ରେଳ ଟିକେଟ୍ ନିୟମରେ ବଡ଼ ପରିବର୍ତ୍ତନ:  ମାତ୍ର 60 ଦିନ ପୂର୍ବରୁ ଟିକେଟ ବୁକିଂ  
by Argus News
Thu, Oct 17 | 8:02 p.m.

ନୂଆଦିଲ୍ଲୀ:  ରେଳ ସଂରକ୍ଷଣ ଟିକେଟ୍ ନିୟମରେ ବଡ଼ ପରିବର୍ତ୍ତନ। ଭାରତୀୟ ରେଳବାଇ ପକ୍ଷରୁ ଏଥିରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଏହି ବୁକିଂ ୧୨୦ ଦିନ ପୂର୍ବରୁ କରାଯାଉଥିବା ବେଳେ ଏବେ ମାତ୍ର 60 ଦିନ ପୂର୍ବରୁ ହିଁ ଟିକେଟ ବୁକିଂ କରିହେବ। ୨୦୨୪ ନଭେମ୍ବର ପହିଲାରୁ ଏହି ନୂଆ ନିୟମ ଲାଗୁ ହେବ। ଅକ୍ଟୋବର ୩୧ ପର୍ଯ୍ୟନ୍ତ କରାଯାଇଥିବା ସଂରକ୍ଷଣ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ୨୦୨୪ ନଭେମ୍ବର ପହିଲାରୁ ଆଗୁଆ ରିଜର୍ଭ ଅବଧି ୬୦ ଦିନ ରହିବ ଯେଉଁଥିରୁ ଯାତ୍ରା ଦିନକୁ ବାଦ୍ ଦିଆଯାଇଛି।

ତେବେ ୧୨୦ ଦିନର ଆଗୁଆ ରିଜର୍ଭ ଅବଧି ଅଧୀନରେ ୩୧ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ବୁକିଂ ବଳବତ୍ତର ରହିବ। ତେବେ ୬୦ ଦିନର ଆଗୁଆ ରିଜର୍ଭ ଅବଧି ପରେ ହୋଇଥିବା ବୁକିଂ କୁ ବାତିଲ କରିବାକୁ ଅନୁମତି ମିଳିବ। ଏଥିସହ ଯେଉଁ ଟ୍ରେନର ଆଗୁଆ ରିଜର୍ଭ ଅବଧି ପୂର୍ବରୁ କମ୍ ରହିଛି, ସେମାନେ ପ୍ରଭାବିତ ହେବେ ନାହିଁ। ଏଭଳି ଟ୍ରେନ୍ ମଧ୍ୟରେ ଗୋମତୀ ଏକ୍ସପ୍ରେସ୍ ଓ ତାଜ୍ ଏକ୍ସପ୍ରେସ୍ ଭଳି ଟ୍ରେନ୍ ରହିଛି। ବର୍ତ୍ତମାନ ଏହି ଟ୍ରେନଗୁଡିକରେ ଆଗୁଆ ସଂରକ୍ଷଣ ପାଇଁ କମ୍ ସମୟ ସୀମା ଲାଗୁ ହୋଇସାରିଛି। ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୩୬୫ ଦିନର ସୀମାରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ। 

ଅଧିକ ପଢନ୍ତୁ ଭାରତ ଖବର 

ଦିନ ବେଳର
6m ago
ଦିନ ବେଳର ଖବର ସଂକ୍ଷେପରେ...
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020... ପୁନଃ ଗଠିତ ହେଲା ଟାସ୍କ ଫୋର୍ସ.. ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ରାଜ୍
OSSSC
6m ago
OSSSC ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିର
ହବିଷ୍ୟାଳି
8m ago
ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବୃନ୍ଦାବତୀ ନିବାସର ବେସମେଣ୍ଟରେ ରହିବେ ୧୪୦ ହବିଶ୍ୟାଳି। ତେବେ ଆଜି ସୁଦ୍ଧା ସମସ୍ତ ତାଲିକ