ବାଂଲାଦେଶକୁ ୪ରନରେ ପରାସ୍ତ କଲା ଦକ୍ଷିଣଆଫ୍ରିକା
by Argus News
Tue, Jun 11 | 12:24 p.m.

ଅର୍ଗସ ବ୍ୟୁରୋ: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଏକ ଗ୍ରୁପ୍-ଡି’ ମୁକାବିଲାରେ ଦକ୍ଷିଣ ଆଫ୍ରିକା ରୋମାଞ୍ଚକ ଭାବେ ୪ ରନ୍‌ରେ ବାଂଲାଦେଶକୁ ପରାସ୍ତ କରିଛି। ପୂର୍ବ ରାତିରେ ପାକିସ୍ତାନକୁ ଭାରତ ହରାଇବା ଭଳି ଏହି ଲୋ ସ୍କୋରିଂ ମୁକାବିଲାରେ ମଧ୍ୟ ଅଳ୍ପ ରନ୍ ଅଧିକ ରୋମାଞ୍ଚ ଦେଖିବାକୁ ମିଳିଛି। ଦକ୍ଷିଣ ଆଫ୍ରିକା ୧୧୩ ରନ୍ କରିଥିବାବେଳେ ବାଂଲାଦେଶ ୧୦୯ ରନ୍‌ରେ ଅଟକିଯାଇଛି। ଶେଷ ଓଭରରୁ ବାଂଲାଦେଶକୁ ୧୧ ରନ୍ ଆବଶ୍ୟକ ଥିବାବେଳେ ସ୍ପିନର୍ କେଶବ ମହାରାଜ ୱାଇଡ୍‌ରୁ ଅଭିଯାନ ଆରମ୍ଭ କରି‌ଥିଲେ। କିନ୍ତୁ ପରବର୍ତ୍ତୀ ୫ ବଲ୍‌ରୁ ୨ ୱିକେଟ୍‌ ଦଖଲ ସହ ମାତ୍ର ୫ ରନ୍ ବ୍ୟୟ କରି ହିରୋ ପାଲଟିଯାଇଥିଲେ। ଏଥି ସହିତ ତୌହିତ ହୃଦୟ ଓ ମହମ୍ମଦୁଲ୍ଲାଙ୍କ ମଧ୍ୟରେ ହୋଇଥିବା ୪୪ ରନ୍ ଭାଗୀଦାରି ବେକାର ଯାଇଥିଲା। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ମଧ୍ୟ ସବୁଠାରୁ କମ୍ ରନ୍ (୧୧୩)ର ପାଳିକୁ ସୁରକ୍ଷିତ ରଖି ଜିତିବାର ରେକର୍ଡ ଦକ୍ଷିଣ ଆଫ୍ରିକାକୁ ନାମକୁ ଚାଲିଯାଇଛି।

ନସାଉ କାଉଣ୍ଟି ଅନ୍ତର୍ଜାତୀୟ ଷ୍ଟାଡିୟମ୍ ପିଚ୍‌ରେ ବ୍ୟାଟିଂ କରିବା ଏତେ ଆହ୍ବାନପୂର୍ଣ୍ଣ ଥିଲା ଯେ ପ୍ରତିଟି ରନ୍ ପାଇଁ ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ବାହିନୀକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବାକୁ ପଡ଼ିଥିଲା। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ପରେ ପାୱାର ପ୍ଲେରେ ୪ ୱିକେଟ୍ ହରାଇ ମାତ୍ର ୨୫ ରନ୍ କରିପାରିଥିଲା। ସେପଟେ କଠିନ ପିଚ୍ ଓ ପ୍ରତିକୂଳ ପାଗର ଫାଇଦା ଉଠାଇ ବାଂଲା ବୋଲରମାନେ ଏମିତି ସଠିକ୍ ଓ ଶାଣିତ ବୋଲିଂ କରିଥିଲେ ଯେ ଦକ୍ଷିଣ ଆଫ୍ରିକା ଶୀର୍ଷକ୍ରମର ୪ଜଣଙ୍କ ମଧ୍ୟରୁ ୨ଜଣ ଖାତା ଖୋଲି ପାରି ନଥିଲେ। ଜଣେ ଏକ ଅଙ୍କ ଆଗକୁ ବଢ଼ି ନଥିଲେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ