ଦୁର୍ଗା ଅଷ୍ଟମୀ ଓ ନବମୀକୁ ନେଇ ଦ୍ଵନ୍ଦ୍ଵରେ ଭକ୍ତ : ପ୍ରକୃତରେ ଅଷ୍ଟମୀ କେବେ ?
by Argus News
Mon, Oct 07 | 5:28 p.m.

ଅର୍ଗସ ବ୍ୟୁରୋ : ଶାରଦୀୟ ଦୁର୍ଗା ପୂଜାକୁ ନେଇ ଉଲ୍ଲସିତ ପୁରପଲ୍ଲୀ । ପ୍ରତି ଘରେ ମାଆଙ୍କୁ ଆରଧାନା କରାଯାଉଛି । ଖାଲି ଘରେ କାହିଁକି ବରଂ ମ
ନ୍ଦିରରରେ, ପୂଜାମଣ୍ଡପରେ ବି ବେଶ ଆକର୍ଷଣୀୟ ଢଙ୍ଗରେ ପୂଜା କରାଯାଉଛି ଦେବୀ ଦୁର୍ଗାଙ୍କର । ହେଲେ ଏହାରି ଭିତରେ ମାଆଙ୍କ ଅଷ୍ଟମୀ ଓ ନବମୀକୁ ନେଇ ଭକ୍ତଙ୍କ ମନରେ ଦ୍ଵନ୍ଦ୍ଵ ଦେଖାଯାଇଛି । ଯାହାକୁ ନେଇ ଜାତୀୟ ସ୍ତରରେ ବି ଚର୍ଚ୍ଚା ଚାଲିଛି । 

ଏସନ ନରବାତ୍ରୀ ପୂଜାକୁ ନେଇ ଭକ୍ତଭାରି କନଫ୍ୟୁଜ । କାରଣ ପଞ୍ଜିକା ଅନୁସାରେ ଅଷ୍ଟମୀ ଅକ୍ଟୋବର ୧୧ରେ ପଡୁଛି, ୧୨ରେ ଦଶମୀ ପଡୁଛି । ଯଦି ୧୧ରେ ଅଷ୍ଟମୀ ଓ ୧୨ରେ ଦଶମୀ ପଡୁଛି ତାହାଲେ ନବମୀ ପୂଜା କେବେ ହେବ ତାହାକୁ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହେଲାଣି । କାରଣ ଅନେକ ଭକ୍ତ ୯ ଦିନ ପର୍ଯ୍ୟନ୍ତ ଉପବାସ ରଖନ୍ତି ଓ ଦଶମୀରେ ଉପବାସ ଭାଙ୍ଗନ୍ତି। ଖାଲି ଏତିକି ନୁହେଁ ବରଂ ଅନେକ ଅଷ୍ଟମୀରେ ବି ଉପବାସ ରଖନ୍ତି । ତେଣୁ ନବମୀକୁ ନେଇ ସେମାନେ ଦ୍ଵନ୍ଦ୍ଵରେ ରହିବା ସ୍ଵାଭାବିକ କଥା । 

ସୂଚନା ଅନୁସାରେ, ଚଳିତବର୍ଷ ନବରାତ୍ରି ୩ ଅକ୍ଟୋବରରେ ଆରମ୍ଭ ହୋଇଥିଲା ଓ ଅକ୍ଟୋବର ୧୨ ତାରିଖରେ ସରିବ । ନବରାତ୍ର ଉତ୍ସବରେ ଗୁରୁତ୍ୱପୂର୍ଣ୍ଣ ତିଥିଙ୍କ ମଧ୍ୟରେ ଗୋଟିଏ ହେଉଛି ଉଦୟା ତିଥି । ବ୍ରତର ପାରଣ ଉଦୟା ତିଥି ପରବର୍ତ୍ତି ଦିନ କରାଯିବା ଉଚିତ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଚଳିତବର୍ଷ ନବପତ୍ରିକା ପ୍ରବେଶ ସପ୍ତମୀ ଗୁରୁବାର ୧୦ ଅକ୍ଟୋବରରେ ହେବ । ଅଷ୍ଟମୀ ବ୍ରତ ଏହାର ପରଦିନ ଅର୍ଥାତ ୧୧ ଅକ୍ଟୋବର ଶୁକ୍ରବାର ପାଳନ ହେବ ।  ଅଷ୍ଟମୀ ତିଥି ଶୁକ୍ରବାର ସକାଳ ୬ଟା ୫୨ ମିନିଟ ପର୍ଯ୍ୟନ୍ତ ରହିବ । ଏହା ପରେ ନବମୀ ତିଥି ଆରମ୍ଭ ହୋଇଯିବ ।

ଦୁର୍ଗାଷ୍ଟମୀକୁ ନେଇ ଅନେକ ସମୟରେ ଦ୍ଵନ୍ଦ୍ଵ ଦେଖାଯାଏ । କାରଣ ଏହିଦିନ ଲକ୍ଷାଧିକ ଲୋକ ଉପବାସ କରନ୍ତି । ହେଲେ ଜ୍ୟୋତିଷଙ୍କ ମତ ଅନୁସାରେ ଅଷ୍ଟମୀ ଚଳିତବର୍ଷ ୨ ଦିନ ପାଳନ ହେବ। ଉଦୟା ତିଥି ଅନୁସାରେ ମହାଷ୍ଟମୀ ବ୍ରତ ଅକ୍ଟୋବର ୧୧ରେ ରଖାଯାଇ ପାରିବ ଓ ବ୍ରତ ୧୨ ଅକ୍ଟୋବର ନବମୀ ସକାଳ ୬ଟା ୫୨ ମିନିଟରେ ଭଙ୍ଗ ହେବ । ବ୍ରତ ଅଷ୍ଟମୀରେ ସେବେ କରାଯିବା ଉଚିତ ଯେବେ ଏହା ନବମୀ ସହି ମେଳ ହେଉଥିବ ଓ ବ୍ରତ ନବମୀ ଦିନ ସୂର୍ଯ୍ୟୋଦୟ ପରେ ପାରଣ କରାଯାଇପାରେ । ଚଳିତବର୍ଷ ଅଷ୍ଟମୀ ଯୁକ୍ତ ନବମୀ ୧୧ ଅକ୍ଟୋବର ଶୁକ୍ରବାରରେ ପଡୁଛି । ତେଣୁ ଏହିଦିନ ହିଁ ଉପବାସ କରିବେକୁ ପରାମର୍ଶ ଦିଆଯାଇଛି ।
 

T-20 କ୍ରିକେଟରେ
T-20 କ୍ରିକେଟରେ ମହାରେକର୍ଡ ସୃଷ୍ଟି କଲେ କ୍ୟାପଟେନ ସୂର୍ଯ୍ୟକୁମାର
ଅର୍ଗସ ବ୍ୟୁରୋ: ବାଂଲାଦେଶ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଦମଦାର ବୋଲିଂ ଆଟାକ୍ ସହ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋର
ଗୋରୁ ଚାଲାଣ
ଗୋରୁ ଚାଲାଣ ଅଭିଯୋଗରେ ଡ୍ରାଇଭର ଗିରଫ
ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ପୋଲିସ ଏକ ଗୋରୁ ବୋଝେଇ ଜବତ କରିବା ସହ ସହ ଡ୍ରାଇଭରକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଦେଓଗାଁ ଥାନା ସନ୍ଧିଜୋର ଗାଁର ଶ୍ରୀତ
ଗ୍ରାହକଙ୍କୁ ଝଟକା
ଗ୍ରାହକଙ୍କୁ ଝଟକା ଦେଲା SBI, କ୍ରେଡିଟ୍ କାର୍ଡ଼ ନିୟମରେ ବଡ଼ ପରିବର୍ତ୍ତନ
ଅର୍ଗସ ବ୍ୟୁରୋ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI) ଗ୍ରାହକଙ୍କ ପାଇଁ ବଡ଼ ଖବର । ଅପଣ ବିଦ୍ୟୁତ , ଗ୍ୟାସ୍, ପାଣି ଭଳି ୟୁଟିଲିଟି ବିଲ୍ ପୈଠ କରିବା ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିଲ