ନିଜ ଆଲିସାନ୍ ବାସଗୃହକୁ ରାସ୍ତା ତିଆରି ପାଇଁ ବେଆଇନ କାମ
by Argus News
Fri, Jul 05 | 8:41 p.m.

ବରଗଡ: ବରଗଡ଼ ଜିଲ୍ଲା ଭେଡେନ୍ ବ୍ଲକ୍ ତାଲମେଣ୍ଡା ପଞ୍ଚାୟତର ଦେକୁଲବା ଗାଁ। ଏମିତି ତ ଇଏ ରାଜ୍ୟର ଅନ୍ୟ ଗାଁ ଗୁଡ଼ିକ ଭଳି ଗୋଟିଏ ସାଧାରଣ ଗାଁ। ଏଠି ବି ଲୋକେ ନାନା ସମସ୍ୟାରେ ଜର୍ଜରିତ। କିନ୍ତୁ ଏ ଗାଁ ବାବଦରେ ଖାସ୍ କଥା ହେଲା ଇଏ ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଁଙ୍କ ଗାଁ। ଇଏ ହେଉଛି ଗାଁ ଭିତରେ ଥିବା ପାୱାରଫୁଲ୍ ବିଧାୟିକାଙ୍କ ବଡ଼ ଅଟ୍ଟାଳିକା। ଆଉ ଇଏ ହେଉଛି ଖାସ୍ କରି ବିଧାୟିକାଙ୍କ ଘରକୁ ସଂଯୋଗ କରିବାକୁ ସ୍ବତନ୍ତ୍ର ଭାବେ ନିର୍ମିତ ରାସ୍ତା। ଏହି ରାସ୍ତାକୁ ନେଇ ବିଧାୟିକାଙ୍କ ବିରୋଧରେ ଆସିଛି ସଂଗୀନ ଅଭିଯୋଗ। ତାହା ହେଲା ସ୍ନେହାଙ୍ଗିନୀଙ୍କ ବାସଭବନକୁ ସଂଯୋଗ କରୁଥିବା ଏ ରାସ୍ତା ନିର୍ମାଣ ପାଇଁ ସରକାରୀ ଜମି ଜବରଦଖଲ କରାଯାଇଛି । ଖାଲି ଏତିକି ନୁହେଁ ରାସ୍ତା ନିର୍ମାଣ ପାଇଁ ଏହି ଜମିରେ ଥିବା ହଜାର ହଜାର ଗଛ କଟାଯାଇଛି । 

ଖାତା ନମ୍ବର 1234, ପ୍ଲଟ ନମ୍ବର 4527 ଦେଇ ଏହି ରାସ୍ତା ଯାଇଛି । ସରକାରୀ ୱେବସାଇଟରେ ଏହା ଗୋଚର ଜମି । ସେହିପରି ଖାତା ନମ୍ବର 668 ପ୍ଲଟ ନମ୍ବର 20ର ଜମି କିସମ ହେଉଛି ଗ୍ରାମ୍ୟ ଜଙ୍ଗଲ । ଏହି ଜମି ଦେଇ ମଧ୍ୟ ଆଲିସାନ ମହଲକୁ ଯାଇଛି ରାସ୍ତା। ସ୍ଥାନୀୟ ଆରଆଇ ମଧ୍ୟ ମ୍ୟାପ ଦେଖି ସ୍ପଷ୍ଟ କରିଛନ୍ତି ରାସ୍ତା ଯାଇଥିବା ଜମିର କିସମ ଗୋଚର ଓ ଗ୍ରାମ୍ୟଜଙ୍ଗଲ।  ଆଶ୍ଚର୍ଯ୍ୟର କଥା ଏପର୍ଯ୍ୟନ୍ତ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। 

ଗୋଚର ବା ଜଙ୍ଗଲ ଜମିରେ ବ୍ୟକ୍ତିଗତ ବ୍ୟବହାର ପାଇଁ ରାସ୍ତା ନିର୍ମାଣ କରାଯାଇପାରିବ ନାହିଁ ବୋଲି କହୁଛନ୍ତି ଅଧିକାରୀ। ଏହାସହ ସାର୍ବଜନୀନ ଜାଗା ବକ୍ତିଗତ ଉଦ୍ଦେଶ୍ୟରେ ବ୍ୟବହାର ବେଆଇନ ବୋଲି ବି କହିଛନ୍ତି। ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ନା ନାହିଁ ପଚାରିବାରୁ କଣ କହିଛନ୍ତି ଉପ ଜିଲ୍ଲାପାଳ ଶୁଣନ୍ତୁ ।

ପୂର୍ବତନ ବିଧାୟିକା ପୁଣି ପୂର୍ବତନ ମନ୍ତ୍ରୀ, ଜଣେ ଆଇନ ନିର୍ମାତା। ସ୍ନେହାଙ୍ଗିନୀ ଏମିତି ଆଇନ ଉଲ୍ଲଂଘନ କରିବା ଯେତିକି ନିନ୍ଦନୀୟ, ସେତିକି ବିପଜ୍ଜକନକ । ଆଉ ବିଜେଡି ନେତାଙ୍କର ଏମିତି ଆଇନ ବିରୋଧୀ କାମ ପାଇଁ ସାରା ରାଜ୍ୟରେ ପୂର୍ବର ଶାସକ ଦଳ ବିରୋଧରେ ଉଠିଲା ଜୋରଦାର ସ୍ବର। ଆଉ ସତ୍ତା ବିରୋଧୀ ଲହର ଏତେ ଇଠିଲା ଯେ ବରଗଡ଼ ଜିଲ୍ଲାରୁ ପ୍ରାୟ ପୋଛି ହୋଇଗଲା ବିଜେଡି। 

ଆହୁରି ପଢନ୍ତୁ ଓଡିଶା ଖବର...

ବିଶ୍ୱ ବିଜେତା
10m ago
ବିଶ୍ୱ ବିଜେତା ଭାରତୀୟ ଦଳକୁ ମିଳିଲା ମାଳଦ୍ୱୀପର ନିମନ୍ତ୍ରଣ
ଅର୍ଗସ ବ୍ୟୁରୋ: ଟି-୨୦ କ୍ରିକେଟ ବିଶ୍ବକପ ବିଜେତା ଭାରତୀୟ ଦଳକୁ ମାଳଦ୍ବୀପ ଆମନ୍ତ୍ରଣ କରାଯାଇଛି। ଭାରତର ବିଶ୍ବକପ ବିଜୟକୁ ସେଲିବ୍ରେଟ କରିବାପାଇଁ ମାଳଦ୍ବୀପର ପର୍ଯ୍ୟଟନ ବିଭାଗ
ଆସନ୍ତା ୧୯ ଓ ୨୦ରେ
12m ago
ଆସନ୍ତା ୧୯ ଓ ୨୦ରେ ପୁରୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ହେବା ନେଇ ସୂଚନା
ଅର୍ଗସ ବ୍ୟୁରୋ: ସଂଗଠନ ଉପରେ ଅଧିକ ଗୁରୁତ୍ୱ ଦେଉଛି ବିଜେପି। ରାଜ୍ୟରେ ସରକାର ଗଠନ କରିବା ପରେ ବିଜେପି ପ୍ରଥମ କାର୍ଯ୍ୟକାରିଣୀ ବୈଠକ କରିବାକୁ ଯାଉଛି । ପୁରୀରେ ଆସନ୍ତା ୧୯ ଓ ୨୦ ତାରିଖର
ଶ୍ରୀଲଙ୍କା କ୍ରିକେଟ୍
28m ago
ଶ୍ରୀଲଙ୍କା କ୍ରିକେଟ୍ ଦଳର କୋଚ୍ ହେବେ ସନଥ ଜୟସୁରିୟା
ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ବକପ ୨୦୨୪ରେ ନିରାଶ ଜନକ ପ୍ରଦର୍ଶନ ପରେ ଶ୍ରୀଲଙ୍କାର ମୁଖ୍ୟ କୋଚ କ୍ରିସ ସିଲଭରଉଡ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନ ନେବାକ