ଆଜି ଠୁ ଆଉ ରକ୍ଷା ନାହିଁ : ଦିନ ୧୧ଟା ପରେ ୪୫ ଡିଗ୍ରୀ ଛୁଇଁବ ତାପମାତ୍ରା !
by Argus News
Fri, Apr 19 | 7:34 a.m.

ଅର୍ଗସ ବ୍ୟୁରୋ : ଅସହ୍ୟ ଖରା, ଗରମରେ ସନ୍ତୁଳି ହେଉଛି ଜନଜୀବନ । ରାଜ୍ୟରେ ଆହୁରି ୪ ଦିନ ଏହିଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଜି ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବାବେଳେ ଆସନ୍ତାକାଲି ମଧ୍ୟ କିଛି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ । ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏପ୍ରିଲ ୨୦ ପରଠାରୁ ବର୍ଷା ଏବଂ ଘୂର୍ଣ୍ଣିବାତ୍ୟା ହେବାର ସମ୍ଭାବନା ରହିଛି । ଫଳରେ ରାଜ୍ୟର କିଛି ଅଞ୍ଚଳରେ ଦୁଇ ରୁ ତିନି ଡିଗ୍ରୀ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ ପାଣିପାଗ ଖବର

ଶୁକ୍ରବାର ଓ ଶନିବାର ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ଅଧିକ ରହିବ। ଖୋର୍ଦ୍ଧା, କଟକ, ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ (ସିଭିଅର ହିଟ୍‌ୱେଭ୍‌) ଏବଂ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ଢେଙ୍କାନାଳ, ଗଜପତି, କନ୍ଧମାଳ, ନୂଆପଡ଼ା, କୋରାପୁଟ, ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । 

୨୦ ତାରିଖ ପାଇଁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ନୂଆପଡ଼ା, ଅନୁଗୁଳ, ନୟାଗଡ଼, ମୟୂରଭଞ୍ଜ, ବୌଦ୍ଧ ଓ କେନ୍ଦୁଝର ଜିଲ୍ଲା ପାଇଁ ‌ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁଯାୟୀ ୨୦ ତାରିଖ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ୧୯ ଓ ୨୦ ତାରିଖରେ ଦିନ ତାପମାତ୍ରା ଶିଖର ଛୁଇଁବ। କେତେକ ସ୍ଥାନରେ ୪୫ ଡିଗ୍ରି ଡେଇଁପାରେ । ଗ୍ରୀଷ୍ମ ପ୍ରବାହରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୬.୪ ଡିଗ୍ରି ଅଧିକ ରହିବାର ସମ୍ଭାବନା ରହିଛି । ଏଥିସହ ଶୁକ୍ରବାର ସବୁଠାରୁ ଅଧିକ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । 

ଉପକୂଳ ଓଡ଼ିଶାରେ ଉଷ୍ମ ଆର୍ଦ୍ର ପାଣିପାଗ ସ୍ଥିତି ଲାଗିରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ସହ ବିଜୁଳି ଘଡ଼ଘଡ଼ି ବର୍ଷା ହୋଇପାରେ । ବାୟୁମଣ୍ଡଳର ମଧ୍ୟ ଉପରି ଭାଗରେ ଗୋଟିଏ ନିମ୍ନ ଚାପରେଖା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ୨୧ ଓ ୨୨ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ । ୪୦ରୁ ୫୦ କିମି ବେଗରେ ପବନ ବହିବ । ଫଳରେ ଦିନର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

EMPLOYEES
16m ago
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତ
BAJRANG PARTY
41m ago
ଗୋମାଂସ କଟାକୁ ବିରୋଧ: ବଜରଙ୍ଗ ଦଳର କର୍ମୀଙ୍କୁ ଆକ୍ରମଣ, ୧୫ ଆହତ
ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ
TIGER
57m ago
ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ