୧୯.୭୯ କୋଟି ଟଙ୍କାର କୋକେନ୍‌ ସହ ମହିଳା ଗିରଫ
by Argus News
Mon, Mar 25 | 5:58 p.m.

ଅର୍ଗସ ବ୍ୟୁରୋ : ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମିଳିଲା ୧୯.୭୯ କୋଟି ଟଙ୍କା ମୂଲ୍ୟର ୧୯୭୯ ଗ୍ରାମ କୋକେନ୍‌ । କୋକେନ୍‌ ସହ ରିଗଫ  ହେଲେ ସିଏରା ଲିଓନ୍‌ର ନାମକ ଜଣେ ମହିଳା । କେନିଆର ରାଜଧାନୀ ନାଇରୋବିରୁ ସର୍ବାଧିକ ସହରକୁ ଆସିଥିବା ଏହି ମହିଳାଙ୍କୁ ରବିବାର ଏକ ଗୁପ୍ତ ସୂଚନା ଆଧାରରେ ଗିରଫ କରାଯାଇଛି ।

ଡିଆରଆଇର ଜଣେ ଅଧିକାରୀ କହିଛନ୍ତି, ଆମେ ଦେଖିଲୁ ଯେ ସେ ନେଇ ଯାଉଥିବା ଜିନିଷ ଯଥା ଜୋତା, ମଏଶ୍ଚରାଇଜର ବୋତଲ, ସାମ୍ପୁ ବୋତଲ ଭାରୀ ଥିଲା । ଯେତେବେଳେ ଆମେ ସେସବୁକୁ ଯାଞ୍ଚ କଲୁ, ଆମେ ସେହି ଜିନିଷଗୁଡ଼ିକରେ ସେ ଧଳା ପାଉଡର ଲୁଚାଇ ରଖିଥିବା ଦେଖିବାକୁ ପାଇଲୁ । ପରବର୍ତ୍ତୀ ସମୟରେ ଯେତେବେଳେ ଏହି ପାଉଡରକୁ ଏକ ଫିଲ୍‌ଡ କିଟ୍‌ ବ୍ୟବହାର କରି ପରୀକ୍ଷଣ କରାଯାଇଥିଲା, ସେତେବେଳେ ଏହା କୋକେନ୍‌ ଥିବା ଜଣାପଡ଼ିଥିଲା ବୋଲି ଡିଆରଆଇ ଅଧିକାରୀ କହିଛନ୍ତି  ।

ଅଧିକ ପଢନ୍ତୁ ଭାରତ ଖବର

ତାଙ୍କ ନିକଟରୁ ୧୯୭୯ ଗ୍ରାମ କୋକେନ୍‌ ଜବତ କରାଯାଇଛି । ଏବଂ ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗତ ବୁଧବାର ସେହି ଏଜେନ୍‌ସି ଦ୍ୱାରା ଏକ ଅନ୍ତର୍ଜାତୀୟ କାର୍ଟେଲର ଡ୍ରଗ୍‌ସ ପର୍ଦ୍ଦାଫାସ ହେବା ପରେ ଏହି ଏଜେନ୍‌ସି ଡ୍ରଗ୍‌ସ ଚୋରା ଚାଲାଣ ମାମଲାରେ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୦୦ କୋଟି ଟଙ୍କା ମୂଲ୍ୟର ୯ କେଜିରୁ ଅଧିକ କୋକେନ୍‌ ଜବତ କରିଥିଲା । 


 

ରଣପୁର
9m ago
ରଣପୁରରେ ରାଜନାଥଙ୍କ ରଣହୁଙ୍କାର
ନୟାଗଡ: ନୟାଗଡ଼ ରଣପୁର ବିଜୟ ସଂକଳ୍ପ ସମାବେଶରେ କଂଗ୍ରେସ ଓ ବିଜେଡି ଉପରେ ବର୍ଷିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ କହିଛନ୍ତି, `କଂଗ୍ରେସ ଲୋକତନ୍ତ୍ରର ହତ୍ୟା କରିଛି'
କଡ଼ା ଜବାବ
19m ago
'ହାରିବା ପାଇଁ ରାଜନୀତି ଛଡ଼ା ଯାଏ ନାହିଁ'
ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ଚ୍ୟାଲେଞ୍ଜକୁ ନେଇ ଧର୍ମେନ୍ଦ୍ରଙ୍କ କଡ଼ା ଜବାବ । ଓଡ଼ିଶାରେ ବିଜେପି ସରକାର ନ ହେଲେ ରାଜନୀତି ଛାଡ଼ିବେ କି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ
ମୋଦି
23m ago
ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି। ବିମାନବନ୍ଦରରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ମୋଦିଙ୍କୁ ଦେଖିବାକୁ ଲୋକଙ୍କ ପ୍ରବଳ ଉତ୍ସାହ। ଲୋକାରଣ୍