରଜୌରୀ, ପୁଞ୍ଚ, ରିଆସି, ଶ୍ରୀନଗର, ବଡଗାମ, ଗନ୍ଦେରବଲ ଜିଲ୍ଲାରେ ଭୋଟଗ୍ରହଣ ହେବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ଜାମ୍ମୁ କାଶ୍ମୀର ୨୬ ଆସନରେ ଚାଲିଛି ମତଦାନ। ମୋଟ ୨୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ମୈଦାନରେ ଅଛନ୍ତି 239 ଜଣ ପ୍ରାର୍ଥୀ। ଗନ୍ଦେରବଲ ଆସନରେ ସର୍ବାଧିକ ୧୫ ପ୍ରାର୍ଥୀ ରହିଛନ୍ତି। ବୁଦ୍ଧଲ ସଂରକ୍ଷିତ ଆସନରେ ସବୁଠାରୁ କମ ୪ ପ୍ରାର୍ଥୀ ରହିଛନ୍ତି । ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

ଅଧିକ ପଢ଼ନ୍ତୁ ଦେଶ ଖବର: 

ବିଲୁଆ
51m ago
ବିଲୁଆ ଆକ୍ରମଣରେ ୨୦ରୁ ଉର୍ଦ୍ଧ୍ୱ ଆହତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ରେଞ୍ଜ ଅଧିନସ୍ଥ ହାତୀଓଟ, ଯେମାଦେଇପୁର, ପ୍ରାଣପୁରଦେଇପୁର ଗ୍ରାମରେ ବିଲୁଆ ଆକ୍ରମଣରେ ୨୦ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସକାଳେ ଏଭଳି ଘଟଣ
ଆସୁଛନ୍ତି ନଡ୍ଡା
53m ago
ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ନଡ୍ଡା
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ସଦସ୍ୟତା ଅଭିଯାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ । ରାଜ୍ୟ ପଦାଧିକାରୀ
ଜାହାଜ କାରଖାନା
55m ago
୯୩୪.୫୪ କୋଟି ଟଙ୍କା ବିନିଯୋଗରେ ଭଦ୍ରକରେ ହେବ ଜାହାଜ କାରଖାନା
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ତିଆରି ହେବ ଜାହାଜ । ଭଦ୍ରକ ଜିଲ୍ଲାରେ ‌ନେପ୍‌ଚୁନ୍‌ସ ସିପ୍‌ ବିଲ୍‌ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍‌ ୯୩୪.୫