ବିଲୁଆ ଆକ୍ରମଣରେ ୨୦ରୁ ଉର୍ଦ୍ଧ୍ୱ ଆହତ 
by Argus News
Wed, Sep 25 | 12:00 p.m.

ବ୍ରହ୍ମପୁର:  ଗଞ୍ଜାମ ଜିଲ୍ଲା ପୋଲସରା ରେଞ୍ଜ ଅଧିନସ୍ଥ ହାତୀଓଟ, ଯେମାଦେଇପୁର, ପ୍ରାଣପୁରଦେଇପୁର ଗ୍ରାମରେ ବିଲୁଆ ଆକ୍ରମଣରେ ୨୦ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସକାଳେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି। ଆହାତ ମାନଙ୍କ ମଧ୍ୟରେ ୭ ଜଣ ମହିଳା ରହିଥିବା ବେଳେ ୧୩ ଜଣ ପୁରୁଷ ରହିଛନ୍ତି। ପୋଖରୀ ଓ ଚାଷ ଜମିକୁ ଯିବା ସମୟରେ ଗୋଟିଏ ବିଲୁଆ ସମସ୍ତଙ୍କୁ ଆକ୍ରମଣ କରିଥିବା କହିଛନ୍ତି ଆହତ ମାନେ ।

ପରବର୍ତ୍ତୀ ମୁହୂର୍ତ୍ତରେ ଖବର ଅଞ୍ଚଳସାରା ବ୍ୟାପି ଯାଇଥିଲା । ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିବା ବେଳେ ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ବିଲୁଆଟି ଆଖପାଖ ତିନୋଟି ଗ୍ରାମରେ ଲୋକଙ୍କୁ ଆକ୍ରମଣ କରିଥିବା ବେଳେ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରାଯାଇଥିବା ଜଣାପଡିଛି l 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ପାଟିରେ କଳାଫିତା
4m ago
ପାଟିରେ କଳାଫିତା କାମୁଡି କାହିଁକି ବ୍ୟାଟିଂ କଲେ ଶାକିବ
ଅର୍ଗସ ବ୍ୟୁରୋ: ସବୁଦିନ ଆପଣ କ୍ରିକେଟ ଦେଖୁଥିବେ ହେଲେ ଏଫଟୋ ଉପରେ ଭଲ ଭାବେ ନଜର ପକାନ୍ତୁ। ଆପଣଙ୍କୁ ଏ ଫଟୋ ପ୍ରଥମେ ସାଧାସିଧା ଲାଗିବ। କିନ୍ତୁ ଫଟୋ ପଛର କଳାଫିତାର ରହସ୍ୟ ଜାଣିଲେ ଆପଣଙ୍କ
ଭଟ୍ଟାରିକା ମା'
5m ago
ସାର୍ବଜନୀନ ହେଲା ଭଟ୍ଟାରିକା ମା'ଙ୍କ ସୁନା ଓ ରୁପା ଅଳଙ୍କାର
କଟକ: ସାର୍ବଜାନିକ ହେଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ଭଟ୍ଟାରିକା ମା'ଙ୍କ ସୁନା ଓ ରୁପା ଅଳଙ୍କାର । ସର୍ବମୋଟ ସୁନା 1065.98 ଗ୍ରାମ ଏବଂ ରୂପା 2799.55 ଗ୍ରାମ ଗଣତିରୁ ଜଣାଗଲା
ପ୍ରେମିକ
22m ago
ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା
ଭୁବନେଶ୍ୱର: ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ବାଲିଅନ୍ତା ଥାନା ସରକଣା ଗ୍ରାମ ର ବିଶ୍ଵଜୀତ୍ ସାମନ୍ତରାୟଙ୍କ ଘର ପିଣ୍ଡାରେ ଧାରଣାରେ ବସିଛନ୍ତି ତାଙ୍କ ପ୍ରେମିକା