ତାତିଲେଣି ସିଙ୍ଗାରପୁର ଗ୍ରାମବାସୀ
by Argus News
Wed, Mar 20 | 3:28 p.m.

ଅର୍ଗସ ବ୍ୟୁରୋ : ରାସ୍ତା ନୁହଁ ତ ମରଣଯନ୍ତା । ଯିବା କଥା ତ ଦୂରର...ଭାବିବା ବେଳକୁ ଲାଗୁଛି ଡର । ଏଥିରେ କିଏ ଯିବ ? ଏଭଳି ରାସ୍ତା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ମାଟିଆଗଡ ଗ୍ରାମପଞ୍ଚାୟତର ସିଙ୍ଗାରପୁର ଗାଁ, ଗ୍ରାମକୁ ଯିବାକୁ ନା ଭଲ ରସ୍ତା ଅଛି ନା ଭଲ ପକ୍କା ରାସ୍ତା ନିର୍ମାଣ ହୋଇଛି । ଯାହାକୁ ନେଇ ତାତିଲେଣି ସିଙ୍ଗାରପୁର ଗ୍ରାମବାସୀ । ଜିଲ୍ଲାପାଳଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରି ମଧ୍ୟ ସମସ୍ୟାର ସମାଧାନ ହୋଇ ପାରୁ ନାହିଁ । ଯାହାଫଳରେ ଆଗାମୀ  ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । 

ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁକୁ ପକ୍କା ସଡକ ଯୋଜନାରେ ସାମିଲ ହୋଇ ପାରିନାହିଁ । ଗୋଟିଏ ପଟେ ସରକାର୍ ବିକାଶ କଥା କହୁଥିବା ବେଳେ ଆଜିବି ରାସ୍ତା ସମସ୍ୟାରେ ଯୁଝି ହେଉଛନ୍ତି ଗାଁ ଲୋକ । ଗ୍ରାମରେ ୯ ଶହରୁ ଉର୍ଦ୍ଧ୍ବ ଲୋକସଂଖ୍ୟା ଥିବା ବେଳେ ୭ ଶହ ପାଖାପାଖି ଭୋଟର୍ ରହିଛନ୍ତି । ତଥାପି ଆଜି ପର୍ଯ୍ୟନ୍ତ ଗାଁକୁ ଖଣ୍ଡିଏ ପକ୍କା ରାସ୍ତା ଦେଲେନି ରାଜ୍ୟ ସରକାର ।

 

ସିଙ୍ଗାରପୂର ଗ୍ରାମରେ ଅଧିକାଂଶ ଆଦିବାସୀ, ହରିଜନ ଓ ପଛୁଆ ବର୍ଗର ଲୋକ ବସବାସ କରନ୍ତି । ସିଙ୍ଗାରପୁର ଠାରେ  ଏସ୍ ଏସ୍ ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରହିଥିବା ବେଳେ ସେ ବିଦ୍ୟାଳୟ ର ସମ୍ମୁଖ ରାସ୍ତାର ଅବସ୍ଥା ଶୋଚନୀୟ ଥରେ ଦେଖୁ ନାହାନ୍ତି ଏ ରାସ୍ତାର ଅବସ୍ତା । ଏ ରାସ୍ତାରେ ପ୍ରତିଦିନ ଅନେକ ଛାତ୍ରଛାତ୍ରୀ ଯିବା ଆସିବା କରଥାନ୍ତି ।

ପାଖାପାଖି ତିନୋଟି ସ୍କୁଲ ଥିବାରୁ ଛାତ୍ରଛାତ୍ରୀ ମାନେ ଖାରାପ ରସ୍ତାରେ ଯିବା ଆସିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିବାବକ । ଏ ସମ୍ପର୍କରେ ମାଟିଆଗଡ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୱାଡ ମେମ୍ବର, ପୂର୍ବତନ ସରପଞ୍ଚ ସମେତ ଶତାଧିକ ଗ୍ରାମବାସୀ ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସେହିପରି  ୫ଟି ଅଧକ୍ଷ ଯଶିପୁର ଗସ୍ତରେ ଆସିଥିବା ସମୟରେ ମଧ୍ୟ ଅଭିଯୋଗ କରିଥିଲେ । ତଥାପି ଆଜି ଯାଏ ଏହି ରାସ୍ତା କାମ ହୋଇ ପାରିଲା ନାହିଁ ।
 

FIRE MISHAP
ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଭୁବନେଶ୍ୱର: ପାହାଳ ନିକଟସ୍ଥ ଏକ ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶ
ଜିଲ୍ଲାପ୍ରଶାସନ
ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲାପ୍ରଶାସନ
କେନ୍ଦ୍ରାପଡା: ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲା ପ୍ରଶାସନ। ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଭାଙ୍ଗିଲା ପ୍ରଶାସନର ନିଦ। ଲୋକଙ୍କ ପ୍ରତିବାଦ ପରେ ଜାଗିଲ
ପିଏମ୍‌ କିଷାନ
କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ଅର୍ଗସ ବ୍ୟୁରୋ: କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ବଢିବ ପିଏମ୍‌ କିଷାନ ହିତାଧିକାରୀଙ୍କ ସଂଖ୍ୟା । କାଳିଆରେ ସାମିଲ କିନ୍ତୁ ପିଏମ୍‌ କିଷାନରୁ ବା