ବିଜ୍ଞାନ ଶିକ୍ଷକଙ୍କ ମାଡରେ ଛାତ୍ର ଆହତ
by Argus News
Thu, Sep 19 | 6:44 p.m.

ଭଦ୍ରକ:  ବିଜ୍ଞାନ ଶିକ୍ଷକଙ୍କ ମାଡ଼ରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଆହତ । ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକ ର ଆରୁହା ପଂଚାୟତ ତୁଲମତୁଳା ବାବାମଣି ଉଚ୍ଚ ବିଦ୍ୟାଳୟରେ । ଆହତ ଛାତ୍ର ସେହି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ଛାତ୍ର କମଳାକାନ୍ତ ସାହୁ ବୋଲି ଜଣାପଡିଛି । ସରକାର ବିଦ୍ୟାଳୟ ଗୁଡିକ ଦଣ୍ଡମୁକ୍ତ ଅଂଚଳ ଘୋଷଣା କରିଛନ୍ତି । ହେଲେ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ମାନେ ଛାତ୍ର ଛାତ୍ରୀଙ୍କ ଅମାନୁଷିକ ଭାବେ ମାଡ଼ ମାରୁଛନ୍ତି ।

ଯାହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ବାବାମଣି ତୁଳମତୁଲା ଉଚ୍ଚ ବିଦ୍ୟାଳୟରେ । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ କମଳାକାନ୍ତ ପାଣି ପାଇଁ ଯାଉଥିବାବେଳେ ବିଜ୍ଞାନ ଶିକ୍ଷକ ମାଡ଼ ମାରିଥିଲେ । ଫଳରେ ମାଡ଼ରେ ଛାତ୍ରଟିର ପିଠି ଫାଟି ଯାଇ  ରକ୍ତ ବାହାରିଥିଲା । ଫଳରେ ତାକୁ ପରିବାର ଲୋକ ମେଡିକାଲ ରେ ଭର୍ତି କରିଥିଲେ।  ଚିକିତ୍ସା ପରେ ପିଲାଟି ସୁସ୍ଥ ଥିବା ଜଣାପଡିଛି ।  ମାଡ଼ ମାରିଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ । 
 ଅଧିକ ପଢନ୍ତୁ ଓଡ଼ିଶା ଖବର 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ