ଉପଭୋକ୍ତାଙ୍କ ପାଇଁ LIC ଆରମ୍ଭ କରିବ Fintech ସେବା, ଘରେ ବସି ପାଇବେ ସବୁ ସୁବିଧା
by Argus News
Mon, Nov 27 | 7:21 p.m.

ଅର୍ଗସ ବ୍ୟୁରୋ: ଦେଶର ସବୁଠାରୁ ବଡ ଇନସୁରାନ୍ସ କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ ନିଜର ଡିଜିଟାଲ ସେବାକୁ ଆଗକୁ ବଢ଼ାଇବା ପାଇଁ ଫିଣ୍ଟେକ୍ ଆର୍ମ ସ୍ଥାପନ କରିବାକୁ ଉଦ୍ୟମ ଆରମ୍ଭ କରିଛି । ଘରେ ବସି ପାଇ ପାରିବେ ସମସ୍ତ ସୁବିଧା । ପଲିସି କିଣିପାରିବେ, ପ୍ରିମିୟମ୍‌ ଭରିପାରିବେ ଏବଂ ଅନ୍ୟ ସେବା ଗୁଡିକର ଲାଭ ମଧ୍ୟ ପାଇପାରିବେ।

ଉପଭୋକ୍ତାଙ୍କୁ ସର୍ବୋତ୍ତମ ସଞ୍ଚୟ ସେବା ଯୋଗାଇବା ତଥା ଏହାର ବ୍ୟବସାୟକୁ ବଢାଇବା ପାଇଁ ଫିଣ୍ଟେକ୍ ଆର୍ମ ସ୍ଥାପନ କରିବ ଏଲଆଇସି । ଏନେଇ ଏଲଆଇସିର ଚେୟାରମ୍ୟାନ ସିର୍ଦ୍ଧାଥ ମହାନ୍ତି ସୂଚନା ଦେଇଛନ୍ତି ।  ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ବୀମା କମ୍ପାନୀ ଏହି ପ୍ରକଳ୍ପ ନେବାକୁ ଜଣେ ପରାମର୍ଶଦାତା ନିଯୁକ୍ତ କରିଛି ଏବଂ ସମ୍ଭାବ୍ୟ ଅଂଶୀଦାରମାନଙ୍କ ସହ ଆଲୋଚନା କରୁଛି ।

ଫିଣ୍ଟେକ୍ ଆର୍ମ LICକୁ ନୂତନ ଗ୍ରାହକଙ୍କ ନିକଟରେ ପହଞ୍ଚିବାରେ ସାହାଯ୍ୟ କରିବ । ସେମାନଙ୍କୁ ସର୍ବୋତ୍ତମ ଡିଜିଟାଲ୍ ଆଧାରିତ ସେବା ପ୍ରଦାନ କରିବ ଏବଂ ନୂତନ ଉତ୍ପାଦ ଏବଂ ସେବା ବିକାଶ କରିବ । ଫିଣ୍ଟେକ୍ ଆର୍ମ ପ୍ରତିଷ୍ଠା ପରେ ଗ୍ରାହକମାନଙ୍କୁ ଆଉ ଅଫିସ ଆସିବାକୁ ପଡିବନି । ଏବଂ ସମୟ ମଧ୍ୟ ସଞ୍ଚୟ ହେବ । ଘରେ ବସି ମୋବାଇଲରେ ପାଇପାରିବେ LIC ର ସମସ୍ତ ସେବା । ଏହା ବ୍ୟତୀତ ବ୍ୟବସାୟର ସମ୍ପ୍ରସାରଣ ପାଇଁ ଫିଣ୍ଟେକ୍ ର ସମ୍ଭାବନା ମଧ୍ୟ ବ୍ୟବହାର କରାଯିବ ।

ଉତ୍ପାଦ ବଣ୍ଟନରେ ସହାୟତା କରିବାକୁ LIC ଚଳିତ ବର୍ଷ ତିନୋଟି ଫିଣ୍ଟେକ୍ କମ୍ପାନୀ ସହ ସହଭାଗୀ ହୋଇସାରିଛି । ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ 2023-24 ମଧ୍ୟରେ 3-4 ଅତିରିକ୍ତ ଉତ୍ପାଦ ଲଞ୍ଚ କରିବାକୁ ଯୋଜନା କରିଛି ଏଲଆଇସି ।

 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ