Speed 10 : ସ୍କ୍ରୋଲ କରନ୍ତୁ, ଆଜିର ଅପଡେଟ୍‌ ଖବର ପାଆନ୍ତୁ
by Argus News
Wed, Oct 16 | 5:19 p.m.

ଅର୍ଗସ ବ୍ୟୁରୋ: ଖୁବ୍‌ଶୀଘ୍ର ରାଜ୍ୟ ସରକାର ଗଠନ କରିବେ ଲ-ରିଭିଜନ୍ କମିଶନ । କମିଶନ ଗଠନ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦେଲେ ସୂଚନା । ଅପ୍ରାସଙ୍ଗିକ ଓ ଅଦରକାରୀ ଆଇନର ପରିବର୍ତ୍ତନ ଆବଶ୍ୟକ ଅଛି । ମାସେ ଦେଢ଼ ମାସ ଭିତରେ ଏହା ଗଠନ ହେବ କହିଲେ ମନ୍ତ୍ରୀ

ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ।  ନବୀନ ନିବାସରେ ପହଞ୍ଚି ଶୁଭେଛା ଜଣାଇଲେ ଶୁଭେଚ୍ଛୁ 

ବିନିକାରେ ପୋଲିସକୁ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା, ୧୧ ଜଣ ଅଟକ । ଲୋକଙ୍କ ଆକ୍ରମଣରେ ୨ ପୋଲିସ ଏଏସ୍‌ଆଇ ଆହତ, ପାପୀ ଗାଁ ଆନନ୍ଦ ନଗରରେ ଉତ୍ତେଜନା, ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ

ନାଏବ ସିଂହ ସୈନୀ ପୁଣି ଥରେ ହେବେ ହରିୟାଣା ମୁଖ୍ୟମନ୍ତ୍ରୀ । ଆଜି ହରିୟାଣାର ପଞ୍ଚକୁଲାରେ ଅନୁଷ୍ଠିତ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକରେ ସୈନୀଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି 

ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନ୍ୟାସନାଲ କନଫରେନ୍ସ ନେତା ଓମର ଅବଦୁଲ୍ଲା।  ଶ୍ରୀନଗରର ଶେର୍ ଇ କାଶ୍ମୀର ଇଣ୍ଟରନାସନାଲ୍ କନଭେନସନ୍ ସେଣ୍ଟରରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି

ପାଣ୍ଡିଆନ ଆମ ନେତା ନଥିଲେ କହିଲେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଅମର ଶତପଥୀ, ପ୍ରସନ୍ନ ପାଟ୍ଟଶାଣୀଙ୍କ ବୟାନକୁ କାଉଣ୍ଟର କଲେ । ଆମ ନେତା ନବୀନ ପଟ୍ଟନାୟକ, ସତ୍‌ସାହସ ଅଛି ତ ତାଙ୍କୁ କୁହ’

ନକଲି କଲ୍ ସେଣ୍ଟର ଠାବ ନେଇ ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା । କଲ୍ ସେଣ୍ଟର ଚଳାଉଥିବା ୬ ଜଣଙ୍କୁ ଅଟକ ରଖାଯାଇଛି, ସମସ୍ତ ୬ ଜଣ କୋଲକାତା ଅଞ୍ଚଳର, ଆଉ କିଏ ଅଛନ୍ତି ଜେରା ହେବ

ସାବତ ମାଆ କଥାରେ ପଡ଼ି ଝିଅକୁ ହତ୍ୟା କଲା ବାପା । ଚିତ୍ରକୋଣ୍ଡା ଥାନା ଦୋରାଗୁଡ଼ା ପଞ୍ଚାୟତ ଆର୍‌ଏସିପି-୧୪ରେ ଅଘଟଣ, ୫ ବର୍ଷୀୟ ଝିଅକୁ ଛୁରିରେ ଭୁସି ହତ୍ୟା କଲା ନୃଶଂସ ବାପା

ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ । ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ ବ୍ୟବହାର ନିଷ୍ପତ୍ତି । ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ ଓମଫେଡ୍ ଘିଅ ବ୍ୟବହାର ହେବ । ଓମଫେଡକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି

ଆଜିର କୁମାର ଉତ୍ସବ । ଆରମ୍ଭ ହେଲା ଓଡ଼ିଶା ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା, ଝିକମିକ ଆଲୁଅରେ ଚମକୁଛି ଢେଙ୍କାନାଳ ସହର
ଗଜଲକ୍ଷ୍ମୀ ପୂଜା, ଉତ୍ସବମୁଖର ଢେଙ୍କାନାଳ
 

ରାଜଧାନୀରେ ଲୁଟ ଅପରେସନ
12m ago
ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍, ୬ସାଇବର ଠକଙ୍କୁ ବାନ୍ଧିଲା କମିସନରେଟ୍ ପୋଲିସ
ଅର୍ଗସ ବ୍ୟୁରୋ:ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍। ଆପାର୍ଟମେଣ୍ଟରେ କଲସେଣ୍ଟର କରି ଲୁଟୁଥିଲେ ସାଇବର ମାଫିଆ। ଫ୍ଲୁଏଣ୍ଟ ଇଂଲିସରେ ଆମେରିକା, ଚୀନ, ଇଂଲଣ୍ଡ ଲୋକଙ୍କ
ନବୀନ ମୋହନ
21m ago
ମୁମ୍ବାଇରେ ଓଡ଼ିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ଶୋ
ଅର୍ଗସ ବ୍ୟୁରୋ:ମୁମ୍ବାଇରେ ଓଡିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ଶୋ । ଆସନ୍ତା ୧୮ ଓ ୧୯ରେ ଶିଳ୍ପ ନଗରୀ ମୁମ୍ବାଇରେ ଆୟୋଜିତ ହେବ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମର
ଜମ୍ମୁ ଓ କାଶ୍ମୀର
47m ago
ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା
ଅର୍ଗସ ବ୍ୟୁରୋ:ଜମ୍ମୁ ଓ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଓମାର ଅବଦୁଲ୍ଲା । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା । ଶ୍ରୀନଗର