ସମାଜସେବୀ ସୁଧା ମୁର୍ତ୍ତି ରାଜ୍ୟସଭାକୁ ମନୋନୀତ
by Argus News
Fri, Mar 08 | 2:00 p.m.

ଅର୍ଗସ ବ୍ୟୁରୋ:  ରାଜ୍ୟସଭା ଯିବେ ସୁଦ୍ଧା ମୂର୍ତ୍ତି । ଲେଖକ ତଥା ସମାଜସେବୀ ସୁଧା ମୁର୍ତ୍ତିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି । ଶ୍ରୀମତୀ ମୁର୍ତ୍ତିଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି ଯେ ଆନ୍ତର୍ଜାତୀୟ ମହିଳା ଦିବସରେ ଏହି ଘୋଷଣା ଆସିବା ପରେ ରାଜ୍ୟସଭାରେ ତାଙ୍କର ଉପସ୍ଥିତି ଦେଶର 'ନାରୀ ଶକ୍ତି'ର ଏକ ଶକ୍ତିଶାଳୀ ପ୍ରମାଣ ।

କଳା, ସାହିତ୍ୟ, ବିଜ୍ଞାନ ଏବଂ ସାମାଜିକ ସେବା ପ୍ରତି ଅବଦାନ ପାଇଁ ରାଷ୍ଟ୍ରପତି 12 ଜଣ ସଦସ୍ୟଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି ।

ଶ୍ରୀମତି ସୁଧା ମୂର୍ତ୍ତିଙ୍କ ସ୍ୱାମୀ ନାରାୟଣ ମୁର୍ତ୍ତି ହେଉଛନ୍ତି ଇନଫୋସିସ୍ ର ପ୍ରତିଷ୍ଠାତା । ଗତ ବର୍ଷ ସୁଧା ମୁର୍ତ୍ତି ସାମାଜିକ କାର୍ଯ୍ୟ ପାଇଁ ପଦ୍ମଭୂଷଣ ସମ୍ମାନ, ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ଏବଂ 2006 ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।  


 

ଟର୍ଣ୍ଣିଂ ପଏଣ୍ଟ
ଭୁବନେଶ୍ୱରରେ ରୋଡ ସୋ' ପରେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ
ଅର୍ଗସ ବ୍ୟୁରୋ: ଓଡିଶାରେ ବଡ ଟର୍ଣ୍ଣିଂ ପଏଣ୍ଟ ଆସୁଛି । ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତ
ROAD SHOW
ମୋଦିଙ୍କ ରୋଡ ସୋ'ରେ ବିପୁଳ ସମର୍ଥନ
ଭୁବନେଶ୍ୱର: ସରିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ ସୋ । ହାତ ହଲାଇ ପଦ୍ମ ଫୁଲ ଦେଖାଇଲେ, ଲୋକଙ୍କ ଆଶୀର୍ବାଦ ମାଗିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇ
ଗୋଲାପି ଛବି
ବିକାଶର ଗୋଲାପି ଛବି ଦେଖାଇ ରାଜ୍ୟବାସୀଙ୍କୁ ଧୋକ୍କା
ଭୁବନେଶ୍ୱର: 2024 ଇସ୍ତାହାରରେ ପୁରୁଣା ପ୍ରତିଶ୍ରୁତି ଦୋହରାଇଲେ ନବୀନ । ବିକାଶର ଗୋଲାପି ଛବି ଦେଖାଇ ପୁଣି ରାଜ୍ୟବାସୀଙ୍କୁ ଧୋକା ଦେବାକୁ ପ୍ରୟାସ । କୁଆଡେ ଗଲା ବିଜେଡିର 2014 ଓ 2019