ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ଉତ୍ସାହିତ ଧରଣୀଧର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ
by Argus News
Thu, Feb 29 | 11:18 a.m.

ଅର୍ଗସ ବ୍ୟୁରୋ: ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଆଜି କେନ୍ଦୁଝରର ଗୋନାଶିକାରେ ଆଦିମ ଜନଜାତିଙ୍କୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦଣ୍ଡବୋଷ ହେଲିପ୍ୟାଡରେ ପହଞ୍ଚି ରାଇସୁଆଁ AIRSTRIP ରୁ ସଡ଼କପଥରେ ଗୋନାଶିକାରେ ପହଞ୍ଚିଛନ୍ତି । ଅପରାହ୍ନରେ କେନ୍ଦୁଝର ସର୍କିଟ ହାଉସରେ ପହଁଞ୍ଚି ମଧ୍ୟାନ୍ନ ଭୋଜନରେ ଯୋଗଦେବେ । ପରେ କେନ୍ଦୁଝରର ଗମ୍ଭାରିଆ ସ୍ଥିତ ଧରଣୀଧର ବିଶ୍ବବିଦ୍ୟାଳୟ ନର୍ଥ କ୍ୟାମ୍ପସରେ ଆଦିବାସୀ ପ୍ରଦର୍ଶନୀ ଏବଂ କେନ୍ଦୁଝର ଆଦିବାସୀ ସଂସ୍କୃତି ଉପରେ ଜାତୀୟ ପାଠ୍ୟଚକ୍ରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ଧରଣୀଧର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜନ ଚୁଡାନ୍ତ ପ୍ରକ୍ରିୟାରେ ପହଁଞ୍ଚିଛି । ଏହି ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେଉଥିବାରୁ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଉତ୍ସାହିତ ଅଛନ୍ତି । ଅପରାହ୍ନ ୩.୩୦ ରୁ ଧରଣୀଧର ବିଶ୍ବ ବିଦ୍ୟାଳୟରୁ ରାଇସୁଆଁ‌ ଅଭିମୁଖେ ଯାତ୍ରା କରିବେ । ଅପରାହ୍ନ ୪ ଟା ରେ ରାଇସୁଆଁରୁ ଭୂବନେଶ୍ବର ଗସ୍ତ କରିବେ ।

ପରେ ରାଇସୁଆଁ‌ ଅଭିମୁଖେ ଯାତ୍ରା କରି ସେଠାରୁ ଭୁବନେଶ୍ବର ଆସି ଉତ୍କଳ ବିଶ୍ବବିଦ୍ୟାଳୟରେ 53ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା  ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମାର୍ଚ୍ଚ 1 ରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର 25 ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ମହାମହିମ । ସେହିପରି ମାର୍ଚ୍ଚ 2 ତାରିଖରେ ରେଢାଖୋଲରେ ସନ୍ଥକବି ଭୀମଭୋଇଙ୍କ ପୀଠ ପରିଦର୍ଶନ କରିବେ ମହାମହିମ ।

ଆହୁରି ପଢନ୍ତୁ ଓଡିଶା ଖବର...


 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି