ସୁଭଦ୍ରା ଯୋଜନା : ସର୍ବାଧିକ ମହିଳା ଲାଭାର୍ଥୀ
by Argus News
Sun, Sep 08 | 7:23 p.m.

ଅର୍ଗସ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ପୁରା ରାଜ୍ୟରେ ଏବେ ଉଛୁଳା ଉତ୍ସାହ । କେମିତି ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଲାଭ ପାଇବେ ମହିଳା ସେନେଇ ସବୁ ପ୍ରକାର ବନ୍ଦୋବସ୍ତ କରୁଛନ୍ତି ସରକାର । କାରଣ ସୁଭଦ୍ରା ଏମିତି ଏକ ଯୋଜନା ଯେଉଁଠାରେ ଓଡ଼ିଶା ଇତିହାସରେ ସର୍ବାଧିକ ମହିଳା ଲାଭାର୍ଥୀ ହେବେ  । ଏପଟେ, ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ- ସୁଭଦ୍ରା ଏକ ଯୋଜନା ନୁହେଁ, ଅସ୍ମିତା । ଫର୍ମ ପାଇଁ ଭିଡ଼ ନ କରିବାକୁ ଆହ୍ଵାନ କଲେ ଉପମୁଖ୍ୟମନ୍ତ୍ରୀ  ।  ରାଜ୍ୟରେ ଗଡିଲା ସୁଭଦ୍ରା ରଥ। ପଞ୍ଚାୟତ ରୁ ବ୍ଲକ ବୁଲିବ..ଲୋକଙ୍କୁ ସଚେତନ କରିବ । 

ନିର୍ବାଚନ ପୂର୍ବରୁ ଯାହା କଥା ଦେଇଥିଲେ ନିର୍ବାଚନରେ ଜିତିବା ପରେ ସେଇୟା ହିଁ କଲେ । ଅର୍ଥାତ୍‌ ମହିଳାମାନେ ସୁଭଦ୍ରା ଯୋଜନା ଭରପୁର ଲାଭ ପାଇବେ । ତେବେ ସୁଭଦ୍ରା ଫର୍ମ କେଉଁଠି ମିଳିବ, ଏହାକୁ ମହିଳାମାନେ କେମିତି ଆବେଦନ କରିବେ ଓ ଏହା ଏକ ନିଃଶୁଳ୍କ ପ୍ରକ୍ରିୟା ବୋଲି ରଥରେ ଲାଗିଥିବା ଏଲ.ଇ.ଡି.ସ୍କ୍ରିନ ଦ୍ଵାରା ହିତାଧିକାରୀଙ୍କୁ ବୁଝିଯିବା ସହିତ ସଚେତନ ବି କରାଯିବ । ସୂଚନା ଅନୁସାରେ, ପ୍ରତି ବ୍ଲକ, ପଂଚାୟତ, ଗାଁ ଓ ସାହିରେ ବୁଲିବ ଏହି ରଥ । ଏପଟେ, ଗତକାଲି ସୁଭଦ୍ରା ରଥ ଉଦଘାଟନ କରିବା ଅବସରରେ ସୁଭଦ୍ରା ଏକ ଯୋଜନା ନୁହେଁ ବରଂ ଅସ୍ମିତାର ପ୍ରତୀକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଓଡ଼ିଶା ଇତିହାସର ସୁଭଦ୍ରା ଏମିତି ଗୋଟିଏ ଯୋଜନା ଯେଉଁଥିରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ ହେବେ । ମାଲକାନଗିରି, ନୟାଗଡ଼ରେ ସ୍ଥାନୀୟ ଜିଲ୍ଲାପାଳ ସୁଭଦ୍ରା ରଥର ଉଦଘାଟନ କରିଥିବା ବେଳେ ସୁବର୍ଣ୍ଣପୁରରେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ରାୟଗଡାରେ ପରିବହନ ମନ୍ତ୍ରୀ ବିଭୁତି ଜେନା ସୁଭଦ୍ରା ରଥର ଶୁଭାରମ୍ଭ କରିଛନ୍ତି ।

ରାଜ୍ୟ ସରକାର ଯୋଜନା ଆରମ୍ଭ କରିବା ପରେ ଅନେକ ସ୍ଥାନରେ ଅନିୟମିତତା ଅଭିଯୋଗ ଆସିଥିଲା । ଏମିତିକି ଆଧାର ଅଥଣ୍ଟିକେସନ ପାଇଁ ଅଧିକ ଟଙ୍କା ମଗାଯାଉଥିବା କୁହାଯାଉଥିଲା । ପୂର୍ବରୁ ବି ସରକାର ସ୍ପଷ୍ଟ ଭାବରେ କହିଥିଲେ ଯୋଜନାରେ ଟଙ୍କା ମାଗିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ପର୍ଯ୍ୟାୟରେ, ସୁଭଦ୍ରା ଫର୍ମ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗରେ ବାଲେଶ୍ୱର ବାଲିଆପାଳରେ ଜଣେ ଅଙ୍ଗନବାଡି  ଦିଦିଙ୍କ ଉପରେ ଆକ୍ସନ ନେଇ ଗୋଟିଏ ମାସର ଦରମା ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଏଇ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ । 

(ଭୁବନେଶ୍ଵରରୁ ଦିବ୍ୟଜ୍ୟୋତି ମହାନ୍ତିଙ୍କ ରିପୋର୍ଟ)

ରାଜଧାନୀରେ
23m ago
ରାଜଧାନୀରେ ପୁଣି ବୋମାମାଡ: ୩ଟି ବୋମା ଫିଙ୍ଗିଲେ ଦୁର୍ବୁତ୍ତ
ଅର୍ଗସ ବ୍ୟୁରୋ: ରାଜଧାନୀରେ ପୁଣି ବୋମାମାଡ଼ ହୋଇଛି। କ୍ୟାପିଟାଲ ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ବୋମାମାଡ ହୋଇଛି। ୨ଜଣ ଯୁବକ ବାଇକରେ ଆସି ଦୁଇଟି ସ୍ଥାନରେ ୩ଟି ବୋମା ପକାଇ ଫେରାର
ରାଜ୍ୟରେ
40m ago
ରାଜ୍ୟରେ ବିଜେପି ସରକାରକୁ ପୁରିଲା ୧୦୦ ଦିନ
ଅର୍ଗସ ବ୍ୟୁରୋ: ରାଜ୍ୟରେ ବିଜେପି ସରକାରକୁ ପୁରିଲା ୧୦୦ ଦିନ। ଶରଧାବାଲିରେ ୧୦୦ ଦିନର ହିସାବ ଦେବେ ସରକାର। ସଂକଳ୍ପ ପତ୍ରର ପ୍ରତିଶ୍ରୁତି ପୂରଣ ପାଇଁ ଜୁନ ୧୨ରେ ଶପଥ ନେଇଥିଲା ନୂ
ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର