ପ୍ରଥମ ପ୍ରୟାସରେ ସଫଳତା, ପାଇଲେ ଓଜେଏସ
by Argus News
Fri, Dec 29 | 3:17 p.m.

ଅର୍ଗସ ବ୍ୟୁରୋ : ପ୍ରକାଶ ପାଇଥିବା ଓଡିଶା ନ୍ୟାୟ ପାଳିକା ସେବା ୨୦୨୨ର ଫଳାଫଳରେ ବାଲିପାଟଣା କିଆଯୋଡ଼ି ଗ୍ରାମର ଝିଅ ଦୀକ୍ଷା ରାଉତରାୟ ସଫଳତା ଲାଭ କରି ୧୯ ସ୍ଥାନ ଅଧିକାର କରିଛନ୍ତି । ଦୀକ୍ଷା ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ପ୍ରଥମ ପ୍ରୟାସରେ ଏହି ସଫଳତା ହାସଲ ହୋଇଛନ୍ତି । ପିଲାଦିନରୁ ଦୀକ୍ଷା ଅତ୍ୟନ୍ତ ମେଧାବୀ ଓ ଜଣେ ନିଷ୍ଠାପର ଛାତ୍ରୀ ଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବାଲିପାଟଣା ବାଗଦେବୀ ମନ୍ଦିରରେ ସେ ପାଠ ପଢିବା ବେଳେ ତାଙ୍କର ଶିକ୍ଷା ପ୍ରତି ଆଗ୍ରହ ଜଣାପଡିଥିଲା । ସେ କହିଛନ୍ତି ପ୍ରାଥମିକ ଶିକ୍ଷାର ପ୍ରଭାବ ଭବିଷ୍ୟତରେ ପରିଲିକ୍ଷିତ ହୋଇଛି । ବାଗଦେବୀ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି । ଅନ୍ୟପଟେ ଏହି ବ୍ଲକ ଭାକର ସାହିର ଅପର୍ଣ୍ଣା ସାହୁ ମଧ୍ୟ ୩୧ନଂ ସ୍ଥାନ ଅଧିକାର କରିଛନ୍ତି । ଉଭୟଙ୍କ ସଫଳତା ଅଞ୍ଚଳବାସୀଙ୍କୁ ଗୌରବାନ୍ୱିତ କରିଛି ।

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ