ସମ୍ବଲପୁର ବିଜେଡିରେ ବଡ଼ ଗଡ଼ବଡ଼
by Argus News
Thu, Apr 18 | 4:53 p.m.

ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ହାରିବେ ବବି , ଏନେଇ ମାଷ୍ଟର ପ୍ଲାନ କରିଛନ୍ତି ଖୋଦ ବିଜେଡି ନେତା । କାରଣ ଗତକାଲି ବିଜେଡିର ପଂଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଆଉ ଦୁଇ ପ୍ରାର୍ଥୀଙ୍କ ଟିକଟ ବଦଳାଯାଇଛି । ପୂର୍ବରୁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ସମ୍ବଲପୁରରୁ ପ୍ରାର୍ଥୀ କରିଥିଲା । ହେଲେ ସେ ଏଇ ଆସନରୁ ନିର୍ବାଚନ ଲଢିବାକୁ ମନା କରିଦେଇଥିଲେ । ଏମିତିକି ନବୀନ ନିବାସରେ ରୋକଠୋକ କହିଥିଲେ, ଲଢିବି ଯଦି ରେଢାଖୋଲରୁ...ନହେଲେ ନାହିଁ । ସେଇଥି ଲାଗି ତ ଆଜି ପ୍ରାର୍ଥୀ ତାଲିକା ଘୋଷଣା ବେଳେ ତାଙ୍କର ପ୍ରାର୍ଥୀତ୍ଵ ବଦଳାଇଛି ବିଜେଡି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ।
ରାଗି ସୁଝାଇବେ କି ପ୍ରସନ୍ନ ?

ବୋଧହୁଏ ବିଜେଡିରେ ଏହା ପ୍ରଥମ । କାରଣ ପୂର୍ବରୁ କେବେ ଟିକଟ ଘୋଷଣା ହେବା ପରେ ପ୍ରାର୍ଥୀ ବଦଳାଇନଥିଲେ ନବୀନ । କିନ୍ତୁ ସମ୍ବଲପୁର ଓ ରେଢାଖୋଲ ଆସନରେ ପ୍ରାର୍ଥୀ ବଦଳାଇବାକୁ ନିଷ୍ପତ୍ତି ନେଇଛି ଦଳ । କୁହାଯାଉଛି କି ପଶ୍ଚିମ ଓଡ଼ିଶାରେ ଦଳର ସ୍ଥିତି ଆଦୌ ଭଲ ନାହିଁ । ଖାସ୍‌ କରି ସମ୍ବଲପୁରରେ । କାରଣ ବିଧାନସଭା ନିର୍ବାଚନମଣ୍ଡଳିରେ ବିଜେଡି କୌଣସି ଆଖି ଦୃଶିଆ ବିକାଶ କରିନି । ତେଣୁ କେଉଁ ମୁହଁରେ ଭୋଟ ମାଗିବେ ନେତା ତାହାକୁ ନେଇ ଚିନ୍ତାରେ ଦଳ । ହେଲେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେଡି ସମ୍ବଲପୁରରେ ପ୍ରସନ୍ନଙ୍କୁ ପ୍ରାର୍ଥୀ କରିଥିଲା । କାରଣ ରୋହିତଙ୍କୁ ଏହି ଆସନରୁ ରାସେଶ୍ଵରୀ ପାଣିଗ୍ରାହୀ ଜୋରଦାର ବିରୋଧ କରୁଥିଲେ । ତେଣୁ ରୋହିତଙ୍କର ହାରିବା ଭୟ ଥିଲା । ତେଣୁ ସାଙ୍ଗଠନିକ ସମ୍ପାଦକ ବବିଙ୍କୁ ଧରି ରୋହିତ ନେଇଥିଲେ ରେଢାଖୋଲର ଟିକଟ । ହେଲେ ବରିଷ୍ଠ ଓ ଅଭିଜ୍ଞତା ଦୃଷ୍ଟିରୁ ନିର୍ବାଚନରେ ଜନମତ କେଉଁଠି ମିଳିବନି ସେକଥାକୁ ଭଲରେ ଠଉରାଇ ପାରିଥିଲେ ପ୍ରସନ୍ନ । ତେଣୁ ସମ୍ବଲପୁରରୁ ନିର୍ବାଚନ ଲଢିବେନି ବୋଲି କହିଥିଲେ । 

ପ୍ରସନ୍ନଙ୍କୁ ନାଖୁସ କରିନାହାନ୍ତି ନବୀନ । ବରଂ ତାଙ୍କ ଇଚ୍ଛା ମୁତାବକ ଦଳ ତାଙ୍କୁ ଟିକଟ ଦେଇଛି । ହେଲେ ପୂର୍ବରୁ ରେଢାଖୋଲରେ ପ୍ରାର୍ଥୀ ହୋଇଥିବା ରୋହିତ ସ୍ଥାନୀୟ ଅଂଚଳରେ ପ୍ରଚାର ବି କରିଥିଲେ । ତେଣୁ ଏବେ ପୁଣି ଥରେ ପ୍ରସନ୍ନ ମଇଦାନକୁ ଓହ୍ଲାଉଥିବାରୁ ଜନମତ ସେତେଟା ଆସିନପାରେ ବୋଲି ରାଜନୈତିକ ଖଟିରେ ଚର୍ଚ୍ଚା ଜୋର ଧରିଛି । ତେବେ ପ୍ରସନ୍ନ ରେଢାଖୋଲ ଯିବା ପରେ ତାଙ୍କର ଏବେ ଗୋଟିଏ ଲକ୍ଷ କେମିତି ବବି ଓ ରୋହିତ ପାଇବେ ପାନେ, କେମିତି ସମ୍ବଲପୁରରୁ ହାରିବେ ଏଇ ଦୁଇ ନେତା ? କିଛି ଏମିତି ଚର୍ଚ୍ଚା ସୋସିଆଲ ମିଡିଆରେ ଜୋର ଧରିଛି । ତେବେ ଘଟଣା ପୂରା କଣ ଥିଲା ? କେତେ ସତ, କେତେ ମିଛ ? ସେନେଇ କୌଣସି ସ୍ପଷ୍ଟ ସୂଚନା ଆମର ହସ୍ତଗତ ହୋଇନାହିଁ ।
 

ROAD ACCIDENT
ଚମ୍ପୁଆରେ ସିରିଜ୍ ଦୁର୍ଘଟଣା, ୫ ମୃତ
ଅର୍ଗସ ବ୍ୟୁରୋ : ଚମ୍ପୁଆ ଥାନା ରିମୁଳି ବାଇପାସ୍‌ରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ସିରିଜ ଦୁର୍ଘଟଣାରେ ୫ ଜଣ ପ୍ରାଣ ହରାଇଛନ୍ତି । କେନ୍ଦୁଝରରୁ ବଡ଼ବିଲ କାର୍ ଯୋଗେ ଫେରିବା ବେଳେ ଏହ
ବିଜେପି ସରକାରଙ୍କୁ
ବିଜେପି ସରକାରଙ୍କୁ ଅଭିନେତ୍ରୀ ରଶ୍ମୀକା ମନ୍ଦାନାଙ୍କ ପ୍ରଂଶସା
ଅର୍ଗସ ବ୍ୟୁରୋ: ନିର୍ବାଚନ ଭିତରେ ଯେଉଁଠି ରାଜନୀତି ଦଳଗୁଡିକ ଭିତରେ ଆକ୍ରୋଶ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଂଶସାରେ ପୋତି ପକାଉଛନ୍ତି କଳାକାରମାନେ। ଅଭିନେତ୍ର
ପୃଥିବୀର ସବୁଠାରୁ
ପୃଥିବୀର ସବୁଠାରୁ ଉତ୍ତପ୍ତ ସ୍ଥାନ, ଯାହାର ନାମ ହେଲା Death Valley: କାହିଁକି?
ଅର୍ଗସ ବ୍ୟୁରୋ: ଭାରତ ସମେତ ବିଶ୍ବର ଅନେକ ଦେଶ ଏବେ ଭୀଷଣ ଗରମର ସାମ୍ନା କରୁଛି। ପଶ୍ଚିମ ଆଫ୍ରିକା ସ୍ଥିତ ଦେଶ ଗୁଡ଼ିକରେ ରାତି ତାପମାତ୍ରା ୪୮ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଗଲାଣି