'ବବି କହୁଥିଲେ ପାଦ ଛୁଅଁ ନିଅ ମୋର ଆଶୀର୍ବାଦ'
by Argus News
Sat, Sep 21 | 7:06 p.m.

ଅର୍ଗସ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେବା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛନ୍ତି ସୁଜିତ କୁମାର । ସିଧାସିଧା କହିଛନ୍ତି, କେମିତି ତାଙ୍କୁ ହଇରାଣ କରୁଥିଲେ ବବି । ଖାଲି ହଇରାଣ କରୁଥିଲେ ତାହା ନୁହେଁ ବରଂ ପାଦ ଧରିବାକୁ ବି କୁଆଡ଼େ ବାଧ୍ୟ କରୁଥିଲେ । କିଛି ଏମିତି ଖୁଲାସା କରିଛନ୍ତି ସୁଜିତ । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।

ବବିଙ୍କୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । ବବିଙ୍କ ପ୍ରତି ଆନୁଗତ୍ୟ ନଦେଖାଇଲେ ବିଜେଡି ନେତାଙ୍କୁ କରିଦିଆଯାଉଥିଲା ଏକଘରିକିଆ । ଏମିତିକି ତାଙ୍କ ନଛୁଇଁଲେ ନେତାଙ୍କୁ କରାଯାଉଥିଲା ଅପମାନିତ । ଆଉ ଯେଉଁମାନେ ପାଦ ଛୁଉଁଥିଲେ ସେମାନଙ୍କୁ ମିଳୁଥିଲା ପଦ ଓ ଆଶୀର୍ବାଦ । ହେଲେ ସୁଜିତ ବବିଙ୍କ ପାଦ ଛୁଇଁନଥିବାରୁ କ୍ରୋଧର ଶିକାର ହୋଇଥିଲେ । ବବି ଖାଲି ରାଗୁଥିଲେ ତାହା ନୁହେଁ ବରଂ ନିର୍ବାଚନ ଫଳ ବାହାରିବାର ୧୫ ଦିନ ଭିତରେ ସୁଜିତଙ୍କୁ ରାଜ୍ୟସଭାରୁ ତଡ଼ିଦିଆଯିବ ବୋଲି ଧମକାଇଥିଲେ ବବିଦାସ। ଅର୍ଗସକୁ ଏକ୍ସକ୍ଲୁସିଭ ସାକ୍ଷାତକାର ଦେଇ ଏହି ବିସ୍ଫୋରକ ଖୁଲାସା କରିଛନ୍ତି ସୁଜିତ। 

ବିଜେଡିର ସବୁ ସାଂସଦଙ୍କୁ ଯାଜପୁରରେ ନିଜର ହାତପାଣ୍ଠି ଖର୍ଚ୍ଚ କରିବାକୁ ବାଧ୍ୟ କରାଯାଉଥିଲା । ପୂର୍ବରୁ ମମତା ମହାନ୍ତ ଏନେଇ ବଡ଼ ଖୁଲାସା କରିଥିଲେ । ଆଉ ସମାନ କଥାକୁ ଦୋହରାଇଛନ୍ତି ସୁଜିତ । ଏମପି ଲ୍ୟାଡରୁ ପ୍ରଥମ ବର୍ଷ ୨୫ ଲକ୍ଷ ଟଙ୍କା ଯାଜପୁରକୁ ଦେବା ପରେ ଆଉ ଦେଇନଥିଲେ ସୁଜିତ କୁମାର । ସେଥିପାଇଁ ତାଙ୍କୁ ପ୍ରଣବ ପ୍ରକାଶ ଟାର୍ଗେଟ କରିଥିବା ଅଭିଯୋଗ କରିଛନ୍ତି ସୁଜିତ। 

ମୋଟ୍‌ ଉପରେ ବିଜେଡିରେ ଅଣନିଶ୍ଵାସୀ ହେବା ପରେ ବିଜେଡି ଓ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି ସୁଜିତ୍‌ କୁମାର । ବିଜେଡି ସରକାରରେ କଳାହାଣ୍ଡି ଜିଲ୍ଲାରେ ବ୍ୟାପକ ଲୁଟ୍ ଦୁର୍ନୀତି ହୋଇଥିବା କହି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲେ ସୁଜିତ । ପୂର୍ବରୁ ବିଜେଡି ଛାଡ଼ିଥିବା ଅନ୍ୟତମ ରାଜ୍ୟସଭା ସାଂସଦ ମମତା ମହାନ୍ତ ମଧ୍ୟ ବବି ଦାସଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ। ତାଙ୍କୁ ମଧ୍ୟ ନିଜ ସାସଦ ପାଣ୍ଠି ଯାଜପୁରରେ ଖର୍ଚ୍ଚ କରିବାକୁ ପ୍ରଣବ ପ୍ରକାଶ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ କରିଥିଲେ ମମତା। ହେଲେ ଏବେ ସୁଜିତଙ୍କ ବିସ୍ଫୋରକ ବୟାନ ପରେ ଚର୍ଚ୍ଚା ଜୋର ଧରିଛି ।
 

MODI
41m ago
୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ଶାନ୍ତି ଏବଂ ସମାଧାନର ମନ୍ତ୍ର ନେଇ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି..ଆମେରିକା ନିର୍ବାଚନ ପୂର୍ବରୁ ବାଇଡେନଙ୍କୁ କରିବେ ସାକ୍ଷାତ ..୨
"ନୂଆଁଖାଇ
ନୂଆଦିଲ୍ଲୀ ଜୁହାର ପରିବାର ପକ୍ଷରୁ "ନୂଆଁଖାଇ ପରବ ଆରମ୍ଭ
ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀରେ ନୂଆଁଖାଇ ପରବ। ନୂଆଦିଲ୍ଲୀ ଜୁହାର ପରିବାର ପକ୍ଷରୁ "ନୂଆଁଖାଇ ପରବ ଆରମ୍ଭ ହୋଇଛି । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥ
BJD
24 ବର୍ଷର  ଅହଂଙ୍କାରକୁ ଲୋକେ ଉପାଡି ଫିଙ୍ଗିଲେ
ଅର୍ଗସ ବ୍ୟୁରୋ: କୁଜଙ୍ଗରେ ପ୍ରତିବାଦ ସଭା କରୁଥିଲା ବିଜେଡି.. ମଂଚରେ ଦେବାଶିଷ ସାମନ୍ତରାୟଙ୍କ ସହ ଥିଲେ ଅନେକ ଆଗଧାଡିର ନେତା... କର୍ମୀଙ୍କୁ ବିରୋଧୀ ଦଳର ଭୂମିକ