ବିଶ୍ୱ ନିୟନ୍ତାଙ୍କ ମାନବୀୟ ଲୀଳା
by Argus News
Sat, Jun 22 | 7:17 p.m.

ଅର୍ଗସ ବ୍ୟୁରୋ:  ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ମହାବାହୁ । ଦିବ୍ୟସ୍ନାନ ପରେ ଭକ୍ତଙ୍କୁ ଦେଇଛନ୍ତି ଦୁର୍ଲ୍ଲଭ ଦର୍ଶନ । ଆଜି ଜ୍ୟୋଷ୍ଠ ପୂର୍ଣ୍ଣମୀ ଅବସରରେ ପରମ୍ପରା ଅନୁସାରେ ବିଶ୍ୱର ଆରାଧ୍ୟ ଦେବତାଙ୍କର ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ସ୍ନାନଯାତ୍ରା । ଏଥିପାଇଁ ରାତିରୁ ହିଁ ଚଳଚଞ୍ଚଳ ହୋଇ ପଡ଼ିଥିଲା ଶ୍ରୀମନ୍ଦିର । ଘଣ୍ଟଘଣ୍ଟା କାହାଳୀର ତାଳେ ତାଳେ ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ତା ପରେ ବଡ଼ ଠାକୁର ବଳଭଦ୍ର, ଭଉଣୀ ସୁଭଦ୍ରା ଓ କାଳିଆ ସାଆନ୍ତ ସ୍ନାନ ମଣ୍ଡପକୁ ବିଜେ କରିଥିଲେ । ସେଠାରେ ଅନ୍ୟାନ୍ୟ ନୀତିକାନ୍ତି ସରିବା ପରେ ସୁନା କୂଅରୁ ସଂଗୃହୀତ ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଯାଇଥିଲା । ଏହା ପରେ ଅପରାହ୍ନରେ ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ସରିବା ପରେ ଶ୍ରୀଜୀଉଙ୍କୁ ହାତୀ ବେଶରେ ସଜ୍ଜିତ କରାଯାଇଥିଲା । ଚର୍ମଚକ୍ଷୁରେ ଦିବ୍ୟ ଦର୍ଶନ କରି ସତେ ଯେମିତି କୃତ୍ୟକୃତ୍ୟ ହୋଇ ପଡ଼ିଥିଲେ ଭକ୍ତ । ସ୍ନାନଯାତ୍ରା ଓ ହାତୀବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ହୋଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା ।

ଘୋଷଯାତ୍ରାର ଅୟମାରମ୍ଭ ଭାବେ ବିବେଚନା କରାଯାଉଥିବା ସ୍ନାନପୂର୍ଣ୍ଣମୀ ପରେ ପନ୍ଦର ଦିନ ଧରି ଚାଲିବ ଶ୍ରୀଜୀଉଙ୍କ ଅଣସର ନୀତି । ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ବରରେ ଆକ୍ରାନ୍ତ ଶ୍ରୀଜୀଉଙ୍କର ଚାଲିବ ଗୁପ୍ତ ଉପଚାର । ରତ୍ନ ସିଂହାସନରେ ଆଉ ଭକ୍ତ ପ୍ରିୟ କାଳିଆ ସାଆନ୍ତଙ୍କର ଦର୍ଶନ ପାଇବେ ନାହିଁ । ଏହି ସମୟରେ ତିନି ବାଡ଼ରେ ପଟିଦିଅଁ ପୂଜା ପାଇବାର ବିଧି ରହିଛି । ତେବେ ଏ ସମୟରେ ବ୍ରହ୍ମଗିରିରେ ଚତୁର୍ଭୁଜ ନାରାୟଣ ରୂପୀ ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥଙ୍କ ଦର୍ଶନ ସମଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି ।  ତେଣୁ ଆସନ୍ତାକାଲି ଠାରୁ ଲକ୍ଷାଧିକ  ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି, ଅଲାରନାଥ ପୀଠରେ ମଧ୍ୟ ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ବ ଦେଇଛି ମନ୍ଦିର ଓ ଜିଲ୍ଲା ପ୍ରଶାସନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଦହି
now
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ
ବିଜେଡି
16m ago
କୌଣସି କମିଟିରେ ନଥାଇ ବି ଦଳର ସବୁ ବୈଠକରେ ଉପସ୍ଥିତ ବବି
ଭୁବନେଶ୍ୱର: ନିର୍ବାଚନରେ ହାରିବା ପରେ ବିଜେଡି ସ୍ଥିତି ଅସମ୍ଭାଳ। ପୂର୍ବରୁ ବିଜେଡିର କାର୍ପଟଦାର ଥିବା ବବି ଦାସ ଓ ପାଣ୍ଡିଆନଙ୍କ ବିରୋଧରେ ଦଳୀୟ ନେତା ଖୁଲମଖୁଲ୍ଲା ବିଷୋଦଗା
9 ଗିରଫ
ପୋଲିସ ଉପରେ ଆକ୍ରମଣ କରିଥିବା 9 ଗିରଫ
ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଶୁକ୍ରବାର ଭଦ୍ରକରେ ହୋଇଥିଲା ତୁମୂଳକାଣ୍ଡ। ଆକ୍ରମଣJS ଲହୁଲୁହାଣ ହୋଇଥିଲେ ପୋଲିସ ଅଫିସର। ଏଇ ଘଟଣା ପରେ ଭଦ୍ରକ ସହରରେ ପୋଲିସ ଛାଉଣୀ ।