ଗାଳି ଦେଲେ ବାପା, ଘର ଛାଡ଼ି ଚାଲିଯାଇଛି ପୁଅ
by Argus News
Thu, Apr 18 | 12:06 p.m.

ଅର୍ଗସ ବ୍ୟୁରୋ : ବାପା ଗାଳି ଦେଲେ ବୋଲି ଘରୁ ପଳାଇଲା ଭେଣ୍ଡିଆ ପୁଅ । ଗଲା ଯେ ଗଲା...ଆଉ ଫେରୁନି । ଯାହାକୁ ପାଇବାକୁ ଲକ୍ଷେ ଶିବ ପୂଜିଥିଲେ ଆଜି ସେଇ ପୁଅ ଯେବେ ଘର ଛାଡି ପଳାଇଗଲା ସେତେବେଳେ କୋଉ ମାଆ ବାପା ବି ଧୈର୍ଯ୍ୟ ଧରିବେ ? ସେଇଥି ଲାଗି ତ ପୁଅର ଫଟୋ ଏମିତି କାନ୍ଦି ପକାଉଛନ୍ତି ବାପା-ମାଆ...ଖାଲି କାନ୍ଦୁଛନ୍ତି ତାହା ନୁହେଁ ବରଂ ବାଟୋଇ ଲୋକଙ୍କୁ ପଚାରୁଛନ୍ତି ମୋ ପୁଅକୁ ଦେଖିଛ କି ? ଭେଣ୍ଡା ପୁଅକୁ ହରାଇ ପାଗେଳି ପ୍ରାୟ ମାଆ...ହେଲେ ପୁଅର ଏଯାଏଁ ମିଳୁନି ଅତାପତା ।

ଭୁବନେଶ୍ୱର ରାଜରାସ୍ତାରେ ପୁଅକୁ ଖୋଜୁଛନ୍ତି ବାପା-ମା । କୋହୁଛନ୍ତି କିଏ ମୋ ପୁଅକୁ ଦେଖିଛକି । ଦେଖୁ ନାହାନ୍ତି ଏ ଦୃଶ୍ୟକୁ ଥରେ । କେମିତି ଏ ଖରା ଗରମରେ ପୁଅକୁ ଖୋଜୁଛନ୍ତି ଏ ବାପା-ମା । ରାଜଧାନୀ ଭୁବନେଶ୍ୱରର ଗଳି କନ୍ଦିରେ ପୁଅକୁ ଖୋଜୁଛନ୍ତି ଏ ବାପା-ମା । ରାସ୍ତାରେ ଯାଉଥିବା ଲୋକଙ୍କୁ ପୁଅର ଫଟୋ ଦେଖାଛନ୍ତି ଆଉ ପଚାରୁଛନ୍ତି ଦେଖିଛନ୍ତି କି ମୋ ପୁଅକୁ ?

 

ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ଛାଚି ଉପରେ । ଏ ହେଉଛନ୍ତି ନୟାଗଡ଼ ମାଛିପଡ଼ାର ବ୍ରଜବନ୍ଧୁ ନାହକ ଓ କୁମା ଦେଈ । ତାଙ୍କ ପୁଅ ହେଉଛନ୍ତି ସିଲୁ ନାହକ । ଯିଏକି ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି । ଚଳିତ ବର୍ଷ ପରୀକ୍ଷାରେ କମ୍ ନମ୍ବର ରଖିବାରୁ ବାପା କଲେ ଗାଳି । ଘର ଛାଡି ଫେରାର ହୋଇଗଲା ୧୪ ବର୍ଷର ପୁଅ ସିଲୁ । 

ନୟାଗଡରୁ ଭୁବନେଶ୍ୱର ପୁଅ ଚାଲିଆସିଥିବା ଖବର ପାଇଲେ ଘର ଲୋକ । ବାସ୍ ସେବେଠାରୁ ଭୁବନେଶ୍ୱରରେ ପୁଅକୁ ଖୋଜୁଛନ୍ତି । ରାଜଧାନୀ ଭୁବନେଶ୍ୱରର ଗଳି କନ୍ଦିରେ ପୁଅକୁ ଖୋଜିବାରେ ଲାଗିଛନ୍ତି ବାପା-ମା । ବାପା-ମା ଭୁବନେଶ୍ବର ଆସିବା ପରେ ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ୍ ଖାଯିବାରେ ଲାଗିଛନ୍ତି । କିନ୍ତୁ ନିରାଶ ହେବା ପରେ ଆଜି କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି । ଗୁହାରି କରି କହିଛନ୍ତି ଯିଏ ମୋ ପୁଅକୁ ଦେଖିବ ମତେ ଜଣେଇବ ।
 

ଚୁଆପାଣି
now
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
12m ago
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ
BJD
ନିର୍ବାଚନବେଳେ ବିଜେଡି ଗୁଣ୍ଡାଙ୍କ ଆତଙ୍କରାଜ
ଅର୍ଗସ ବ୍ୟୁରୋ: ବିଜେଡିକୁ ମହଙ୍ଗା ପଡ଼ିବ ନିର୍ବାଚନୀ ହିଂସା । ନିର୍ବାଚନ ସମୟରେ ସାରା ରାଜ୍ୟରେ ନବୀନ ବାହିନୀର ଆତଙ୍କରାଜ ବିରୋଧରେ ଖଡ଼ଗହସ୍ତ ହୋଇଛନ୍ତି ଜନତା । ବୌଦ୍ଧର