ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା  
by Argus News
Tue, Nov 28 | 5:51 p.m.

 ଭୁବନେଶ୍ୱର:  ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ବାତ୍ୟାର ଆଶଙ୍କା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଦକ୍ଷିଣ ଆଣ୍ଡାମାନ ଓ ତାର ପାର୍ଶ୍ବବର୍ତୀ ଅଂଚଳରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଲଘୁଚାପ ଟି  ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ କାଲି ସୁଦ୍ଧା ଅବପାତର ରୂପ ନେବାର ସମ୍ଭାବନା ରହିଛି। ଲଘୁଚାପଟି ଟି ପରବର୍ତ୍ତୀ 24 ଘଣ୍ଟାରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା କରାଯାଉଛି ।

ଅବପାତର ରୂପ ନେବା ପରେ ହିଁ ବାତ୍ୟାର ରୂପରେଖ କ’ଣ ରହିବ ତାହା ସ୍ପଷ୍ଟ ହୋଇପାରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ  । ତେବେ ଓଡ଼ିଶା ପାଇଁ ବର୍ତ୍ତମାନ କୌଣସି ବିପଦ ନାହିଁ । ଆସନ୍ତା ଦୁଇ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। ୩ ତାରିଖ ପରେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବରଗଡ଼, ଝାରସୁଗୁଡା,ବଲାଙ୍ଗିର, ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

DP
ବିଜେପିର ମୁଖ୍ୟମନ୍ତ୍ରୀ କିଏ ? ଧର୍ମେନ୍ଦ୍ର ଦେଲେ ଜବାବ
ଅର୍ଗସ ବ୍ୟୁରୋ : ଘୋଷଣା ହୋଇଗଲା ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ । ଓଡ଼ିଶାର ହିଁ ଜଣେ ମୁଖ୍ୟମନ୍ତ୍ରୀ ହେବେ, ଓଡ଼ିଆ ହେବେ । ପ୍ରେସମିଟ୍‌ ପରେ ସାମ୍ବାଦିକଙ୍କୁ ଏମିତ
MIGRANT
ବିକାଶର ମାନେ କ'ଣ ଦାଦନ ?
ଅର୍ଗସ ବ୍ୟୁରୋ : ବିଜେଡିର ବିକାଶ ଭେଳିକି ବନାମ ଧର୍ମେନ୍ଦ୍ରଙ୍କ ବିକାଶର ଲକ୍ଷ୍ୟ । କେମିତି ରାଜ୍ୟର ବିକାଶ ହେବ, ଦେଶର ନମ୍ବର ୱାନ ରାଜ୍ୟର ମାନ୍ୟତା ପାଇବ ସେନେଇ ଚିନ୍ତା କରୁଛି ବିଜେପି
NAVEEN PATNAIK
ଚ୍ୟାଲେଞ୍ଜ ଆକସେପ୍ଟ କଲେ 50-50 !
ଅର୍ଗସ ବ୍ୟୁରୋ : ମୋଦି ଆହ୍ଵାନ ଦେଇଥିଲେ ନବୀନ ବିନା କାଗଜରେ କଂଟାବାଞ୍ଜିର ୧୦ ଗାଁର ନାଁ କହିପାରିବେ କି ? ଆଉ ମୋଦିଙ୍କ ଗସ୍ତର ଠିକ୍‌ ପରଦିନ କଂଟାବାଞ୍ଜି ଗସ୍ତରେ ଗଲେ ମୁଖ୍ୟମନ୍ତ୍ର