ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅସନ୍ତୋଷ ଛାତ୍ରଛାତ୍ରୀ, ପରୀକ୍ଷା ତାରିଖ ପରିବର୍ତ୍ତନ ଦାବି
by Argus News
Mon, Apr 15 | 4:23 p.m.

ଅର୍ଗସ ବ୍ୟୁରୋ : କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ତେଜିଲା ଛାତ୍ର ଆନ୍ଦୋଳନ । ଯୁକ୍ତ ୩ ପ୍ରଥମ ବର୍ଷ ପାଠ୍ୟକ୍ରମର ପ୍ରଥମ ବର୍ଷ ସେମିଷ୍ଟାର ତାରିଖ ଘୁଞ୍ଚାଇବା ପାଇଁ ଦାବି । ରେଜିଷ୍ଟାର କାର୍ଯ୍ୟଳୟ ସାମ୍ନାରେ ବିଭିନ୍ନ ବିଭାଗର ଶତାଧିକ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି । 

କଳା ବ୍ୟାଚ ପିନ୍ଧି ନ୍ୟାୟ ଦାବିରେ ଛାତ୍ରଛାତ୍ରୀ । ନିୟମ ଅନୁସାରେ ୯୦ ଦିନର ପାଠ୍ୟକ୍ରମ ପରେ ସେମିଷ୍ଟାର ହେବା ରହିଛି । କିନ୍ତୁ ୫୫ ଦିନର ପାଠପଢ଼ା ମଧ୍ୟରେ ସେମିଷ୍ଟାର ତାରିଖ ଘୋଷଣା ହେବା ନେଇ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ ପନ୍ଥା ଆପଣେଇଛନ୍ତି ।

ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ପରୀକ୍ଷା କଣ୍ଟ୍ରୋଲର । ଛାତ୍ରଛାତ୍ରୀ ମାନେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସତ । କୋଭିଡ ପରଠୁ ଏଭଳି ସ୍ଥିତି ଉପୁଜିଛି । ସେମିଷ୍ଟାର ଓ କୋର୍ସ ଭିତରେ ପାଠ୍ୟକ୍ରମ ଦିନ କମିଛି । ଏହି ବିବାଦର ସମାଧାନ ପାଇଁ  ଉଚ୍ଚ ଶିକ୍ଷା ବିଭାଗ ସହ ଆଲୋଚନା ହୋଇଛି । 

ଅଧିକ ପଢନ୍ତୁ ଓଡିଶା ଖବର

ଏହାସହ ସେମିଷ୍ଟାର ଘୋଷଣା ପୂର୍ବରୁ  ପାଇଁ ସବୁ ବିଭାଗର ମୁଖ୍ୟଙ୍କ ସହ ଆଲୋଚନା ମଧ୍ୟ ହୋଇଥିଲା । ସମସ୍ତେ ଏକପ୍ରକାର କୋର୍ସ ଶେଷ ହୋଇଥିବା ସୂଚନା ଦେଇଥିଲେ । ତେବେ ବର୍ତ୍ତମାନ ପରିସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରାଯିବ। ଶୀଘ୍ର ଏହି ଦିଗରେ ନିଷ୍କର୍ଷ ଆସିବ ବୋଲି କହିଛନ୍ତି କଣ୍ଟ୍ରୋଲର ପ୍ରଫେସର ପତିତପାବନ ମିଶ୍ର । 

ଆଜିଠାରୁ ଏକମାସ
36m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
58m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି