ଖଜୁରୀ ଆମ ଶରୀର ପାଇଁ କେତେ ଲାଭଦାୟକ ?
by Argus News
Sat, Sep 14 | 5:48 p.m.

 ନୂଆଦିଲ୍ଲୀ:  ଆପଣ ଜାଣିଛନ୍ତି ଖଜୁରୀ ଆମ ଶରୀର ପାଇଁ କେତେ ଲାଭଦାୟକ..  ଯଦି  ଜାଣିନାହାନ୍ତି   ତେବେ ଆସନ୍ତୁ ଜାଣିବା।  ଖଜୁରୀ ଏକ ପୌଷ୍ଟିକ  ଏବଂ  ଟେଷ୍ଟି ଡ୍ରାଏ ଫ୍ରୁଟ।  ଯାହାର  ସେବନ  କାହିଁ କେଉଁ ଯୁଗରୁ କରାଯାଉଛି।  ଖଜୁରୀରେ  ପ୍ରଚୁର ମାତ୍ରାରେ  ପୋଷକ  ତତ୍ତ୍ୱ ,  ଭିଟାମିନ୍‌  ରହିଥାଏ ଯାହା ଶରୀରକୁ ଶକ୍ତି ଦେବା ସହ ରୋଗରୁ ରକ୍ଷା କରିଥାଏ।   ବିଶେଷ କରି ଖାଲିପେଟରେ ଖଜୁରୀ ଖାଇଲେ  ଚମତ୍କାର ଭାବେ ଲାଭ ମିଳିଥାଏ।  ଖଜୁରୀର ଲାଭ ଏତେ ଅଛି ଯେ ଏହାକୁ ଆପଣଙ୍କ ହେଲଦି ଡାଏଟରେ   ଆଡ କରିପାରିବେ। ଯଦି କେହି  ନିଜ ଶରୀରକୁ ଶକ୍ତିଶାଳୀ କରିବାକୁ  ଚାହୁଁଥିବେ  ତେବେ ଖଜୁରୀ କୌଣସି ରାମବାଣ ଫଳ ଠାରୁ କମ୍‌ ମଧ୍ୟ ନୁହେଁ। ତେବେ ଆସନ୍ତୁ ଜାଣିବା ଖାଲିପେଟରେ ଖଜୁରୀ ଖାଇବା ଦ୍ୱାରା କେଉଁ କେଉଁ ରୋଗୀଙ୍କୁ ଲାଭ ମିଳିଥାଏ। 

 ହଜମ ପ୍ରକ୍ରିୟା ସମସ୍ୟା

ଖଜୁରୀରେ ପ୍ରାକୃତିକ  ଫାଇବର ମାତ୍ରା ଭରପୁର ଥାଏ।  ଯାହା ପାଚନ ତନ୍ତ୍ରକୁ  ସୁସ୍ଥ ରଖିବାରେ ସହଯୋଗ କରିଥାଏ।  ପ୍ରତ୍ୟେକ  ଦିନ ଖାଲି ପେଟରେ  ଖଜୁରୀ ଖାଇଲେ କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ  ପେଟ ଫୁଲା ଭଳି  ସମସ୍ୟା ରୁ ମୁକ୍ତି  ମିଳିଥାଏ। ଏଥିସହିତ ମଳ ତ୍ୟାଗରେ ମଧ୍ୟ ସହଜ ହୋଇଥାଏ । 
 

ଏନିମିଆ

ଖଜୁରୀ ହେଉଛି  ଆଇରନର  ଗନ୍ତାଘର    ।  କାରଣ ଖଜୁରୀ ଖାଇଲେ  ଶରୀରରେ ରକ୍ତ ସୃଷ୍ଟି ହୋଇଥାଏ।  ଖାଲି ପେଟରେ  ଖଜୁରୀ ଖାଇବା ଦ୍ୱାରା ଏନିମିଆ  ସମସ୍ୟା କମ ହୋଇଥାଏ ।  ଯେଉଁମାନଙ୍କୁ ଆଣ୍ଠୁ ଗଣ୍ଠି ସମସ୍ୟା ରହୁଛି  ଏବଂ ହାଡ ଦୁର୍ବଳ ରହୁଛି ସେମାନେ ଖାଲି ପେଟରେ  ଖଜୁରୀ ଖାଇବା ବହୁତ ଲାଭ ଦାୟକ।   ହିମୋଗ୍ଲୋବିନ  ଲେବଲ  ବଢାଇଥାଏ  ଖଜୁରୀ ।  

 ହାଡ ଏବଂ ମାଂସପେଶୀର ଦୁର୍ବଳତା 

 ଖଜୁରୀରେ କ୍ୟାଲସିୟମ,  ଫସଫରସ୍‌ ଏବ  ମ୍ୟାଗ୍ନେସିୟମ  ପରି  ଖଣିଜ  ପ୍ରଚୁର ମାତ୍ରାରେ ମିଳିଥାଏ।  ଯାହା ହାଡ ଏବଂ ମାଂସପେଶୀକୁ  ମଜଭୁତ  କରିବାରେ ସହାୟକ ହୋଇଥାଏ।  
 

ହାର୍ଟକୁ ସୁସ୍ଥ ରଖିଥାଏ ଖଜୁରୀ


ଖଜୁରୀରେ  ପୋଟାସିୟମ ଏବଂ ମ୍ୟାଗ୍ନେସିୟମ  ପରି ଖଣିଜ ଭରପୁର ଥାଏ  ଯାହା ହାର୍ଟକୁ  ସୁସ୍ଥ ରଖିଥାଏ।  ଖାଲି ପେଟରେ ଖଜୁରୀ ଖାଇବା ଦ୍ୱାରା ବ୍ଲଡ ପ୍ରେସର ଖଣ୍ଟ୍ରୋଲ  ରହିଥାଏ। କୋଲେଷ୍ଟ୍ରୋଲ  ଲେବଲ ମଧ୍ୟ କମ୍‌ ହୋଇଥାଏ।  ଯାହାଦ୍ୱାରା ହାର୍ଟ ସହିତ ଜଡିତ ସମସ୍ୟା କମ୍‌  ହୋଇଥାଏ।
 

ଡାଇବେଟିସ୍‌

ଖଜୁରୀରେ ନ୍ୟାଚୁରାଲ ସୁଗାର  ଥାଏ ଯାହା  ମଧୁମେହ ରୋଗୀଙ୍କ ପାଇଁ ଏହା ନିରାପଦ,  କିନ୍ତୁ ଏହା ସୀମିତ ପରିମାଣରେ  ସେବନ  କରିବା ଆବଶ୍ୟକ ।  ଖଜୁରି  ଇନ୍ସୁଲିନର ସେନ୍ସିଟିବିଟି କୁ ବଢାଇଥାଏ ଯାହା ଡାଇବେଟିସ୍‌ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।  ତେଣୁ ଖଜୁରୀକୁ ନିଜର ଡାଏଟ ପ୍ଲାନରେ ଆଡ କରିବାକୁ କେବେ ଭୁଲନ୍ତୁ ନାହିଁ।
ଅଧିକ ଦେଖନ୍ତୁ : 

ଗୋଷ୍ଠୀ ସଂଘର୍ଷ
21m ago
ଭଦ୍ରକରେ ଗୋଷ୍ଠୀ ସଂଘର୍ଷ, ୧୬୩ ଧାରା ଲାଗୁ
ଭଦ୍ରକ: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ବୟାଙ୍ଗଡିହି ପଞ୍ଚାୟତ ଗୁଡୁପୋଖରୀ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପତାକା ଉପୁଡାକୁ ନେଇ ଉତ୍ତେଜନା । ଯାହାକୁ ନେଇ ୪ ଜଣ ଆହତ ହୋଇଥିବାବଳେ ଜଣେ ଗୁରୁତ
100 ଦିନ
49m ago
100 ଦିନ ପୂର୍ତ୍ତି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ବଡ଼ ଘୋଷଣା
ପୁରୀ: 5 ବର୍ଷରେ 11ଟି MSME ପାର୍କ ପ୍ରତିଷ୍ଠା କରିବେ ବିଜେପି ସରକାର । ବିଜେପି ସରକାରର 100 ଦିନ ପୂର୍ତ୍ତି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଗତକାଲି ଉଚ୍ଚସ୍ତରୀ
ବଢିବ ବର୍ଷା
53m ago
୨୨ ତାରିଖରୁ ବଢିବ ବର୍ଷାର ପରିମାଣ
ଭୁବନେଶ୍ୱର: ଟ୍ରପଲାଇନ ପ୍ରଭାବରେ ରାଜ୍ୟରେ ହାଲୁକରୁ ମଧ୍ୟମ ବର୍ଷା ଜାରି ରହିଥିବା ବେଳେ ପୁଣି ୨୨ ତାରିଖରୁ ବଢିବ ବର୍ଷାର ପରିମାଣ। ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିଶେଷ କିଛ