ଏନକାଉଣ୍ଟରରେ 29  ନକ୍ସଲ ସଫା: ଶାହ କହିଲେ ଏବେ ଏତିକି ଆଗକୁ...
by Argus News
Wed, Apr 17 | 11:05 a.m.

ମାଲକାନଗିରି:  ଛତିଶଗଡ଼ କାଙ୍କେର ଜିଲ୍ଲାରେ ଏନକାଉଣ୍ଟରରେ ନିହତ 29 ହାର୍ଡକୋର ମାଓବାଦୀଙ୍କ ମୃତଦେହ ଜବତ ।  7ରୁ ଅଧିକ AK47 ରାଇଫଲ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ଏନକାଉଣ୍ଟରରେ  ଜଣେ BSF ଇନସ୍ପେକ୍ଟରଙ୍କ ସହ 2 ଜଣ DRG ଯବାନ ଆହତ ହୋଇଛନ୍ତି । ଅପରେସନରେ ସାମିଲ ଯବାନଙ୍କୁ ଶୁଭେଚ୍ଛା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ବିକାଶ, ଶାନ୍ତି ଓ ଯୁବପିଢିଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ନକ୍ସଲବାଦ ବଡ ସମସ୍ୟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦେଶରୁ ମାଓ ସମସ୍ୟା ମୁକ୍ତ କରିବାକୁ ଚାଲିଛି ଅଭିଯାନ । ସରକାରଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଓ ସୁରକ୍ଷା କର୍ମୀଙ୍କ ପ୍ରୟାସ ଯୋଗୁଁ ମାଓ ସମସ୍ୟା ଛୋଟ ଅଂଚଳରେ ସୀମିତ ରହିଛି। ଖୁବଶୀଘ୍ର ଛତିଶଗଡ ସହ ସାରା ଦେଶ ମାଓ ସମସ୍ୟାରୁ ମୁକ୍ତ ହେବ ବୋଲି ଅମିତ ଶାହ ଦୃଢୋକ୍ତି କରିଛନ୍ତି । ସେପଟେ ହିଂସା ଛାଡ଼ି ମୁଖ୍ୟସ୍ରୋତରେ ମିଶିବାକୁ ଲାଲବାହିନୀଙ୍କୁ ଆହ୍ବାନ ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ । ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ୍ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

୭୭ତମ
୭୭ତମ କ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ବର୍ଯ୍ୟାଙ୍କ ଜଲଓ୍ବା
ଅର୍ଗସ ବ୍ୟୁରୋ: ୭୭ ତମ କାନସ୍ ଫିଲ୍ମ ଫେଷ୍ଟିଭାଲରେ ଚମକିଲେ ଐଶ୍ୱର୍ଯ୍ୟା । ଝିଅ ଆରାଧ୍ୟା ସହ ରେଡ କାରପେଟ ଚାଲିଲେ ବଲିଉଡର ନୀଳ ନୟନା। ଫ୍ରାନ୍ସରେ ଆୟୋଜିତ ହେଉଥିବା ଲୋକପ୍ରିୟ ଫିଲ୍
VK PANDIAN
ନବୀନଙ୍କ ସାମ୍ନାରେ ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ କଲେ ପାଣ୍ଡିଆନ !
ଅର୍ଗସ ବ୍ୟୁରୋ: ସଭା ମଂଚରେ ପୁଣି ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ କଲେ ବିଜେଡିର ନମ୍ବର-୨ ନେତା ଭି.କେ ପାଣ୍ଡିଆନ । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ କହିଲେ 'ସନ୍ଥ କବି'
BJD
ଭୋଟ୍‌ ପାଇଁ ବିଡାବିଡା ନୋଟ୍ ବାଣ୍ଟୁଛି ବିଜେଡି !
ଅର୍ଗସ ବ୍ୟୁରୋ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ଲୋକଙ୍କ ଘରେ ପହଞ୍ଚି ବିଡାବିଡା ନୋଟ୍ ବାଣ୍ଟୁଛନ୍ତି । ସମ୍ବଲପୁର ସଭାରେ ଯୋଗ ଦେବା ସହ ଶଙ୍ଖ ଚିହ୍ନରେ ଭୋ