ରାଜ୍ୟ ସରକାରଙ୍କ ବିଚିତ୍ର ବ୍ୟବସ୍ଥା: ନିର୍ମାଣ ହୋଇଛି କାମରେ ଲାଗୁନି ଶୌଚାଳୟ
by Argus News
Tue, Apr 23 | 3:05 p.m.

ଅର୍ଗସ ବ୍ୟୁରୋ:  ସବୁ ଶୌଚାଳୟରେ ଶୌଚ ହେବାପାଇଁ ପାଣିର ବ୍ୟବସ୍ଥା କରାଯାଇଥାଏ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅନ୍ତର୍ଗତ କେଶଦୁରାପାଳ ଗ୍ରାମର ବଜାରରେ କେନ୍ଦ୍ରୀୟ ଅର୍ଥ କମିଶନ ପାଣ୍ଠିରେ ୨୦୧୮-୧୯ ମସିହାରେ ବଜାରକୁ ଆସୁଥିବା ଲୋକମାନଙ୍କ ପାଇଁ ଏକ ଶୌଚାଳୟ ନିର୍ମାଣ ହୋଇଥଲା, କିନ୍ତୁ ଏପର୍ଯ୍ୟନ୍ତ ପାଣିର ସୁବିଧା କରାଯାଇନି। ସେଥିପାଇଁ ଲୋକମାନେ ଶୌଚାଳୟକୁ ନ ଯାଇ ବାହାରକୁ ଯିବାକୁ ପସନ୍ଦ କରୁଛନ୍ତି। 

ଥରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ, ଏ ହେଉଛି ରାଜ୍ୟରେ ବିଜେଡି ସରକାର ଦୀର୍ଘ ୨୫ବର୍ଷ ଶାସନରେ କରିଥିବା ଏକ ବିକାଶର ଉଦାହରଣ। ଏ ହେଉଛି କେଶଦୁରାପାଳ ବଜାର, ପ୍ରତ୍ୟେକ ଦିନ ଏହି ବଜାର ଉପରେ ହଜାର ହଜାର ସଂଖ୍ୟକ ଲୋକ ନିର୍ଭର କରନ୍ତି। ଏଠାରେ ପାଇପ୍ ଲାଗିଥିଲେ ମଧ୍ୟ ମରାମତି ଓ ସଫା ହେଉନାହିଁ। ସେଥିପାଇଁ ଲୋକେ ଶୌଚାଳୟକୁ ନ ଯାଇ ବାହାରକୁ ଯାଉଛନ୍ତି। 

ସେହିଭଳି ଏ ହେଉଛି ଦରଡିପାଳ ପଞ୍ଚାୟତର ବାଲିପାଳ ହାଟ ପଡ଼ିଆରେ ଥିବା ଶୌଚାଳୟର ଦୃଶ୍ୟ, ଏହି ଶୌଚାଳୟ ନିର୍ମାଣ ସରିବା ଦିନଠାରୁ ଅପରିଷ୍କାର ହୋଇଯିବ ବୋଲି ତାଲା ପକାଇ ରଖିଛନ୍ତି। ଅନ୍ୟପଟେ ହାଟକୁ ଆସୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସରକାରି ଅର୍ଥରେ ଏହି ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ କୌଣସି ସୂଚନା ଫଳକ ଦେଖିବାକୁ ମିଳିନାହିଁ।

ଗୋଟିଏ ପଟେ ବିଜେଡି ସରକାର ଅନେକ ଯୋଜନା ଯୋଗାଇ ଦେଉଥିବା କହି ବଡ଼ ବଡ଼ ହୋର୍ଡିଂ ମାଧ୍ୟମରେ କୋଟି କୋଟି ଟଙ୍କା ସରକାରୀ ଅର୍ଥ ଖର୍ଚ୍ଚ କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା। କେବଳ ଏହି ତିନୋଟି ନୁହେଁ ବରଂ ଏଭଳି ଅନେକ ସମସ୍ୟା ବିଭିନ୍ନ ଅଞ୍ଚଳରେ ଥିବା ଦେଖିବାକୁ ମିଳୁଛି। ଯାହାର କୌଣସି ସ୍ଥାୟୀ ସମାଧାନ କରାଯାଉନାହିଁ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଆଜିଠାରୁ ଏକମାସ
19m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
40m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
42m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି