ଭୟଙ୍କର ଭୂସ୍ଖଳନ ; ଭାସିଗଲା ବସ୍‍ , ୬୩ ଯାତ୍ରୀ ନିଖୋଜ
by Argus News
Fri, Jul 12 | 7:58 a.m.

ଅର୍ଗସ ବ୍ୟୁରୋ : ନେପାଳରେ ଭୟଙ୍କର ଭୂସ୍ଖଳନ । ଏଥିରେ ଦୁଇଟି ବସ୍ ଭାସିଯାଇଛି । ଆଜି ଭୋରରୁ କେନ୍ଦ୍ରୀୟ ନେପାଳର ତ୍ରିଶୁଳି ନଦୀ ଉପରେ ଦୁଇଟି ବସ୍ ଯାଉଥିବା ବେଳେ ଅଚାନକ ଭୂସ୍ଖଳନ ହୋଇଥିଲା । ଏଥିଯାଗୁଁ ବସ ଡ୍ରାଇଭରଙ୍କ ସହ ୬୩ଜଣ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କୁ ଖୋଜିବାକୁ ଯୁଦ୍ଧକାଳୀନ ଅପରେସନ ଆରମ୍ଭ ହୋଇଛି । କିନ୍ତୁ ପ୍ରଖର ସୁଅ ସହ ପ୍ରବଳ ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି ।

ଅଧିକ ପଢନ୍ତୁ : ଉତ୍ତରାଖଣ୍ଡରେ ଭୟଙ୍କର ବର୍ଷା ବିତ୍ପାତ ସହ ଭୂସ୍ଖଳନ: ୨ ମୃତ

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍କ କମଲ ଦହଲ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଲଗାଣ ବର୍ଷା ପରେ ନେପାଳର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଥିବା ଖବର ଆସୁଛି । ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LACCMI BUS SCHEME
4m ago
ଲକ୍ଷ୍ମୀବସ୍‌ ନାଁରେ ରଙ୍ଗ ମାରି କୋଟି କୋଟି ଖାଇଦେଲେ !
ଅର୍ଗସ ବ୍ୟୁରୋ: ବିଜେଡିର ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପର୍ଦ୍ଦାଫାଶ ହେଉଛି । ଖାସ କରି ନିର୍ବାଚନ ପୂର୍ବରୁ ପଂଚାୟତରୁ ବ୍ଲକକୁ ଯୋଡିବାକୁ ଲକ୍ଷ୍ମୀବସ୍‌ ଯୋଜନା କରିଥିଲେ ପୂର୍
VILLAGE
4m ago
ଏବେବି ଗାଁକୁ ସଂଯୋଗ ହୋଇପାରନି ପକ୍କା ରାସ୍ତା, ଲୋକେ ହନ୍ତସନ୍ତ
ଅର୍ଗସ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବଡପଳସା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁନାପୋଷି ଗ୍ରାମର ଇଚାଘୁଟୁ ସାହି। ଦେଶ ସ୍ଵାଧୀ
KOLKATA RAPE AND MUR
8m ago
କୋଲକତା ଡାକ୍ତର ଦୁଷ୍କର୍ମ ମାମଲା : ମୋଦିଙ୍କୁ ଚିଠି ଲେଖିଲେ ଡାକ୍ତର, ଦିଦିଙ୍କ ଉଡିଲା ହୋସ
ଅର୍ଗସ ବ୍ୟୁରୋ: ଥମିବାରେ ନା ନେଉନି କୋଲକତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନ । ଏହାରି ଭିତରେ ଦୁଇଦୁଇ ଥର ଡାକ୍ତର ସଂଘ ସହ ଆଲୋଚନା କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ର