ପ୍ରେଗନେଣ୍ଟ ଥାଇ ବି ସୁଟିଂରେ ବ୍ୟସ୍ତ 'ମସ୍ତାନୀ'
by Argus News
Fri, Apr 19 | 3:34 p.m.

ଅର୍ଗସ ବ୍ୟୁରୋ:  ବେବି ବମ୍ପରେ ନଜର ଆସିଲେ ଦୀପିକା। ପ୍ରେଗନାନ୍ସୀ ସମୟରେ ବହୁ ଅଭିନେତ୍ରୀ ଆରାମ କରିବାକୁ ଗୁରୁତ୍ୱ ଦେଇଥାନ୍ତି କିନ୍ତୁ ଅଭିନେତ୍ରୀ ଦୀପିକା ଏହି ସମୟରେ ବି ଲଗାତର କାମରେ ବ୍ୟସ୍ତ ରହିଛନ୍ତି । ଖୁସି ଖବର ଦେବେ ବଲିଉଡ୍‌ର ‘ମସ୍ତାନୀ’ ଦୀପିକା ପାଦୁକୋନ୍ । ଏହିଦିନ ତାଙ୍କ ଘରକୁ ଆସିବ କୁନି ଅତିଥି ବୋଲି ସୂଚନା ମିଳିଛି ।ଫେବୃୟାରୀରେ ନିଜ ପ୍ରେଗନାନ୍ସୀ ବିଷୟରେ ଘୋଷଣା କରିବା ପରେ ଦୀପିକା ପାଦୁକୋନଙ୍କୁ କାମ କରୁଥିବାର ଦେଖି ଫ୍ୟାନ୍ସ ଚକିତ ହୋଇଛନ୍ତି । ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମ ‘ସିଙ୍ଘମ ଏଗେନ୍‌’ ସେଟ୍‌ରୁ ଦୀପିକାଙ୍କ କିଛି ଫଟୋ ଲିକ୍ ହୋଇଛି ଯେଉଁଥିରେ ସେ ପୋଲିସ ଅଫିସର ଲୁକ୍‌ରେ ନଜର ଆସୁଛନ୍ତି ।

‘ସିଙ୍ଘମ ଏଗେନ୍‌’ ରେ ଦୀପିକା ଶକ୍ତି ସେଟ୍ଟୀ ଭୂମିକା ନିଭାଇଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନ୍‌, ରଣବୀର ସିଂହ,ଅକ୍ଷୟ କୁମାର ଓ କରୀନା କପୁର ବି ଅଛନ୍ତି । ଫିଲ୍ମରେ ଅର୍ଜୁନ କପୁର ଭିଲିଆନ ଭୂମିକାରେ ନଜର ଆସିବେ। ଫିଲ୍ମଟି ଖୁବ ଶୀଘ୍ର ପରଦାକୁ ଆସିବ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

ARREST
now
ହୋର୍ଡିଂ କମ୍ପାନୀର ମାଲିକ ରିରଫ
ଅର୍ଗସ ବ୍ୟୁରୋ: ସୋମବାର ମୁମ୍ବାଇରେ ଜୋରରେ ପବନ ବହିବା ସହ ଭୟଙ୍କର ଧୂଳିଝଡ ହୋଇଥିଲା। ଏଠୀରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଥିବା ହୋର୍ଡିଂ ଖସି ପଡିଥିଲା । ଧୂଳିଝଡ ପାଇଁ ହୋର୍ଡିଂ ତଳ
HEMA MALINI
now
ରାଜଧାନୀରେ ଡ୍ରିମଗାର୍ଲ, ବିଜେପିର ଷ୍ଟାରକ୍ୟାମ୍ପନର ହେମାମାଳିନୀ
ଅର୍ଗସ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲେ ବଲିଉଡ ଡ୍ରିମଗାର୍ଲ ହେମାମାଳିନୀ। ଭୁବନେଶ୍ୱର ସାଲିଆ ସାହିରେ ପ୍ରଚାର କାର୍ଯ୍ୟକ୍ରମର ରହିଛି।ବିଜେପିର ଷ୍ଟାରକ୍ୟାମ୍ପନ
EMPLOYEES
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତ