ଦେଶୀ ବିହନର ସୁରକ୍ଷା ସାଙ୍ଗକୁ ପ୍ରସାର କରୁଛନ୍ତି ଶଙ୍କର ପଟ୍ଟନାୟକ
by Argus News
Wed, Nov 06 | 6:57 p.m.

ଅର୍ଗସ ବ୍ୟୁରୋ:  ସ୍ୱଦେଶୀ ବିହନ ଜରିଆରେ ଚାଷୀଙ୍କ ଉନ୍ନତି ସମ୍ଭବ । ଏହାର ପ୍ରସାର ଘଟିଲେ ସେମାନଙ୍କୁ  ଋଣ ମୁକ୍ତ କରିବା ସହଜ । କୃଷି ପଦ୍ଧତିରେ ଏଭଳି ବିଚାରକୁ ପ୍ରୟୋଗ କରିବା କାମରେ ପରିଣତ ବୟସରେ ଅଂଟା ଭିଡିଛନ୍ତି  ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ମଦେଇଗାଁର ଜଣାଶୁଣା ଦେଶୀ ଧାନ ସଂରକ୍ଷକ ଶଙ୍କର ପଟ୍ଟନାୟକ । ଶଙ୍କର   ଶିକ୍ଷକତା ବୃତ୍ତିରୁ ଅବସର ନେବା ପରେ ଆରମ୍ଭ କରିଛନ୍ତି ଦେଶୀ ବିହନର ସୁରକ୍ଷା ସାଙ୍ଗକୁ ପ୍ରସାର ।  ଗାଁ କୁ ଗାଁ ଓ କ୍ଷେତକୁ କ୍ଷେତ ବୁଲି ସେ ଏହି କାମରେ ଲାଗିଛନ୍ତି । ୨୦୧୪ ମସିହାରୁ ସେ ଆରମ୍ଭ କରିଥିବା ଏହି ଯାତ୍ରା ଏବେ ଶହ ଶହ ଚାଷୀ ଓ ଗବେଷକଙ୍କ ପାଇଁ ପାଲଟିଛି ପ୍ରେରଣା । ପ୍ରଥମେ ସେ ନିଜ ଗାଁରୁ ୬ ପ୍ରକାର ଦେଶୀ ବିହନକୁ ଏ ଯାତ୍ରା ଆରମ୍ଭ କରିଥିଲେ । ଏବେ ଏହି ସଂଖ୍ୟା ୯୦୦ରେ ପହଂଚିଛି । ୯୦୦ ପ୍ରକାରର ଦେଶୀ ଧାନ ବିହନ ସଂଗ୍ରହ ପାଇଁ ସେ ଦଶ ବର୍ଷର ସମୟ ସହିତ ବିନିଯୋଗ କରିଛନ୍ତି ବହୁ ମୂଲ୍ୟବାନ ସମୟ ଓ ସମ୍ବଳ । ବହୁ ମୂଲ୍ୟବାନ ଦେଶୀ ବିହନକୁ ସୁରକ୍ଷା କରି ଶଙ୍କର ବାବୁ ଜିଲ୍ଲା ପାଇଁ ଗର୍ବ ଆଣିଥିବା କୃଷି  ଅଧିକାରୀ କହିଥିବା ବେଳେ ଶଙ୍କର ବାବୁ ଯେଉଁଠି ନୂଆ ପ୍ରଜାତି ଦେଖନ୍ତି ଖୋଜି ଲୋଡି ଆଣିଥାନ୍ତି ବୋଲି କହିଛନ୍ତି ପତ୍ନୀ ।

ଶଙ୍କର ବାବୁଙ୍କ ଘର ପାଲଟିଛି ମିନି ସଂଗ୍ରହାଳୟ । ଘରସାରା ସଜ୍ଜିତ ହୋଇ ରହିଛି ନାନା କିସମର ଧାନ କେଣ୍ଡା । ଓହଳି ରହିଥିବା କେଣ୍ଡା ଗୁଡିକରେ ଧାନର ନାଁ ଓ ଗୁଣ ଲେଖା ହୋଇ ରହିଛି । କେବଳ ଏତିକି ନୁହଁ ଶଙ୍କର ବାବୁ ପୃଥକ ଭାବେ ପ୍ଲାଷ୍ଟିକ ଡବା ଗୁଡିକରେ ଧାନକୁ ସାଇତି ରଖିବା ସହିତ ଏହାର ବିସ୍ତୃତ ତଥ୍ୟକୁ ପର ପିଢିଙ୍କ ପାଇଁ କାଗଜରେ ଲେଖି ରଖିଛନ୍ତି । ଶଙ୍କର ବାବୁଙ୍କ ନିକଟରେ ଏବେ ୩୦ ପ୍ରକାର ମାଣ୍ଡିଆ ବିହନ ସହିତ ରହିଛି ୬ ପ୍ରକାର କଳାଜିରା ଧାନ ପ୍ରଜାତି ଓ ଲୋପ ପାଇଯାଇଥିବା ଆଉ କେତେ କେତେ ପ୍ରଜାତି । କଳାଜିରା , ବାସ ଭୋଗ ,ମାଛକଣ୍ଟା ,ନଡ଼ିଆ ଫୁଲ ,କଲା ଡୁବରାଜ ଭଳି ୯୦୦ ପ୍ରଜାତିର ସୁରକ୍ଷା ସହିତ ଏହାକୁ ଚାଷ କରିବା ପାଇଁ ସେ ୩୦୦ ରୁ ଅଧିକ ଚାଷୀଙ୍କୁ ପ୍ରଦାନ କରିଛନ୍ତି । ଅବସର ପରେ ବିଶ୍ରାମ ବଦଳରେ ପରିଣତ ବୟସରେ ଶଙ୍କର ବାବୁ କ୍ଷେତ ଗୁଡିକରେ ବୁଲି ତଦାରଖ କରିବା ସହିତ ଚାଷୀଙ୍କୁ ମାର୍ଗଦର୍ଶନ ଦେଇଥାନ୍ତି । ମଦେଇ ଗାଁର ୧୦/୧୫ ଚାଷୀ ଶଙ୍କର ବାବୁଙ୍କ ଠାରୁ ଦେଶୀ ବିହନ ନେଇ ଚାଷ କରୁଥିବା କହିଥିବା ବେଳେ ଶଙ୍କର ବାବୁ କହନ୍ତି ସ୍ବଦେଶୀ ଜୈବିକ କୃଷି ଚାଷୀଙ୍କୁ ଋଣ ମୁକ୍ତ କରିପାରିବ ।

ସ୍ବଦେଶୀ ବିହନ ଜରିଆରେ ଚାଷୀଙ୍କ ଉନ୍ନତି ସମ୍ଭବ । ଏହାର ପ୍ରସାର ଘଟିଲେ ସେମାନଙ୍କୁ  ଋଣ ମୁକ୍ତ କରିବା ସହଜ । କୃଷି ପଦ୍ଧତିରେ ଏଭଳି ବିଚାରକୁ ପ୍ରୟୋଗ କରିବା କାମରେ ପରିଣତ ବୟସରେ ଅଂଟା ଭିଡିଛନ୍ତି  ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ମଦେଇଗାଁର ଜଣାଶୁଣା ଦେଶୀ ଧାନ ସଂରକ୍ଷକ ଶଙ୍କର ପଟ୍ଟନାୟକ । ଶଙ୍କର   ଶିକ୍ଷକତା ବୃତ୍ତିରୁ ଅବସର ନେବା ପରେ ଆରମ୍ଭ କରିଛନ୍ତି ଦେଶୀ ବିହନର ସୁରକ୍ଷା ସାଙ୍ଗକୁ ପ୍ରସାର ।  ଗାଁ କୁ ଗାଁ ଓ କ୍ଷେତକୁ କ୍ଷେତ ବୁଲି ସେ ଏହି କାମରେ ଲାଗିଛନ୍ତି । ୨୦୧୪ ମସିହାରୁ ସେ ଆରମ୍ଭ କରିଥିବା ଏହି ଯାତ୍ରା ଏବେ ଶହ ଶହ ଚାଷୀ ଓ ଗବେଷକଙ୍କ ପାଇଁ ପାଲଟିଛି ପ୍ରେରଣା । ପ୍ରଥମେ ସେ ନିଜ ଗାଁରୁ ୬ ପ୍ରକାର ଦେଶୀ ବିହନକୁ ଏ ଯାତ୍ରା ଆରମ୍ଭ କରିଥିଲେ । ଏବେ ଏହି ସଂଖ୍ୟା ୯୦୦ରେ ପହଂଚିଛି । ୯୦୦ ପ୍ରକାରର ଦେଶୀ ଧାନ ବିହନ ସଂଗ୍ରହ ପାଇଁ ସେ ଦଶ ବର୍ଷର ସମୟ ସହିତ ବିନିଯୋଗ କରିଛନ୍ତି ବହୁ ମୂଲ୍ୟବାନ ସମୟ ଓ ସମ୍ବଳ । ବହୁ ମୂଲ୍ୟବାନ ଦେଶୀ ବିହନକୁ ସୁରକ୍ଷା କରି ଶଙ୍କର ବାବୁ ଜିଲ୍ଲା ପାଇଁ ଗର୍ବ ଆଣିଥିବା କୃଷି  ଅଧିକାରୀ କହିଥିବା ବେଳେ ଶଙ୍କର ବାବୁ ଯେଉଁଠି ନୂଆ ପ୍ରଜାତି ଦେଖନ୍ତି ଖୋଜି ଲୋଡି ଆଣିଥାନ୍ତି ବୋଲି କହିଛନ୍ତି ପତ୍ନୀ ।

ଶଙ୍କର ବାବୁଙ୍କ ଘର ପାଲଟିଛି ମିନି ସଂଗ୍ରହାଳୟ । ଘରସାରା ସଜ୍ଜିତ ହୋଇ ରହିଛି ନାନା କିସମର ଧାନ କେଣ୍ଡା । ଓହଳି ରହିଥିବା କେଣ୍ଡା ଗୁଡିକରେ ଧାନର ନାଁ ଓ ଗୁଣ ଲେଖା ହୋଇ ରହିଛି । କେବଳ ଏତିକି ନୁହଁ ଶଙ୍କର ବାବୁ ପୃଥକ ଭାବେ ପ୍ଲାଷ୍ଟିକ ଡବା ଗୁଡିକରେ ଧାନକୁ ସାଇତି ରଖିବା ସହିତ ଏହାର ବିସ୍ତୃତ ତଥ୍ୟକୁ ପର ପିଢିଙ୍କ ପାଇଁ କାଗଜରେ ଲେଖି ରଖିଛନ୍ତି । ଶଙ୍କର ବାବୁଙ୍କ ନିକଟରେ ଏବେ ୩୦ ପ୍ରକାର ମାଣ୍ଡିଆ ବିହନ ସହିତ ରହିଛି ୬ ପ୍ରକାର କଳାଜିରା ଧାନ ପ୍ରଜାତି ଓ ଲୋପ ପାଇଯାଇଥିବା ଆଉ କେତେ କେତେ ପ୍ରଜାତି । କଳାଜିରା , ବାସ ଭୋଗ ,ମାଛକଣ୍ଟା ,ନଡ଼ିଆ ଫୁଲ ,କଲା ଡୁବରାଜ ଭଳି ୯୦୦ ପ୍ରଜାତିର ସୁରକ୍ଷା ସହିତ ଏହାକୁ ଚାଷ କରିବା ପାଇଁ ସେ ୩୦୦ ରୁ ଅଧିକ ଚାଷୀଙ୍କୁ ପ୍ରଦାନ କରିଛନ୍ତି । ଅବସର ପରେ ବିଶ୍ରାମ ବଦଳରେ ପରିଣତ ବୟସରେ ଶଙ୍କର ବାବୁ କ୍ଷେତ ଗୁଡିକରେ ବୁଲି ତଦାରଖ କରିବା ସହିତ ଚାଷୀଙ୍କୁ ମାର୍ଗଦର୍ଶନ ଦେଇଥାନ୍ତି । ମଦେଇ ଗାଁର ୧୦/୧୫ ଚାଷୀ ଶଙ୍କର ବାବୁଙ୍କ ଠାରୁ ଦେଶୀ ବିହନ ନେଇ ଚାଷ କରୁଥିବା କହିଥିବା ବେଳେ ଶଙ୍କର ବାବୁ କହନ୍ତି ସ୍ବଦେଶୀ ଜୈବିକ କୃଷି ଚାଷୀଙ୍କୁ ଋଣ ମୁକ୍ତ କରିପାରିବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

BANANA PRICE
କମେଡିଆନ କଦଳୀ, ଦାମ୍ 52 କୋଟି
ଅର୍ଗସ ବ୍ୟୁରୋ: କଦଳୀର ଦାମ୍ 52 କୋଟି 70 ଲକ୍ଷ । କ'ଣ ଭାବୁଛନ୍ତି ଗୋଟେ କାନ୍ଦି କି ବହୁତ ଗୁଡିଏ କଦଳୀ ହୋଇଥିବ । ନା...ନା ମାତ୍ର ଗୋଟିଏ କଦଳୀର ଦାମ୍ 52 କୋଟି 70 ଲକ୍ଷ । ଏହାର ନା
ପାକିସ୍ତାନରେ ହିଂସା
ପାକିସ୍ତାନରେ ହିଂସାକାଣ୍ଡରେ 18ରୁ ଅଧିକ ଲୋକଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପାକିସ୍ତାନରେ ହିଂସାକାଣ୍ଡରେ 18ରୁ ଅଧିକ ଲୋକଙ୍କ ମୃତ୍ୟୁ । ପଶ୍ଚିମ-ଉତ୍ତର ପାକିସ୍ଥାନର ଖୈବର ପଖତୁନଖୱା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ରୁ ଅଧି
ରତ୍ନଭଣ୍ଡାର
ରତ୍ନଭଣ୍ଡାର ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ହସ୍ତଗତ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏ.ଏସ୍.ଆଇ. ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି । ଏ.ଏସ୍.ଆଇ. ପକ୍ଷରୁ ଏହି କାର୍ଯ୍
ଓଡ଼ିଶା ପର୍ବ
ରାଜଧାନୀ ଦିଲ୍ଲୀରେ ଓଡ଼ିଶା ପର୍ବର ଦ୍ବିତୀୟ ଦିନ
ଅର୍ଗସ ବ୍ୟୁରୋ: ଓଡ଼ିଆ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ର ବଡ଼ ପ୍ରୟାସ । ଓଡ଼ିଶା ପର୍ବରେ ଜମୁଛି ଓଡ଼ିଆଙ୍କ ଭିଡ । ଦ୍ବିତୟ ଦିନ ପ୍ରଥମ ପର୍ଯ୍ୟାୟର
`ସୁଭଦ୍ରା'
‘ସୁଭଦ୍ରା’ରୁ ବାଦ୍‌ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ହେଲା ଶେଷ
ଅର୍ଗସ ବ୍ୟୁରୋ: ଯେଉଁ ଆବେଦନକାରୀଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯାଇଥିଲା, ସେମାନଙ୍କୁ ଆଉ ଚିନ୍ତା କରିବାର ନାହିଁ । ରବିବାର ସାମିଲ ହେବେ ବାଦ୍‌ ପଡ଼ିଥିବା ଆବେଦନକାରୀ