କାଠ ମାଫିଆଙ୍କ ଘରେ ଚଢ଼ାଉ, ସାତ ଟ୍ରିପ ଶାଗୁଆନ କାଠ ଜବତ 
by Argus News
Sat, Mar 23 | 12:05 p.m.

ନୟାଗଡ଼: ନୟାଗଡ଼ ଭାପୁର ବ୍ଲକ ଅନ୍ତର୍ଗତ ବାଲିଆପଟ୍ଟା ଗ୍ରାମରେ ବନ ବିଭାଗର ଚଢ଼ାଉ l ଚଢ଼ାଉ ବେଳେ କାଠମାଫିଆଙ୍କ ଘରୁ ବିପୁଳ ପରିମାଣରେ ଶାଳ, ପିଆଶାଳ ଓ ଶାଗୁଆନ କାଠ ଜବତ ହୋଇଛି l ଗ୍ରାମର ନରେନ୍ଦ୍ର କରଙ୍କ ଘରେ ବିପୁଳ କାଠ ଗଛିତ ଥିବା ଅଭିଯୋଗ ପରେ ଗତକାଲି ଠାରୁ ବନବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିଲା l

ବେଆଇନ ଭାବେ ବାହାରକୁ କାଠ ଚାଲଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଁ ନୟାଗଡ ACF ହିମାନି ନାୟକଙ୍କ ଉଦ୍ୟମରେ ଖଣ୍ଡପଡ଼ା ରେଞ୍ଜର, ଭାପୁର ଫରେଷ୍ଟର ଏବଂ ଫତେଗଡ ପୋଲିସଙ୍କ ମିଳିତ ସହଯୋଗରେ ନରେନ୍ଦ୍ର କରଙ୍କ କାଠ ଫାର୍ମ ହାଉସରେ ଅଚାନକ ଚଢାଉ କରିଥିଲେ।

ଚଢ଼ାଉ ସମୟରେ ସାତ ଟ୍ରିପ ଶାଗୁଆନ କାଠ ସହ ଅନନ୍ୟା ମୂଲ୍ୟ ବାନ କାଠକୁ ଜବତ କରିଥିଲେ ।  ଯାହାର ଆନୁମାନିକ ମୂଲ୍ୟ ଲକ୍ଷ୍ୟାଧିକ ଟଙ୍କା ହେବ ବୋଲି ACF ହିମାନି ନାୟକ ସୂଚନା ଦେଇଛନ୍ତିl ସେପଟେ ନରେନ୍ଦ୍ରଙ୍କ ଘରୁ ମଧ୍ୟ ବିପୁଳ ପରିମାଣରେ କାଠ ଜବତ ହୋଇଛି l ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ରହିଥିବା ସୂଚନା ମିଳିଛି l 
ଅଧିକ ପଢନ୍ତୁ ଓଡ଼ିଶା ଖବର 

ଖଲ୍ଲିକୋଟ ହିଂସା ପାଇଁ
10m ago
ଖଲ୍ଲିକୋଟ ହିଂସା ପାଇଁ ଗଠନ ହେଲା SIT, ଗିରଫ ହେବେ ଫେରାର୍ ଅଭିଯୁକ୍ତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT . ଏସଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍
AC
13m ago
ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ
ଅର୍ଗସ ବ୍ୟୁରୋ: ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଥଣ୍ଡା ହେତୁ ଶରୀର ଏବଂ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ବଢିପାରେ । ଏସି,କୁଲରର ପବ
ଗ୍ରୀଷ୍ମ ପ୍ରବାହ
14m ago
୨୦ ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ମେଘୁଆ ପାଗ ସହ କାଁ ଭାଁ ସ୍ଥାନରେ ବର୍ଷା ହେବା