ଏଣିକି ମନ୍ତ୍ରୀ ଜଗିବେ ମଣ୍ଡି ! ଧାନ ବିକ୍ରି ବେଳେ ସିଲ୍‌ ହେବ ସୀମା
by Argus News
Wed, Oct 16 | 4:52 p.m.

ଅର୍ଗସ ବ୍ୟୁରୋ: ଚାଷୀଙ୍କୁ କେମିତି ଉଚିତ୍‌ ମୂଲ ମିଳିବ, କେମିତି ବିନା କଟନୀ ଛଟନୀରେ ଧାନ କିଣିବେ ସରକାର ସେନେଇ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଧାନ ସଂଗ୍ରହ ବୈଠକରେ ନିଷ୍ପତ୍ତି ହୋଇଛି ଯେ ଏଣିକି ଧାନକିଣା ବେଳେ ସିଲ୍ ହେବ ପଡ଼ୋଶୀ ରାଜ୍ୟ ସୀମା । ପ୍ରତି ଜିଲ୍ଲା ଦାୟିତ୍ୱରେ ରହିବେ ମନ୍ତ୍ରୀ ।

ଅମଳ କରିବା ପରେ ଧାନକୁ ବିକ୍ରି କରିବାକୁ ଚାଷୀ ଯେଉଁପରି ସଂଘର୍ଷ କରୁଛି ତାହା କାହାକୁ ବି ଅଛପା ନାହିଁ । ସ୍ଥିତି ଏମିତି ହେଉଛି ଯେ ଦଲାଲ ହାତରେ ବର୍ଷକ ଯାକର ଫସଲକୁ ଟେକି ଦେବାକୁ ବାଧ୍ୟ ହେଉଛି ଚାଷୀ । କିନ୍ତୁ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏବେ ଚାଷୀଙ୍କୁ ହଇରାଣ ହେବାକୁ ଆଦୌ ପଡ଼ିବ ନାହିଁ । କଟନୀଛଟନୀ ବନ୍ଦ କରିବାକୁ ଧାନର ମାନ ଥରେ ମାତ୍ର ଯାଞ୍ଚ କରିବାକୁ ହୋଇଛି ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ଟୋକନ୍ ସମୟ ସୀମା ଜିଲ୍ଲାପାଳମାନେ ଯଦି ଚାହିଁବେ ତେବେ ବଢ଼ାଇ ପାରିବେ । ତେଣୁ ରହିବନି କଟନୀଛଟନୀ ।

୨୪ ବର୍ଷ ଶାସନ କାଳରେ ମଣ୍ଡିରେ ଚାଷୀ କେମିତି ଅସୁବିଧା ସାମ୍ନା କରୁଥିଲେ ତାହା କାହାକୁ ବି ଛପା ନାହିଁ । ବାରମ୍ବାର ଧାନର ମାନ ଯାଂଚ ହେଉ କି କଟନୀଛଟନୀ ହେଉ, ହିନସ୍ତା ହେଉଥିଲେ ଚାଷୀ କିନ୍ତୁ ଉଚିତ୍‌ ପ୍ରାପ୍ୟ ପାଉନଥିଲେ । ସେଇଥି ଲାଗି ତ ମଣ୍ଡିରେ ଏବେ କେବଳ ଥରେ ହିଁ ଯାଞ୍ଚ ହେବ ଧାନର ମାନ । ସେହି ମାନ ଅନୁସାରେ ଧାନ କିଣିବେ ମିଲର । ସବୁଠୁ ବଡ଼ ନିଷ୍ପତ୍ତି ହେଲା, ଧାନ ବିକ୍ରି ବେଳେ ସିଲ୍ ହେବ ପଡ଼ୋଶୀ ରାଜ୍ୟ ସୀମା । ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମାରେ ଚେକିଂ କଡାକଡି ଜୋରଦାର ହେବ । ଏ ବର୍ଷ ପ୍ରଥମଥର ପାଇଁ ଓଡ଼ିଶାର ଚାଷୀ ଧାନ କ୍ୱିଣ୍ଟାଲ ବାବଦକୁ ୩୧୦୦ ଟଙ୍କା ପାଇବେ ।

ବୈଠକରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଲା, ଏବେଠୁ ଜିଲ୍ଲାପାଳ ବଢାଇ ପାରିବେ ଚାଷୀଙ୍କ ଟୋକନ ସୀମା । ସେଥିପାଇଁ ଜିଲ୍ଲାପାଳଙ୍କୁ ଅଧିକୃତ କ୍ଷମତା ଦିଆଯିବ । ଆଉ ରାଜ୍ୟ ସରକାର ପାଖକୁ ପଠାଇବେନି ପ୍ରସ୍ତାବ । ସେପଟେ ବର୍ଷା ଦାଉରୁ ବଂଚିବାକୁ ମଣ୍ଡିଗୁଡିକରେ ନିର୍ମାଣ ହେବ ଗୋଦାମ । ମଣ୍ଡିଗୁଡିକର ଆଧୁନିକୀକରଣ ପାଇଁ ୫୫୦ କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର । ପୁଣି ମଣ୍ଡି ଜଗିବାକୁ ଧାନ କିଣା ବେଳେ ଜିଲ୍ଲା ଦାୟିତ୍ୱରେ ରହିବେ ମନ୍ତ୍ରୀ । ପ୍ରତି ମଣ୍ଡିରେ ରହିବେ ଜଣେ ଅଧିକୃତ ଅଧିକାରୀ । ଦୀର୍ଘଦିନର ଦାବି ପରେ ପ୍ରଥମ ଥର ପାଇଁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବାକୁ ନେଇ ବେଶ୍ ଉତ୍ସାହିତ ଚାଷୀ । ସୂଚନା ଅନୁସାରେ, ଗତବର୍ଷ ୫୮ ଲକ୍ଷ ଟନ୍ ଧାନ କିଣା ହୋଇଥିଲା ବେଳେ ଏଥର ୮୦ ଲକ୍ଷ ଟନ୍ ଧାନ କିଣିବେ ରାଜ୍ୟ ସରକାର ।
 


 

ଆଦାନୀ
ଆଦାନୀ କିଣିଲା ସେମୋଲିନା କିଚେନ୍ସର ୫୦ ପ୍ରତିଶତ ଅଂଶଧନ
ଅର୍ଗସ ବ୍ୟୁରୋ:ସେମୋଲିନା କିଚେନ୍ସର ୫୦ ପ୍ରତିଶତ ଅଂଶଧନ କିଣିଲା ଆଦାନୀ ଏଣ୍ଟରପ୍ରାଇଜ୍ରସ ଲିମିଟେଡ୍। ଫଳରେ ଆଦାନୀ ଗ୍ରୁପର ସହାୟକ କମ୍ପାନୀ ଆଦାନୀ ଏୟାରପୋର୍ଟ ହୋଲ୍ଡିଂ ଲିମିଟେଡ
ଲିଜେଣ୍ଡସ୍ ଲିଗ୍
ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ସଦର୍ଣ୍ଣ  ସୁପରଷ୍ଟାର ସହ କୋଣାର୍କ ସୂର୍ଯ୍ୟାସ୍ ସହ ଫାଇନାଲ୍ ମୁକାବିଲା
ଅର୍ଗସ ବ୍ୟୁରୋ: ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ । ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ଚାଲିଛି ଫାଇନାଲ୍ ମ୍ୟାଚ୍। ଶକ୍ତିଶାଳୀ ସଦର୍ଣ୍ଣ ସୁପରଷ୍ଟାର ସହ ହେଉଛି କୋଣାର୍କ ସୂର୍ଯ୍ୟାସ
ରାଜଧାନୀରେ ଲୁଟ ଅପରେସନ
ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍, ୬ସାଇବର ଠକଙ୍କୁ ବାନ୍ଧିଲା କମିସନରେଟ୍ ପୋଲିସ
ଅର୍ଗସ ବ୍ୟୁରୋ:ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍। ଆପାର୍ଟମେଣ୍ଟରେ କଲସେଣ୍ଟର କରି ଲୁଟୁଥିଲେ ସାଇବର ମାଫିଆ। ଫ୍ଲୁଏଣ୍ଟ ଇଂଲିସରେ ଆମେରିକା, ଚୀନ, ଇଂଲଣ୍ଡ ଲୋକଙ୍କ