ଭୀଷଣ ଅବପାତ ରୁପ ନେଇ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା `ଦାନା'
by Argus News
Wed, Oct 23 | 4:57 p.m.

ଅର୍ଗସ ବ୍ୟୁରୋ: ଭୀଷଣ ଅବପାତ ରୁପ ନେଇ ସ୍ଥଳ ଭାଗ ଆଡକୁ ମାଡି ଆସୁଛି ବାତ୍ୟା ଦାନା। ଏହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ୧୧୦ ରୁ ୧୨୦ କିଲୋମିଟର ବେଗରେ ପବନ ବହିବାର ଆକଳନ କରିଛି ପାଣିପାଗ ବିଭାଗ। କ୍ଷୟକ୍ଷତିର ଆକଳନ କରି ଏହି ବାତ୍ୟାର ମୁକାବିଲା ପାଇଁ ସରକାର ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। 

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଏହି ବାତ୍ୟା ଦ୍ବାରା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତ ରହିବାକୁ ବାଲିଆପାଳ ବ୍ଲକର ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। 

ବସ୍ତା ବିଧାୟିକା ସୁବାସୀନୀ ଜେନାଙ୍କ ସମେତ ବିଡ଼ିଓ, ତହସିଲଦାର ଏବଂ ସମସ୍ତ ବିଭାଗର ଅଧିକାରୀ, ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ଥିଲେ, ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ବେଳେ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ପାଇଁ ୯୦ ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇ ଆବଶ୍ୟକ ସୁବିଧା ଏବଂ ଖାଦ୍ୟର ବ୍ୟବସ୍ଥା କରାଯାଇଛି। ୨୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ବ୍ୟବସ୍ଥା କରାଯାଇଥିବା ପ୍ରଶାସନ କୁହାଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

CM REVIEW
ତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷ
CYCLONE UPDATE
କାଲି ସନ୍ଧ୍ୟା 5 ଟାରୁ 25 ତାରିଖ ସକାଳ 9 ଟା ଯାଏଁ ଭୁବନେଶ୍ୱର ବିମାନ ଚଳାଚଳ ବନ୍ଦ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ସନ୍ଧ୍ୟା 5 ଟାରୁ 25 ତାରିଖ ସକାଳ 9ଟା ପର୍ଯ୍ୟନ୍ତ ଭୁବନେଶ୍ୱର ବିମାନ ଚଳାଚଳ ବନ୍ଦ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି
ଧାମରା ପୋର୍ଟରେ
ଧାମରା ପୋର୍ଟରେ ସୁରଜ୍ ସୂର୍ଯ୍ୟବଂଶୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଅର୍ଗସ ବ୍ୟୁରୋ: ଧାମରା ଆଦାନୀ ପୋର୍ଟରେ ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ପୋର୍ଟ କର୍ତ୍ତୃପକ୍ଷଙ୍କ ସହ ଉପସ୍ଥିତ ଅଛନ୍ତି ଜିଲ୍ଲାର ବିଭିନ୍