୫୦ ପ୍ରତିଶତ ମୃତ୍ୟୁର କାରଣ ମଦ୍ୟପାନ ଏବଂ ଧୂମ୍ରପାନ
by Argus News
Sun, Apr 07 | 2:08 p.m.

ଅର୍ଗସ ବ୍ୟୁରୋ:  ଜୀବନଶୌଳୀ ଖରାପ ହେତୁ ଯକୃତ, କିଡନୀ ଏବଂ ଫୁସଫୁସ ରୋଗ ଦ୍ରୁତ ଗତିରେ ବଢିବାରେ ଲାଗିଛି। ମଦ୍ୟପାନ ଏବଂ ଧୂମପାନ କରିବାର ଅଭ୍ୟାସ ଏଥିପାଇଁ ଅଧିକ ଦାୟୀ । ଏହି ଦୁଇଟି ଅଭ୍ୟାସ ହେତୁ ଅଧାରୁ ଅଧିକ ରୋଗ  ଵଢିଥାଏ । 

ଆଜିକାଲିର ଖରାପ ଖାଦ୍ୟ ଏବଂ ଖରାପ ଜୀବନଶୌଳୀ ରୋଗର ପ୍ରମୁଖ କାରଣ ପାଲଟିଛି । ଗତ କିଛିବର୍ଷ ମଧ୍ୟରେ କିଡନୀ, ଯକୃତ ଏବଂ ଫୁସଫୁସ  ରୋଗ ଦ୍ରୁତ ଗତିରେ ଵଢିଵାରେ ଲାଗିଛି। କମ ଵୟସର ଲୋକଙ୍କ ପାଖରେ ଏହି ରୋଗ ଵଢିଵାରେ ଲାଗିଛି।  ଶରୀରର ଏହି ପ୍ରମୁଖ ଅଙ୍ଗଗୁଡ଼ିକରେ ରୋଗର ଵଢି ଆପଣଙ୍କ ଜୀବନକୁ ଵିପଦରେ ପକାଉଛି । ତେଣୁ ପ୍ରଥମେ ଆପଣଙ୍କର ଜୀବନଶୌଳୀକୁ ଠିକ କରିଵା ଆଵଶ୍ୟକ । ଆସନ୍ତୁ ଜାଣିବା କେଉଁ ଅଭ୍ୟାସ ଯାହା ଯକୃତ, କିଡନୀ ଏବଂ ଫୁସଫୁସକୁ ଅସୁସ୍ଥ କରିଥାଏ ।

ଯକୃତ, କିଡନୀ ଏବଂ ଫୁସଫୁସ ରୋଗରେ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି। ଆପଣଙ୍କର କିଛି ଖରାପ ଅଭ୍ୟାସ ହେତୁ ଏହି ଅଙ୍ଗଗୁଡ଼ିକୁ ଅଧିକ କ୍ଷତି ପହଞ୍ଚାଉଛି । ୫୦ ପ୍ରତିଶତ ମୃତ୍ୟୁର କାରଣ ମଦ୍ୟପାନ ଏବଂ ଧୂମ୍ରପାନର ଅଭ୍ୟାସ ।ଏହି ଉଭୟ ଅଭ୍ୟାସ ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି କରିପାରେ 

ଧୂମ୍ରପାନ ଏହି ଅଙ୍ଗ ଉପରେ ପ୍ରଭାଵ ପକାଇଥାଏ :-
ଧୂମ୍ରପାନ  ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।ଧୂମ୍ରପାନ  ଫୁସଫୁସ ଏବଂ କିଡନୀରେ ଅଧିକ କ୍ଷତି କରାଇଥାଏ । ଧୂମ୍ରପାନରୁ ନିର୍ଗତ ଧୂଆଁ ଫୁସଫୁସର ମାଂସପେଶୀକୁ କ୍ଷତି ପହଞ୍ଚାଏ ।ଧୂମ୍ରପାନ କରୁଥିବା ଲୋକଙ୍କ କ୍ଷେତ୍ରରେ କର୍କଟ ରୋଗର ଆଶଙ୍କା ମଧ୍ୟ ଅଧିକ ଵଢିଥାଏ । ଧୂମ୍ରପାନ କରିବା କିଡନୀକୁ ମଧ୍ୟ କ୍ଷତି ପହଞ୍ଚାଏ ।ଏହି କାରଣରୁ ରକ୍ତ କିଡନୀରେ ସଠିକ୍ ଭାବରେ ପହଞ୍ଚେ ନାହିଁ ଏବଂ କିଡନୀ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବଢିଯାଏ ।

ମଦ୍ୟପାନ ଏହି ଅଙ୍ଗ ଉପରେ ପ୍ରଭାଵ ପକାଇଥାଏ :-
ଯେପରି ଧୂମ୍ରପାନ  ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସେହିପରି ମଦ୍ୟପାନ ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଅଥାଏ । ଅତ୍ୟଧିକ ପରିମାଣର ମଦ ପିଇଵା ଦ୍ଵରା ଯକୃତ ସମସ୍ୟା ଦେଖାଦେଇଥାଏ ଏହା ଯକୃତରେ ହେପାଟାଇଟିସ୍ ହେବାର ଆଶଙ୍କା ବଢାଇଥାଏ। ଅତ୍ୟଧିକ ମଦ ପିଇଵା ଦ୍ଵାରା ଯକୃତରେ କର୍କଟ ହେବାର ଆଶଙ୍କା ମଧ୍ୟ ହୋଇଥାଏ । ଅତ୍ୟଧିକ ପରିମାଣର ମଦ୍ୟପାନ କରିବା ଦ୍ୱାରା ଯକୃତ ନଷ୍ଟ ମଧ୍ୟ ହୋଇପାରେ

MIGRANT DEATH CASE
32m ago
ବାହାରିନରେ ଦାଦନ ଖଟିବାକୁ ଯାଇ ଅକାଳରେ ଗଲା ଜୀବନ
ଅର୍ଗସ ବ୍ୟୁରୋ : ପୁଣି ଗଞ୍ଜାମରେ ଦାଦନ ଦୁଃଖ । ବାହାରିନକୁ ଦାଦନ ଖଟିବାକୁ ଯାଇ ଅକାଳରେ ଜୀବନ ଯାଇଛି । ଗଞ୍ଜାମ ଖଲ୍ଲିକୋଟ ବାଗଲପୁର ଗାଁରେ ଅଭାବନୀୟ ଘଟଣା । କିଛି ଦିନ ତଳେ ଗାଁ
BJD ISSUE
50m ago
ଅଡୁଆରେ ଚାନ୍ଦବାଲି ବିଜେଡି, ରଞ୍ଜନ ପତ୍ନୀଙ୍କ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା
ଅର୍ଗସ ବ୍ୟୁରୋ : ଚର୍ଚ୍ଚାରେ ଚାନ୍ଦବାଲି ବିଜେଡି ରାଜନୀତି । ମହିଳା ଜଣକ କାନ୍ଦିକାନ୍ଦି କୋହୁଛନ୍ତି ମୋର ମୃତ୍ୟୁପାଇଁ କେବଳ ବାପି ବାବୁ ହିଁ ଦାୟୀ । କିନ୍ତୁ କାହିଁକି ବିଜେଡି ବିଧାୟ
TRIPLE MURDER
ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ
ଅର୍ଗସ ବ୍ୟୁରୋ : ଝାରସୁଗୁଡ଼ାରେ ଟ୍ରିପଲ୍ ମର୍ଡର । ଝାରସୁଗୁଡ଼ାରେ ୩ ଜଣଙ୍କୁ ହତ୍ୟା ଅଭିଯୋଗ । ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ବାଣୀପାହାଡ଼ ଜଙ୍ଗଲ ପାଖର