ନେପାଳରେ ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ, ୧୭୦ ମୃତ
by Argus News
Mon, Sep 30 | 9:25 a.m.

ଅର୍ଗସ ବ୍ୟୁରୋ: ନେପାଳରେ ଭୟଙ୍କର ବର୍ଷା ପରେ ବନ୍ୟା ଏବଂ ଭୂସ୍ଖଳନ ଜାରି ରହିଛି। ଯେଉଁଥିରେ ଲଗାତାର ଲୋକଙ୍କ ମୃତ୍ୟୁ ଘଟୁଛି। ପୋଲିସ ଅନୁଯାୟୀ, କାଠମାଣ୍ଡୁ ଘାଟିରେ ବର୍ଷା କାରଣରୁ ଏପର୍ଯ୍ୟନ୍ତ ୪୩ ଲୋକଙ୍କ ପ୍ରାଣହାନି ଘଟିଛି। ବନ୍ୟା,ଭୂସସ୍ଖଳ ଏବଂ ଚାରିଆଡେ ଜଳ ପରିପୂର୍ଣ୍ଣ କାରଣରୁ ୫୫ ଜଣ ଲୋକେ ନିଖୋଜ ଅଛନ୍ତି, ଅନ୍ୟପକ୍ଷେ ୧୦୧ ଜଣ ଆହତ ହୋଇଛନ୍ତି।

ନେପାଳରେ ଭୂସ୍ଖଳନ କାରଣରୁ ଶନିବାର ଦିନ ଜାତୀୟ ରାଜପଥ ଅବରୋଦ୍ଧ ହୋଇଛି ଏବଂ ଶତାଧିକ ଲୋକେ ବିଭିନ୍ନ ରାଜପଥରେ ଫଶିରହିଛନ୍ତି। ହାରାହାରି ୩୨୨ ବିଲ୍ଡିଂ ଏବଂ ୧୬ ସେତୁ କ୍ଷତିଗ୍ରସ୍ତ ହୋଇଛି। ଲୋକଙ୍କୁ ଉଦ୍ଧାର କରିବା ପାଇଁ ୨୦,୦୦୦ରୁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ପାଖାପାଖି ୩ ହଜାର ୬୨୬ ଜଣଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଯାଇଛି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ସେମାନେ ୪୦-୪୫ ବର୍ଷରେ କାଠମାଣ୍ଡୁ ଘାଟିରେ ଏପରି ବିନାଶକାରୀ ବନ୍ୟା ଏବଂ ଜଳ ପରିପୂର୍ଣ୍ଣ କେବେ ବି ଦେଖିନାହାନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ, ମୃତକଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଲାଣି। କାଠମାଣ୍ଡୁ ପାଖରେ ଥିବା ଧାଦିଙ୍ଗ ଜିଲ୍ଲାରେ ଶନିବାର ଦିନ ଏକ ବସ ଭୂସ୍ଖଳନର ଶିକାର ହୋଇଥିଲା। ଏଥିରେ ୧୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଭକ୍ତପୁର ସହରରେ ଭୂସ୍ଖଳନରେ ଏକ ଘର ଭୁଶୁଡି ପଡିବାରୁ ୫ଜଣଙ୍କର ମୃତ୍ୟୁ ଘଟିଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

ଛତୁଆ ଚିନ୍ତା
37m ago
ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି- ପ୍ରଭାତୀ ପରିଡା
ଭୁବନେଶ୍ୱର: ମନ୍ତ୍ରୀଙ୍କୁ ଘାରିଛି ଛତୁଆ ଚିନ୍ତା । ଆଗକୁ ମାଣ୍ଡିଆ ନେଇପାରେ ଛତୁଆର ଜାଗା । ଖରାପ ମାନର ଛତୁଆକୁ ନେଇ ଉଦବେଗ ପ୍ରକାଶ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଛତୁଆ ବଦଳର
୫ଟି ବିଦ୍ୟାଳୟ
୫ଟି ବିଦ୍ୟାଳୟର ପ୍ଲାଷ୍ଟର ଖସି ୫ ଛାତ୍ରୀ ଆହତ
ଖୋର୍ଦ୍ଧା: ସରକାର ୫-ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏହା ଅନେକ କ୍ଷେତ୍ରରେ ଧର୍ମକୁ ଆଖିଠାର ସଦୃଶ ହୋଇଛି। ‌ଖୋର୍ଦ୍ଧା ଜିଲ୍ଲ
ଦେବ ଦତ୍ତସିଂ
ଟ୍ବିନସିଟି ନୂଆ କମିଶନର ଭାବେ ଦାୟିତ୍ବ ନେଲେ ସୁରେଶ ଦେବ ଦତ୍ତସିଂ
ଅର୍ଗସ ବ୍ୟୁରୋ: ଟ୍ବିନସିଟି ନୂଆ କମିଶନର ଭାବେ ଦାୟିତ୍ବ ନେଲେ ସୁରେଶ ଦେବ ଦତ୍ତସିଂ । ସିପି ଅଫିସରେ ପହଁଚି ବିଧିବଦ୍ଧ ଭାବେ ନେଲେ ଦାୟିତ୍ବ । ପୋଲିସ ସେବା ଭବନରେ ନୂଆ ସିପିଙ୍କୁ ବିଧିବଦ୍