24 ବର୍ଷର  ଅହଂଙ୍କାରକୁ ଲୋକେ ଉପାଡି ଫିଙ୍ଗିଲେ
by Argus News
Sat, Sep 21 | 7:42 p.m.

ଅର୍ଗସ ବ୍ୟୁରୋ:  କୁଜଙ୍ଗରେ  ପ୍ରତିବାଦ ସଭା କରୁଥିଲା ବିଜେଡି.. ମଂଚରେ ଦେବାଶିଷ ସାମନ୍ତରାୟଙ୍କ ସହ ଥିଲେ ଅନେକ ଆଗଧାଡିର ନେତା...  କର୍ମୀଙ୍କୁ ବିରୋଧୀ ଦଳର ଭୂମିକା କଥା ବୁଝାଇବା ବେଳେ ନିଜ ଦଳର ନେତାଙ୍କ ଭିତରେ ଥିବା ବିରୋଧାଭାସର କଥା ବି କହିଲେ..ତେବେ କଂଗ୍ରେସ ସହ ମିଶି ସରକାର ଗଢିବାର ପ୍ଲାନ ବି କହୁ କହୁ କହିଦେଲେ...  ପାଣ୍ଡିଆନଙ୍କ ଉପସ୍ଥିତିରେ ନବୀନଙ୍କୁ ଭେଟି  ଏକଥା ଜଣାଇଛନ୍ତି ଦେବାଶିଷ। ବିଜେଡିର ସରକାର କରିବା ପ୍ଲାନକୁ ନେଇ ବିଜେପି କହିଛି ଦିନରେ ଦିବା ସ୍ବପ୍ନ ଦେଖୁଛନ୍ତି ଦେବାଶିଷ ।

24 ବର୍ଷର ଶାସନକୁ ଉପାଡି ଫିଙ୍ଗିଲେ ଜନତା । ରାଜନୈତିକ ସମୀକ୍ଷକଙ୍କ କହିବା କଥା କ୍ଷମତା ଯିବା ପରେ ବି  ବିଜେଡି ନେତାଙ୍କ ଅହଂଙ୍କାର କିନ୍ତୁ ଯାଇନି.. ବିଜେଡିର 2 ସାଂସଦ ମମତା ମହାନ୍ତ ଓ ସୁଜିତ କୁମାର ଦଳ ଛାଡି ବିଜେପିରେ ସାମିଲ ହେବା  ପରେ ଆହୁରି ଅନେକ ନେତା ପଦ୍ମ ଧରିପାରନ୍ତି ବୋଲି ଆକଳନ କରୁଛନ୍ତି ସମୀକ୍ଷକ। ନିର୍ବାଚନ ପୂର୍ବରୁ ଓଡ଼ିଶାରେ ପ୍ରଚାର କଲା ବେଳେ ମୋଦି କହିଥିଲେ 6 ମାସରେ ଭୁଷିଡିବ ବିଜେଡି.. ଏବେ ନଜର ଶଙ୍ଖ ଦୁର୍ଗର ପତନ ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ସହ ମିଶି କେମିତି ସରକାର ଗଢୁଛି ବିଜେଡି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
 

ILLEGAL
52m ago
ମହାରାଷ୍ଟ୍ର ଧରାବୀ ବସ୍ତିରେ ବେଆଇନ ମସଜିଦ ନିର୍ମାଣକୁ ନେଇ ବଢୁଛି ବିବାଦ
ଅର୍ଗସ ବ୍ୟୁରୋ: ହିମାଚଳ ପ୍ରଦେଶ ସଂଜୌଲୀ ମସଜିଦ ବିବାଦ ଥମିନଥିବାବେଳେ ମହାରାଷ୍ଟ୍ର ଧରାବୀ ବସ୍ତିରେ ବେଆଇନ ମସଜିଦ ନିର୍ମାଣକୁ ନେଇ ବଢୁଛି ବିବାଦ । କୋର୍ଟଙ୍କ ନିର୍ଦ୍ଦେଶ ପର
J&K
55m ago
ନିର୍ବାଚନ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରକୁ ପୁଣିଥରେ ଆତଙ୍କବାଦୀଙ୍କ ଆଡ୍ଡା କରିବାକୁ ଚାହାନ୍ତି ଅବଦୁଲ୍ଲା, ମୁଫତି ଓ ଗାନ୍ଧି ପରିବାର । ତୁଷ୍ଟିକରଣ ରାଜନୀତି କରି ଭୂସ୍ବର୍ଗକୁ ନର୍
POLICE STATION
ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ୍ ନିର୍ଯାତନା ଘଟଣା
ଅର୍ଗସ ବ୍ୟୁରୋ: ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ୍ ନିର୍ଯାତନା ଓ ବର୍ବରତା ଘଟଣା । ପୂର୍ବ ସରକାର ଉପରେ ବର୍ଷିଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ