ଚାଷୀଙ୍କ ପାଇଁ ଟୋଲ୍ ଫ୍ରି ନଂ - 1967 , ସରକାରଙ୍କୁ ସିଧାସଳଖ ଜଣାଇବେ ସମସ୍ୟା
by Argus News
Wed, Nov 27 | 8:16 p.m.

ଅର୍ଗସ ବ୍ୟୁରୋ : ମଣ୍ଡିରେ ଅସୁବିଧା ନେଇ ସିଧାସଳଖ ସରକାରଙ୍କୁ ଅଭିଯୋଗ କରିପାରିବେ ଚାଷୀ। ୧୯୬୭ ନମ୍ବରରେ ଫୋନ କରି ସିଧାସଳଖ ମଣ୍ଡି ସମ୍ପର୍କିତ ନିଜ ସମସ୍ୟା ବିଷୟରେ ଜଣାଇ ପାରିବେ ଚାଷୀ । ଧାନ ମଣ୍ଡିରେ ଅବ୍ୟବସ୍ଥା ଏବଂ ଚାଷୀଙ୍କ ସମସ୍ୟା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍। କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସବୁ ମଣ୍ଡି ଉପରେ ନଜର ରଖିବ ଯୋଗାଣ ବିଭାଗ। ମଣ୍ଡିରେ ବେଆଇନ କାର୍ଯ୍ୟ ହେଲେ ତୁରନ୍ତ  ହେବ ଆକ୍ସନ । ସିଧାସଳଖ କମାଣ୍ଡ କଣ୍ଟ୍ରୋଲରେ ଅଭିଯୋଗ କରିବେ ଚାଷୀ । ସବୁ ଜିଲ୍ଲାର ମଣ୍ଡି ଗୁଡ଼ିକର ମନିଟରିଂ କରିବ କମାଣ୍ଡ କଣ୍ଟ୍ରୋଲ  ସେଣ୍ଟର । ଭୁବନେଶ୍ୱରର ରାଜ୍ୟ ଖାଦ୍ୟ ଯୋଗାଣ ନିଗମରେ ଖୋଲିଲା ନୂଆ ନିର୍ଦ୍ଦେଶ ନିୟନ୍ତ୍ରଣ ଏବଂ ଅଭିଜ୍ଞତା କେନ୍ଦ୍ର ।

ଅଧିକ ପଢନ୍ତୁ : ମୃତ ବ୍ୟକ୍ତିଙ୍କ ନାଁ ରେ ରାସନ ଚାଉଳ ଖାଉଥିଲେ ବିଜେଡି ସରକାର

ଏହାକୁ ଉଦଘାଟନ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଦ୍ଵାରା ସମସ୍ତ ଜିଲ୍ଲାର ମଣ୍ଡିରେ ଲାଗିଥିବା ସିସିଟିଭି ଜରିଆରେ ଦୃଷ୍ଟି ରଖିବେ ଯୋଗାଣ ଅଧିକାରୀ । ଏହାସହିତ ମଣ୍ଡିରେ ଥିବା ଅଧିକାରୀଙ୍କ ସହ ସିଧାଳଖ ଏହି କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଅଭିଜ୍ଞତା ଏବଂ ଅବ୍ୟବସ୍ଥା ସମ୍ପର୍କରେ ଜାଣିପାରିବେ । ଚାଷୀ, ସାଧାରଣ ଲୋକେ ଏହି କମାଣ୍ଡ ସେଣ୍ଟର ଜରିଆରେ ଫୋନ୍ ଯୋଗେ ଅଭିଯୋଗ ଜଣାଇପାରିବେ । ଟୋଲ୍ ଫ୍ରି ନମ୍ବର 1967  ମାଧ୍ୟମରେ ଏହି ଅଭିଯୋଗ କରିପାରିବେ। ଯେଉଁଠି ଅବ୍ୟବସ୍ଥା ଥିବା ଘଟଣା ସାମ୍ନାକୁ ଆସିବ ତୁରନ୍ତ ନୋଡାଲ୍ ଅଧିକାରୀ ଯିବେ ନହେଲେ ଯେଉଁ ମଣ୍ଡିରେ ଅବ୍ୟବସ୍ଥା କିମ୍ବା ଅଭିଯୋଗ ଥିବ ସେଠାରୁ ମଧ୍ୟ ଗୋଟିଏ ଟିମ୍ ଏହାକୁ ତନଖି କରି ଯାଞ୍ଚ କରିବେ । ସୁରୁଖୁରୁରେ ଧାନ ଉଠିବା ଏବଂ ମଣ୍ଡି ଜନିତ ସମସ୍ୟା ଦୂର କରିବାକୁ ପଦକ୍ଷେପ ନେଇଛି ଯୋଗାଣ ବିଭାଗ । 


 

ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ
ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ । ଏହାକୁ ସୌଜନ୍ୟ ମୂଳକ ସାକ୍ଷାତ ବୋଲି ଏକ୍ସ ପୋଷ୍ଟରେ କହିଛନ୍ତି ପୱନ
ଦୁଷ୍କର୍ମ ଅଭିଯୋଗ
ବର୍ଷେ ୩ମାସର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ
ଅର୍ଗସ ବ୍ୟୁରୋ : ବର୍ଷେ ୩ମାସର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ସାନବଡ଼ବିଲ ଗାଁରେ ୧ ବର୍ଷ ୩ ମାସର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋ
ଚାଷୀ
ଚାଷୀଙ୍କ ପାଇଁ ଟୋଲ୍ ଫ୍ରି ନଂ - 1967 , ସରକାରଙ୍କୁ ସିଧାସଳଖ ଜଣାଇବେ ସମସ୍ୟା
ଅର୍ଗସ ବ୍ୟୁରୋ : ମଣ୍ଡିରେ ଅସୁବିଧା ନେଇ ସିଧାସଳଖ ସରକାରଙ୍କୁ ଅଭିଯୋଗ କରିପାରିବେ ଚାଷୀ। ୧୯୬୭ ନମ୍ବରରେ ଫୋନ କରି ସିଧାସଳଖ ମଣ୍ଡି ସମ୍ପର୍କିତ ନିଜ ସମସ୍ୟା ବିଷୟରେ ଜଣାଇ ପାରିବେ ଚାଷୀ
ନୌସେନା ଦିବସ
ଡିସେମ୍ବର 4 ନୌସେନା ଦିବସ ପାଇଁ ପୁରୀରେ ପ୍ରସ୍ତୁତି ଜୋରଦାର
ଅର୍ଗସ ବ୍ୟୁରୋ : ମଝିରେ ଆଉ ମାତ୍ର ଛଅ ଦିନ। ଡିସେମ୍ବର 4 ତାରିଖରେ ପୁରୀରେ ଦେଖିବାକୁ ମିଳିବ ଭାରତୀୟ ନୌସେନାର ସୁପର ସୋ। ଅଦ୍ଭୁତ ସାହସିକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କୁ ରୋମାଞ୍ଚିତ କରିବ
ରାସନ ଚାଉଳ
ମୃତ ବ୍ୟକ୍ତିଙ୍କ ନାଁ ରେ ରାସନ ଚାଉଳ ଖାଉଥିଲେ ବିଜେଡି ସରକାର
ଅର୍ଗସ ବ୍ୟୁରୋ : ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଖିଥିବା ଏହି ତଥ୍ୟ ଉପରେ ନଜର ପକାନ୍ତୁ । ବିଧାୟକ ମାନସ ଦତ୍ତ ପଚାରିଥିବା ଏକ ଅଣତାରକା ପ୍ରଶ୍ନର ଉତ୍ତର ରଖ