ବାଇକ୍ ରାଲିରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ
by Argus News
Sat, Apr 27 | 9:06 a.m.

ଅର୍ଗସ ବ୍ୟୁରୋ:  ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବାଇକ୍ ରାଲିରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ । ବିଜେପି ବିଧାନସଭା ପ୍ରାର୍ଥୀ ପ୍ରଦ୍ୟୁମ୍ନ ତାଙ୍କ ହଜାର ହଜାର ସମର୍ଥକଙ୍କ ସହ କରସିଙ୍ଗ ଛକଠୁ ବିଶାଳ ବାଇକ ଶୋଭାଯାତ୍ରା କରିଥିଲେ । ଏହି ରାଲି ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା, ଭଞ୍ଜନଗର ଦେଇ କୁଲାଡ଼ଠାରେ ପହଁଚିଥିଲା । ସେଠାରେ ଏକ ସାଧାରଣ ସଭାରେ ଯୋଗଦେଇ ଭାରତୀୟ ଜନତା ପାର୍ଟିକୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ।

ଏଥିରେ ଭାଜପାର କନ୍ଧମାଳ ଲୋକସଭା ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ । ସେପଟେ କିଛି ଘଣ୍ଟା ଅନ୍ତରରେ ସମାନ ସ୍ଥାନରୁ ସମାନ ଦିଗରେ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ବିକ୍ରମକେଶରୀ ଆରୁଖଙ୍କ ମଧ୍ୟ ଏକ ବାଇକ ଶୋଭାଯାତ୍ରା ବାହାରିଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍