ସିକ୍ୟୁରିଟିଗାର୍ଡଙ୍କ ଭରସାରେ ସ୍ୱାସ୍ଥ୍ୟସେବା
by Argus News
Mon, Feb 12 | 6:31 p.m.

ଅର୍ଗସ ବ୍ୟୁରୋ:  ସ୍ୱାସ୍ଥ୍ୟସେବାକୁ ନେଇ ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ଗ୍ରାଉଣ୍ଡରେ ସ୍ଥିତି ପୁରା ଅଲଗା ।  ସିକ୍ୟୁରିଟିଗାର୍ଡଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟସେବା । କିଏ ରୋଗୀଙ୍କ ନାମରେ ଟିକେଟ୍‌ କାଟୁଛି ତ ଆଉ କିଏ ପ୍ରେସ୍‌କ୍ରିପ୍‌ସନ୍‌ରେ ରୋଗୀଙ୍କ ନାମ ଲେଖିବା ସହ ରକ୍ତଚାପ ଓ ଓଜନ ମାପୁଛି । 

ଏ ଦୃଶ୍ୟ ହୁଏ ତ ଆପଣଙ୍କୁ ବିଚଳିତ କରିପାରେ । ଡାକ୍ତରଖାନାରେ ସୁରକ୍ଷାକର୍ମୀଙ୍କର ଇଏ କି ରୋଲ୍.... 

ଆଉ ସବୁଠୁ ଆଶ୍ଚର୍ଯ୍ୟ କରିବା କଥା ହେଉଛି ସ୍ୱାସ୍ଥ୍ୟକର୍ମଚାରୀଙ୍କ ବ୍ୟତୀତ ଅନ୍ୟ କେହି ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ କାମରେ ଜଡିତ ହୋଇପାରିବେନି ବୋଲି ସରକାରଙ୍କର କଡା ନିର୍ଦ୍ଦେଶ ଅଛି । ହେଲେ ନିର୍ଦ୍ଦେଶ କେତେ ପାଳନ ହେଉଛି ଆପଣ ବୁଝିପାରୁଥିବେ ।  

ଏ ହେଉଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ଅନନ୍ତପୁର ଓ ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦୃଶ୍ୟ ।  ଏହାର ଖୋଲା ଉଲ୍ଲଂଘନ ଦେଖିବାକୁ ମିଳିଛି ।

ରାଜ୍ୟ ସରକାର ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମୋ ଡାକ୍ତରଖାନା ଭାବରେ ଘୋଷଣା କରିବା ପରେ ମଧ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଅଭାବ ଯୋଗୁଁ ସିକ୍ୟୁରିଟିଗାର୍ଡ ସାଜିଛନ୍ତି ଲୋକଙ୍କ ଚିକିତ୍ସା ପାଇଁ ସାହାରା । 

ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସୋର, ବାହାନଗା, ଖଇରା, ସିମୁଳିଆ, ଔପଦା,ସମେତ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଲୋକ ନିର୍ଭରଶୀଳ ଅଟନ୍ତି । କିନ୍ତୁ ଏହି ଡାକ୍ତରଖନାରେ ଅବ୍ୟବସ୍ଥା ଏମିତି ଯେ ସ୍ୱାସ୍ଥ୍ୟକର୍ମୀ ବଦଳରେ ବର୍ତ୍ତମାନ ସିକ୍ୟୁରିଟି ଗାର୍ଡଙ୍କ ହାତରେ ରୋଗୀ ସେବାକୁ ହସ୍ତାନ୍ତର କରିଛନ୍ତି ରାଜ୍ୟ ସରକାର । 

 

ସେହିପରି ସୋର ବ୍ଲକ ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା, ସିକ୍ୟୁରିଟିଗାର୍ଡ ସାଜିଛନ୍ତି ରୋଗୀଙ୍କ ଭରସା । ତେବେ ସୋର ଡାକ୍ତରଖାନାରେ ଲୋକଙ୍କ ନିର୍ଭରଶୀଳତା ଯେତେ ବଢୁଛି ଅବ୍ୟବସ୍ଥା ଓ ଲୋକଙ୍କର ଆସ୍ଥା ସେତେ କମୁଛି ।  ଡାକ୍ତରଖାନାରେ ସିକ୍ୟୁରିଟିଗାର୍ଡମାନେ ସୁରକ୍ଷା ଦେବା ବଦଳରେ  ଡାକ୍ତରଖାନାରେ ବିଭିନ୍ନ ପ୍ରକାର କାମରେ ନିୟୋଜିତ ରହୁଛନ୍ତି। 

କର୍ମଚାରୀ ନଥିବା କହି ଅଣ ସ୍ବାସ୍ଥ୍ୟ କର୍ମଚାରୀଙ୍କ ହାତରେ ରୋଗୀଙ୍କ ଜୀବନ ସହ ଖେଳୁଥିବା ବେଳେ ଅନ୍ୟପଟେ ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥା ହୁଗୁଳିଯାଉଛି ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ